Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ମୁଣ୍ଡଳୀ ବ୍ୟାରେଜରୁ ଡେଇଁ ଜଣେ ନିଖୋଜ, ବ୍ରିଜ୍ ଉପରେ ଅଛି ଗାଡି ଓ ମୋବାଇଲ୍
  • ||
  • ଖୋର୍ଦ୍ଧା : ଯୁବକକୁ ଖୋଜି ଆଣିବା ଦାବିରେ ଏସ୍‌ପି ଅଫିସ୍ ଘେରାଉ, ରବିବାରଠୁ ଗାଈ ଚରେଇବାକୁ ଯାଇ ଅଛନ୍ତି ନିଖୋଜ
  • ||
  • ଚାନ୍ଦବାଲି : ଖେଳୁଥିବା ବେଳେ ପୋଖରୀରେ ବୁଡିଗଲେ ଦେଢ ବର୍ଷର ଶିଶୁ କନ୍ୟା, ଡାକ୍ତରଖାନାରେ ମୃତ୍ୟୁ
  • ||
  • ଭୁବନେଶ୍ବର : ମମିତା ଘଟଣାରେ ରାଜଧାନୀ ହୁଲସ୍ତୁଲ, ଡିସିପି ଅଫିସ୍ ଘେରାଉ ବେଳେ ବିଜେପି କର୍ମୀ ଓ ପୋଲିସ ଧସ୍ତାଧସ୍ତି
  • ||
  • ନୟାଗଡ : ଗୁଣିଗାରେଡି ସନ୍ଦେହରେ ୫ ଜଣଙ୍କୁ ନିର୍ଯାତନା ଘଟଣା : ୫ ଜଣଙ୍କୁ ଗିରଫ କଲା ପୋଲିସ
  • ||
  • ମର୍ମନ୍ତୁଦ ଦୁର୍ଘଟଣା: ଡୋଡା ଘାଟିରେ ଖସିପଡିଲା ମାଟାଡୋର, ୮ ମୃତ ଓ ଅନେକ ଆହତ
  • ||
  • ଜଗତସିଂହପୁର : ଷ୍ଟାଡିୟମ୍ ନିକଟରୁ ମିଳିଲା ଯୁବକଙ୍କ ମୃତଦେହ, ବୁଧବାର ସନ୍ଧ୍ୟାରୁ ଥିଲେ ନିଖୋଜ
  • ||
  • କଳାହାଣ୍ଡି : ମମିତା ମେହେର ହତ୍ୟା ମାମଲାରେ କଂଗ୍ରେସର ଧାରଣା ୩ୟ ଦିନରେ, ମନ୍ତ୍ରୀ ଇସ୍ତଫା ନଦେଲେ ତୀବ୍ର ହେବ ଆନ୍ଦୋଳନ
  • ||
  • କଳାହାଣ୍ଡି : ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲରେ ଘାଇ, ଶହ ଶହ ହେକ୍ଟର ଧାନ ଚାଷ ନଷ୍ଟ ଆଶଙ୍କା
  • ||
  • ଢେଙ୍କାନାଳ : ଶୌଚ ହୋଇ ଫେରିବା ବେଳେ ବୃଦ୍ଧଙ୍କୁ କଚାଡିଦେଲା ଦନ୍ତା, ଡାକ୍ତରଖାନାରେ ଚାଲିଗଲା ଜୀବନ
  • ||

ଏ କେମିତିକା ସଉକ ? କାର୍ କିଣିବାକୁ ନବଜାତକକୁ ବିକିଦେଲେ ଦମ୍ପତ୍ତି : ଖୁଲ୍ଲାସା କଲେ ଅଜା, ଆଈ

14/05/2021 at 2:55 PM

ଉତ୍ତରପ୍ରଦେଶ ୧୪/୫ : କରୋନା କାଳରେ ମଣିଷର ମାନବିକତା ହଜିଯିବା ଶୁଣିବାକୁ ମିଳିଥିଲା । ହେଲେ ଉତ୍ତରପ୍ରଦେଶ କନୌଜରେ ଜଣେ ଦମ୍ପତ୍ତି ନିସଜର ସଉକ ପାଇଁ ଭୁଲିଯାଇଛନ୍ତି ନିଜର ମଣିଷ ପଣିଆ । ଯାହା କି ପୂରା ଲଜ୍ଜାଜନକ ଏବଂ ହୃଦୟ ବିଦାରକ ଘଟଣା । ଜଣେ ଦମ୍ପତ୍ତି କାର କିଣିବାକୁ ନିଜର ୩ ମାସର ଶିଶୁ ପୁତ୍ରକୁ ବ୍ୟବସାୟୀଙ୍କୁ ବିକି ଦେଇଛନ୍ତି । ଦେଢ ଲକ୍ଷ ଟଙ୍କାରେ ବ୍ୟବସାୟୀଙ୍କୁ ବିକ୍ରି କରି ଦେଇ ସେକେଣ୍ଡ ହ୍ୟାଣ୍ଡ କାର କିଣିଥିଲେ ଏହି ଦମ୍ପତ୍ତି । ତେବେ କୌଣସି ସୂତ୍ରରୁ ଶିଶୁଟିର ଅଜା ଆଈ ଏ ସଂପର୍କରେ ଖବର ପାଇ ପିତାମାତାଙ୍କ ବିରୋଧରେ ପୋଲିସରେ ଅଭିଯୋଗ କରିଥିଲେ ।

ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ପୋଲିସର ସୂଚନାନୁସାରେ, ଶିଶୁଟି ତିନିମାସ ପୂର୍ବେ କନୌଜ ତିରୱା କୋଟୱାଲୀ ଅଞ୍ଚଳରେ ଜନ୍ମଗ୍ରହଣ କରିଥିଲା । ହେଲେ ଅଜା ଆଈଙ୍କ କହିବା ମୁତାବକ ଶିଶୁଟିକୁ ତାର ଜ୍ନମକଲା ମାଆ ବାପା ୧.୫୦ ଲକ୍ଷ ଟଙ୍କାରେ ବ୍ୟବସାୟୀଙ୍କୁ ବିକିଦେଇଛନ୍ତି । ତଦନ୍ତ କରୁଥିବା ଇନ୍ସପେକ୍ଟର କୋଟୱାଲ ଶୈଳେନ୍ଦ୍ର ମିଶ୍ର କହିଛନ୍ତି ଯେ ପିଲାଟି ଏବେ ବି ବ୍ୟବସାୟୀଙ୍କ ଅଧୀନରେ ଅଛି । ପୋଲିସ ମହିଳା ଏବଂ ତାଙ୍କ ସ୍ୱାମୀଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ।

   Related Posts