Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

କାନାଡାର ଗୋଟିଏ ସ୍କୁଲରୁ ୭୫୧ ଶିଶୁଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

25/06/2021 at 2:17 PM

କାନାଡା ୨୫/୬ : କାନାଡର ଏକ ଆବାସିକ ବିଦ୍ୟାଳୟରୁ ୭୫୧ ଶିଶୁଙ୍କ ମୃତଦେହ ଉଦ୍ଧାର ହୋଇଛି । ଜଣେ ଅଧିକାରୀ କହିଛନ୍ତି ସ୍କୁଲ ପରିସରରୁ ୭୫୧ ଅଚିହ୍ନା କବର ମିଳିଛି । ତେବେ ଆଶଙ୍କା କରାଯାଉଛି କି, ତେବେ ଶିଶୁଙ୍କୁ ହତ୍ୟା ପରେ ଏଠାରେ ପୋତାଯାଇଥିଲା । ଏଠାରେ କହିରଖୁଛୁ ଗତ ମାସରେ ସ୍କୁଲ ପରିସରରେ ୨୧୫ ଶିଶୁଙ୍କ ମୃତଦେହ ମାଟି ତଳୁ ଉଦ୍ଧାର ହୋଇଥିଲା ।

ଫେଡରେସନ ଅଫ୍ ସୋବରେନ୍ ଇଣ୍ଡିଜିନସ ଫାର୍ଷ୍ଟ ନେସନ୍ସର ଚିଫ୍ ବେବୀ କେମରନ କହିଛନ୍ତି କି ସେ ନିଶ୍ଚିତ ଅଛି କି, କାନ୍ନାଡା ସାରା ଆବାସୀୟ ବିଦ୍ୟାଳୟରେ ଆହୁରି କବର ମିଳିପାରେ । ଟ୍ରୁଥ୍ ଏଣ୍ଡ ରିକାନ୍ସିଲେସନ କମିଶନ ୫ ବର୍ଷ ପୂର୍ବେ ସଂସ୍ଥାରେ ପିଲାଙ୍କ ସହ ଦୁର୍ବବ୍ୟହାର ହେଉଥିବା ନେଇ ରିପୋର୍ଟ ଦେଇଥିଲେ । ଏଥିରେ କୁହାଯାଇଥିଲା କି, ଦୁର୍ବବ୍ୟବହାର ଏବଂ ଅସାବଧାନତା ପାଇଁ ୩୨୦୦ ପିଲାଙ୍କ ମୃତ୍ୟୁ ହୋଇଥିଲା ।

କେମଲୁପ୍ସ ସ୍କୁଲରେ ୧୯୧୫ରୁ ୧୯୬୩ ମଧ୍ୟରେ ଅତି କମରେ ୫୧ ଜଣଙ୍କ ମୃତ୍ୟୁ ହୋଇଥିଲା । ବ୍ରିଟିଶ କଲୋମ୍ୱିଆର ପ୍ରମୁଖ ଜନ ହୋରଗାନ୍ କହିଛନ୍ତି ଏହି ଘଟଣା ଜଣାପଡିବା ପରେ ସେ ଭୟଭୀତ ହେବା ସହ ଦୁଃଖୀ ହୋଇଯାଇଥିଲେ । କେମଲୁପ୍ସ ସ୍କୁଲ ୧୮୯୦ରୁ ୧୯୬୯ ମଧ୍ୟରେ ସଞ୍ଚାଳିତ ଥିଲା । ଏହା ପରେ ସଂଘୀୟ ସରକାର କ୍ୟାଥୋଲିକ୍ ଚର୍ଚ୍ଚ ଏହାକୁ ନିଜ ହାତକୁ ନେଇଥିଲେ।

   Related Posts