“ମୋତେ ବହୁତ ସୁନ୍ଦର ଲାଗନ୍ତି ମଲାଇକା”, ଇନଷ୍ଟାରେ ଇମୋସନାଲ ପୋଷ୍ଟ କଲେ ଅର୍ଜୁନ

Published By : Prameya-News7 Bureau | June 29, 2021 IST

ମୁମ୍ୱାଇ ୨୯/୬ : ଏଇ ନିକଟରେ ଅର୍ଥାତ୍ ଜୁନ୍ ୨୬ରେ ବଲିଉଡ ଅଭିନେତା ଅର୍ଜୁନ କପୁର ତାଙ୍କର ଜନ୍ମଦିନ ପାଳନ କରିଥିଲେ । ଏହି ବିଶେଷ ଉତ୍ସବରେ ପ୍ରଶଂସକଙ୍କ ଠାରୁ ଆରମ୍ଭ କରି ଷ୍ଟାରକାଷ୍ଟ ତାଙ୍କୁ ଜନ୍ମଦିନର ଅଭିନନ୍ଦନ ଜଣାଇଥିଲେ । ଜନ୍ମଦିନରେ ସମସ୍ତଙ୍କଠାରୁ ଗୁଡ ଉଇସ ପାଇବା ପରେ ଅର୍ଜୁନ କପୁର ଭାବପ୍ରବଣ ହୋଇ ଏକ ଭାବପ୍ରବଣ ପୋଷ୍ଟ କରିଛନ୍ତି । ଏଥିସହ ସେ ଏହି ମଲାଇକା ଆରୋରାଙ୍କୁ ବେଶି ତାରିଫ କରିଛନ୍ତି ।

ଅର୍ଜୁନ କପୁର ତାଙ୍କ ଇନଷ୍ଟାରେ ପୋଷ୍ଟର ଭାବପ୍ରବଣ ପୋଷ୍ଟ କରିଛନ୍ତି । ସେ କ୍ୟାପସନରେ ଲେଖିଛନ୍ତି, ଗୋଟିଏ ବର୍ଷରେ କେତେ କଣ ପରିବର୍ତ୍ତନ ପରିବର୍ତ୍ତନ ହୋଇଯାଇଛି । ଏକ ବର୍ଷ ପୂର୍ବେ ମୁଁ ନିରାଶ, ହତାଶ କ୍ଳାନ୍ତ, ଦ୍ୱନ୍ଦ୍ୱରେ ଥିଲି । କିନ୍ତୁ ଆଜି ମୁଁ ମୋର ନୂଆ ଜୀବନ ନିଜ ଶକ୍ତି, ନିଷ୍ଠା ବଳରେ ପାଇଛି । ଏବେ ମୁଁ ସମସ୍ତ କଠିନ ରାସ୍ତାରେ ଯିବାକୁ ପ୍ରସ୍ତୁତ ।

wp:html
/wp:html

ମୁଁ ମୋର ନିକଟତମ ସମସ୍ତଙ୍କୁ ହୃଦୟରୁ ଧନ୍ୟବାଦ ଜଣାଉଛି, ଯେଉଁମାନେ କେବଳ ମୋ ଉପରେ ବିଶ୍ୱାସ କରନ୍ତି ନାହିଁ ବରଂ ଜୀବନର ଏହି ପଥରେ ମୋତେ ସମର୍ଥନ କରିଥାନ୍ତି । ଖାସ୍ କରି ସେ ତାଙ୍କ ଗାର୍ଲଫ୍ରେଣ୍ଡ ମଲାଇକା ଅରୋରାଙ୍କ ବହୁତ ବହୁତ ପ୍ରଶଂସା କରିଛନ୍ତି । ସେ କହିଛନ୍ତି ଯେତେବେଳେ ଅର୍ଜୁନ ଲେଖନ୍ତି - ମଲାଇକା ଆରୋରା ମୋତେ ସୁନ୍ଦର ଦେଖାଯାନ୍ତି । ତାଙ୍କ ସୌନ୍ଦର୍ଯ୍ୟ ମୋତେ ବିମୁଗ୍ଧ କରିଛି । ଆଉ ଅର୍ଜୁନ କପୁରଙ୍କ ଏହି ପୋଷ୍ଟକୁ ପ୍ରଶଂସକମାନେ ବହୁତ ପସନ୍ଦ କରୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.