Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ମୁଣ୍ଡଳୀ ବ୍ୟାରେଜରୁ ଡେଇଁ ଜଣେ ନିଖୋଜ, ବ୍ରିଜ୍ ଉପରେ ଅଛି ଗାଡି ଓ ମୋବାଇଲ୍
  • ||
  • ଖୋର୍ଦ୍ଧା : ଯୁବକକୁ ଖୋଜି ଆଣିବା ଦାବିରେ ଏସ୍‌ପି ଅଫିସ୍ ଘେରାଉ, ରବିବାରଠୁ ଗାଈ ଚରେଇବାକୁ ଯାଇ ଅଛନ୍ତି ନିଖୋଜ
  • ||
  • ଚାନ୍ଦବାଲି : ଖେଳୁଥିବା ବେଳେ ପୋଖରୀରେ ବୁଡିଗଲେ ଦେଢ ବର୍ଷର ଶିଶୁ କନ୍ୟା, ଡାକ୍ତରଖାନାରେ ମୃତ୍ୟୁ
  • ||
  • ଭୁବନେଶ୍ବର : ମମିତା ଘଟଣାରେ ରାଜଧାନୀ ହୁଲସ୍ତୁଲ, ଡିସିପି ଅଫିସ୍ ଘେରାଉ ବେଳେ ବିଜେପି କର୍ମୀ ଓ ପୋଲିସ ଧସ୍ତାଧସ୍ତି
  • ||
  • ନୟାଗଡ : ଗୁଣିଗାରେଡି ସନ୍ଦେହରେ ୫ ଜଣଙ୍କୁ ନିର୍ଯାତନା ଘଟଣା : ୫ ଜଣଙ୍କୁ ଗିରଫ କଲା ପୋଲିସ
  • ||
  • ମର୍ମନ୍ତୁଦ ଦୁର୍ଘଟଣା: ଡୋଡା ଘାଟିରେ ଖସିପଡିଲା ମାଟାଡୋର, ୮ ମୃତ ଓ ଅନେକ ଆହତ
  • ||
  • ଜଗତସିଂହପୁର : ଷ୍ଟାଡିୟମ୍ ନିକଟରୁ ମିଳିଲା ଯୁବକଙ୍କ ମୃତଦେହ, ବୁଧବାର ସନ୍ଧ୍ୟାରୁ ଥିଲେ ନିଖୋଜ
  • ||
  • କଳାହାଣ୍ଡି : ମମିତା ମେହେର ହତ୍ୟା ମାମଲାରେ କଂଗ୍ରେସର ଧାରଣା ୩ୟ ଦିନରେ, ମନ୍ତ୍ରୀ ଇସ୍ତଫା ନଦେଲେ ତୀବ୍ର ହେବ ଆନ୍ଦୋଳନ
  • ||
  • କଳାହାଣ୍ଡି : ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲରେ ଘାଇ, ଶହ ଶହ ହେକ୍ଟର ଧାନ ଚାଷ ନଷ୍ଟ ଆଶଙ୍କା
  • ||
  • ଢେଙ୍କାନାଳ : ଶୌଚ ହୋଇ ଫେରିବା ବେଳେ ବୃଦ୍ଧଙ୍କୁ କଚାଡିଦେଲା ଦନ୍ତା, ଡାକ୍ତରଖାନାରେ ଚାଲିଗଲା ଜୀବନ
  • ||

ଶାହାରୁଖ ଖାନଙ୍କ ପୁଅଙ୍କୁ ବଡ ଆଶ୍ୱସ୍ତି, ଆର୍ଯ୍ୟନଙ୍କ ରିମାଣ୍ଡ ଅବଧି ବଢାଇବନି NCB

4/10/2021 at 9:17 AM

ମୁମ୍ୱାଇ ୦୪/୧୦: ବଲିଉଡ କିଙ୍ଗଖାନ୍ ତଥା ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କୁ ବହୁତ ଆଶ୍ୱସ୍ତି । ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) କହିଛି ଯେ କର୍ଡେଲିଆ କ୍ରୁଜ ଡ୍ରଗ୍ସ ମାମଲାରେ ସେ ତାଙ୍କ ରିମାଣ୍ଡ ଅବଧି ବଢାଇବନି ।

ସୂଚନାଥାଉକି, ରବିବାର ଦିନ ମୁମ୍ବାଇର ଏକ କୋର୍ଟ ଆର୍ଯ୍ୟନ୍ ଖାନଙ୍କୁ ଏନସିବି ହେପାଜତକୁ ପଠାଇ ଦେଇଛନ୍ତି । ରିପୋର୍ଟ ଅନୁଯାୟୀ, ଯେତେବେଳେ ଆର୍ଯ୍ୟନ୍ ଖାନଙ୍କୁ ଆଜି ନ୍ୟାୟିକ ହେପାଜତକୁ ପଠାଯିବ । ସେତେବେଳେ ତାଙ୍କ ଓକିଲ ତାଙ୍କ ଜାମିନ ଆବେଦନ କରିବେ ।

ଡ୍ରଗ୍ ମାମଲାରେ ସମ୍ପୃକ୍ତ ଥିବା ଅଭିଯୋଗରେ ଆର୍ଯ୍ୟନ୍ ଖାନଙ୍କ ବ୍ୟତୀତ ତାଙ୍କ ବନ୍ଧୁ ଅରବାଜ ମର୍ଚାଣ୍ଟ ଏବଂ ଅନ୍ୟ ଜଣେ ଅଭିଯୁକ୍ତ ମୁମୁନ ଧାମଚାଙ୍କୁ ଏନସିବି ଅଧିକାରୀମାନେ ଗିରଫ କରିଛନ୍ତି । ନିଷିଦ୍ଧ ନିଶା ବ୍ୟବହାର, ବିକ୍ରୟ ଏବଂ କ୍ରୟରେ ଜଡିତ ଥିବାରୁ ଆର୍ଯ୍ୟନ ଖାନଙ୍କୁ ରବିବାର ଅପରାହ୍ନରେ ଗିରଫ କରାଯାଇଥିଲା ।

ଏନସିବି ଏକ ବିବୃତ୍ତିରେ କହିଛି ଯେ ଏହି ତିନି ଅଭିଯୁକ୍ତଙ୍କୁ ଆଜି କୋର୍ଟରେ ହାଜର କରାଯିବ । ଅବଶିଷ୍ଟ ୫ ଅଭିଯୁକ୍ତ ନୁପୁର ସତୀଜା, ଇଶ୍ମିତ ସିଂ ଚାଧା, ମୋହକ ଜୈସୱାଲ, ଗୋମିତ ଚୋପ୍ରା ଏବଂ ବିକାଶ ଚୋକରଙ୍କୁ ରବିବାର ଗିରଫ କରାଯାଇଛି ।

   Related Posts