Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବିମାନରେ କ୍ଳାନ୍ତ ମାଆ ହାତରୁ ଖସିପଡିଲା ୨ସପ୍ତାହର କୁନି ଶିଶୁ, ମାନବିକତା ଦେଖାଇଲେ ବ୍ରିଟିଶ୍ ସୈନିକ, ଫଟୋ ଭାଇରାଲ୍

12/09/2021 at 12:13 PM

କାବୁଲ ୧୨/୦୯ : ତାଲିବାନ ଦଖଲ କରିବା ପରଠାରୁ ହଜାର ହଜାର ଆଫଗାନିସ୍ତାନ ନାଗରିକ ଦାରିଦ୍ର୍ୟରେ ଦେଶ ଛାଡି ପଳାଇବା ଆରମ୍ଭ କରିଛନ୍ତି । ସବୁକିଛି ଛାଡିଥିବା ଏହି ଲୋକଙ୍କ ଅବସ୍ଥା ଜଣେ ବ୍ରିଟିଶ ସୈନିକଙ୍କୁ ଦେଖିଲେ ସ୍ପଷ୍ଟ ଜଣାପଡୁଛି । ଆଫଗାନିସ୍ତାନର ଅସୁବିଧା ଏବଂ ଅସହାୟତାକୁ ଆଲୋକିତ କରି ଜଣେ ରୟାଲ ବାୟୁସେନା କମାଣ୍ଡରଙ୍କ ଏହି ଫଟୋ ଏବେ ଅନେକ କିଛି ବୟାନ କରୁଛି ।

କାବୁଲରୁ ବ୍ରିଟେନକୁ ଯାଉଥିବା ଏକ ବିମାନରେ ଦେଖିବାକୁ ମିଳିଥିଲା ଏକ ମନ ମୋହିନେବା ଭଳି ଦୃଶ୍ୟ । ବିମାନରେ ଜଣେ ମହିଳା ଦୁଇ ସପ୍ତାହର ଶିଶୁକୁ ଧରି ଯାତ୍ରା କରୁଥିଲେ । ହେଲେ ମାଆଟି ଅତି କ୍ଲାନ୍ତ ହୋଇଯାଇଥିବାରୁ ବିଶ୍ରାମ ନେଇଥିଲେ । ଏହି ସମୟରେ ହଠାତ୍ ତାଙ୍କ ହାତରୁ ଖସିପଡିଥିଲା ଶିଶୁଟି । ଏହି ଦୃଶ୍ୟଟି ବିମାନରେ ଥିବହା ଜଣେ ବିର୍ଟିଶ ସୈନ୍ୟଙ୍କ ନଜରରେ ପଡିଥିଲା ।

ଆଗେଇ ଆସି ମାଆ କୋଳରି ଛୁଆଟିକୁ ନେଇ ନିଡଜ କୋଳରେ ଧରିଥିଲେ । ତେବେ କିଛି ସମୟ ପାଇଁ ନୁହେଁ ଘଣ୍ଟା ଘଣ୍ଟା ଧରି ଛୁଆଟିକୁ କୋଳରେ ଧରିଲେ ସୈନିକ ଜଣଙ୍କ । ମନରେ ଥିଲା କେବଳ ଗୋଟିଏ ଇଚ୍ଛା । କିପରି ମାଆଟି ବିଶ୍ରାମ ନେବ ନିଜର କ୍ଳାନ୍ତି ମେଣ୍ଟାଇବ । ସ୍କାଏ ନ୍ୟୁଜ୍ ରିପୋର୍ଟ ଅନୁଯାୟୀ, ବିମାନରେ ପାଞ୍ଚ ଜଣଙ୍କ ପରିବାର ଉପରେ ସାଜେଟ୍ ଏଣ୍ଡି ଲିଭିଙ୍ଗଷ୍ଟୋନଙ୍କ ଆଖି ପଡିଥିଲା । ଏହି ପରିବାରରେ ପିତାମାତା ଏବଂ ସେମାନଙ୍କର ତିନି ସନ୍ତାନ ରହିଥିଲେ ।

୧୦୦ ରୁ ଅଧିକ ଲୋକ ପ୍ରାଣ ହରାଇଥିବା କାବୁଲରେ ହୋଇଥିବା ଆତ୍ମଘାତୀ ଆକ୍ରମଣର କିଛି ଘଣ୍ଟା ପରେ ସମସ୍ତେ ବିମାନରେ ଚଢିଥିଲେ । ଏକ ସାକ୍ଷାତକାରରେ ସାଜେଟ୍ କହିଛନ୍ତି, ‘ସେମାନେ ସମସ୍ତେ ଥକି ଯାଇଥିଲେ । ତା’ପରେ ମୁଁ ଦେଖିଲି ବିମାନର ଚଟାଣରେ କିଛି ଅଛି, ଯେତେବେଳେ ମୁଁ ଭଲ ଭାବରେ ଦେଖିଲି, ମା କୋଳରୁ ତା’ର ଦୁଇ ସପ୍ତାହର ଶିଶୁ ତଳେ ପଡିଛି । ଏତକ ଲିଭିଙ୍ଗଷ୍ଟୋନଙ୍କ ଆଖିରେ ନଯିବାରୁ ନିଜେ ବାପା ଭଳି ପିଲାଟିକୁ କୋଳେଇ ନେଇଥିଲେ । ସୋସିଆଲ ମିଡିଆରେ ଭାଇରାଲ ହେଉଛି ଫଟୋ ।

   Related Posts