Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୦୫ କରୋନା ସଂକ୍ରମିତ, ୧୦୫୦୩୫୪ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୩କୁ ବୃଦ୍ଧି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

ଭୟ ବଢାଉଛି ଡେଲଟା ପ୍ଲସ ଭାରିଆଣ୍ଟ : ଏହି ୩ ରାଜ୍ୟ ପ୍ରତି ବିପଦ, ସୃଷ୍ଟି କରିପାରେ ତୃତୀୟ ଲହର !

23/06/2021 at 8:15 AM

ନୂଆଦିଲ୍ଲୀ ୨୩/୬ : ଏବେ ସାରା ଦେଶରେ ଭୟ ବଢାଉଛି କରୋନାର ଡେଲଟା ପ୍ଲସ ଭାରିଆଣ୍ଟ । କେବଳ ମହାରାଷ୍ଟ୍ରରରେ ଏହି ଭାରିଆଣ୍ଟର ୨୧ଟି ମାମଲା ସାମ୍ନାକୁ ଆସିଛି । ବିଶେଷଜ୍ଞଙ୍କ ଚେତାବନୀ ଦେଇଛନ୍ତି ଏହି ଭାରିଆଣ୍ଟ ଏବେ କରୋନାର ତୃତୀୟ ଲହର ତରଙ୍ଗ ସୃଷ୍ଟି କରିପାରେ । ମହାରାଷ୍ଟ୍ର ବ୍ୟତୀତ କେରଳ, କର୍ଣ୍ଣାଟକ ଏବଂ ମଧ୍ୟପ୍ରଦେଶରେ ଏହି ପ୍ରକାରର ମାମଲା ଦେଖିବାକୁ ମିଳିଛି ।

ଯଦିଓ ସମଗ୍ର ବିଶ୍ୱରେ ଏପର୍ଯ୍ୟନ୍ତ ଏହି ପ୍ରକାରର ମାତ୍ର ୨୦୦ ଟି ମାମଲା ନଜର ଆସିଲାଣି । କିନ୍ତୁ ସେଥିମଧ୍ୟରୁ କେବଳ ଭାରତରେ ୩୦ ମାମଲା ଚିହ୍ନଟ ହୋଇଛି । ତେବେ ଡେଲଟା ପ୍ଲସ ଭାରିଆଣ୍ଟ ପ୍ରସଙ୍ଗରେ ରାଜ୍ୟମାନଙ୍କୁ ନିର୍ଦ୍ଦେଶନାମା ଜାରି ହୋଇଥିବା ନେଇ ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ । ସେ କହିଛନ୍ତି ଯେପରି ଏହି ସଂକ୍ରମଣ ଯେପରି ବଡ ରୂପ ନନିଏ ସେନେଇ ଆଗୁଆ ସତର୍କ କରାଯାଇଛି ।

ସେ ଆହୁରି କହିଛନ୍ତି ଯେ ଦେଶରେ ଲାବୋରେଟୋରୀଗୁଡିକର ଏକ କନ୍ସୋର୍ଟିୟମ୍ ମାଧ୍ୟମରେ ଏହି ଭାଇରସର ଜିନୋମ୍ କ୍ରମ କାର୍ଯ୍ୟ କରାଯାଉଛି । ଏଥିରେ ୨୮ଟି ଲାବୋରେଟୋରୀ ଅନ୍ତର୍ଭୂକ୍ତ କରାଯାଇଛି । ସ୍ୱାସ୍ଥ୍ୟ ସଚିବ କହିଛନ୍ତି ଯେ ଡେଲଟା ପ୍ଲସରେ ଟିକା ପ୍ରଭାବଶାଳୀ ରହିବ କି ନାହିଁ ସେନେଇ ସରକାର ଖୁବ ଶୀଘ୍ର ଏକ ରିପୋର୍ଟ ପ୍ରକାଶ କରିବେ ।

କିନ୍ତୁ ବ୍ୟାପକ ଭାବରେ ଏହା ଦେଖାଯାଇଛି ଯେ ଭାରତରେ ବ୍ୟବହୃତ ହେଉଥିବା ଉଭୟ ଟିକା କୋଭିସିଲ୍ଡ ଏବଂ କୋଭାକ୍ସିନ୍ ଡେଲଟା ଭାରିଆଣ୍ଟ ଉପରେ ପ୍ରଭାବଶାଳୀ ରହିବ । କିନ୍ତୁ ସେମାନଙ୍କଠାରୁ କେତେ ଆଣ୍ଟିବଡି ଉତ୍ପାଦନ ହେଉଛି ସେ ସମ୍ବନ୍ଧରେ ସୂଚନା ଦିଆଯିବ । ଭାରତ ବ୍ୟତୀତ ଏପର୍ଯ୍ୟନ୍ତ ଆଠଟି ଦେଶରେ ଡେଲଟା ପ୍ଲସ୍ ସଂକ୍ରମଣ ଦେଖିବାକୁ ମିଳିଛି ।

ଯେଉଁଥିରେ ଆମେରିକା, ବ୍ରିଟେନ, ସ୍ୱିଜରଲ୍ୟାଣ୍ଡ, ପର୍ତ୍ତୁଗାଲ, ଜାପାନ, ନେପାଳ, ଚୀନ୍ ଏବଂ ଋଷ ରହିଛନ୍ତି । ୮୦ରୁ ଅଧିକ ଦେଶରେ ଡେଲଟା ପ୍ରକାରର ସଂକ୍ରମଣ ଦେଖିବାକୁ ମିଳିଛି । WHO ଦ୍ୱାରା ଡେଲଟା ଭାରିଆଣ୍ଟକୁ ଏକ ଭାରିଆଣ୍ଟ ଅଫ୍ କନ୍ସର୍ ଭାବରେ ଘୋଷଣା କରାଯାଇଛି । ସେହିଭଳି ଏହା ତୃତୀୟ ଲହରକୁ ଆମନ୍ତ୍ରଣ ଦେଇପାରେ ବୋଲି ଆକଳନ କରାଯାଉଛି । ଏହାକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଘନ ଘନ ବୈଠକ ଡକାଯାଉଛି ।

   Related Posts