ଅମିତାଭଙ୍କ ଝିଅ ଶ୍ୱେତା ବଚ୍ଚନ ସେୟାର କଲେ ସ୍କୁଲ ସମୟର ଫଟୋ: ତାଜୁବ ହୋଇଗଲେ ନାତୁଣୀ ନଭ୍ୟା, କହିଲେ ମୋର ଟ୍ୱିନ୍ସ

Published By : Prameya-News7 Bureau | July 14, 2021 IST

ନୂଆଦିଲ୍ଲୀ ୧୪/୭ : ବଲିଉଡ ବିଗ ବି ଅମିତାଭ ବଚ୍ଚନଙ୍କ ଝିଅ ଶ୍ୱେତା ବଚ୍ଚନ ନନ୍ଦା ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଥାନ୍ତି । ଏବେ ତାଙ୍କ ଛୋଟ ବେଳର ସ୍କୁଲ ସମୟର ଏକ ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଯାହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଫ୍ୟାନ୍ସଙ୍କ ବ୍ୟତୀତ ଶ୍ୱେତାଙ୍କ ଏହି ଫଟୋ ଦେଖି ବଲିଉଡର ଷ୍ଟାରମାନେ ମଧ୍ୟ କମେଣ୍ଟସ୍ ଦେଇଛନ୍ତି ।

wp:html
/wp:html

ଏହି ଫଟୋଟିକୁ ଶ୍ୱେତା ବଚ୍ଚନ ନିଜ ଇନଷ୍ଟାଗ୍ରାମରେ ସେୟାର କରି ଏକ କ୍ୟାପସନ ଲେଖିଛନ୍ତି । ୱାଲଡୋ କେଉଁଠି? କଳା ଏବଂ ଧଳା ଫଟୋ ହେଉଛି ଶ୍ୱେତାଙ୍କ କ୍ଲାସର ଫଟୋ । ୧୯୮୦ ମସିହାରେ ବମ୍ବେ ସ୍କଟିସ୍ ସ୍କୁଲରେ ପଢୁଥିବା ସମୟର ଏହି ଫଟୋ। ତେବେ ଶ୍ୱେତାଙ୍କର ଏହି ଫଟୋ ଦେଖିବା ପରେ କମେଣ୍ଟସ୍ ଦେଇ ତାଙ୍କ ଝିଅ ନଭ୍ୟା ନାଭେଲି ନନ୍ଦା ।

wp:gallery {"ids":[480369],"linkTo":"none"} /wp:gallery

ସେ ଲେଖିଛନ୍ତି କି , "ମୋର ଯାଆଁଳା" । ସେଥିରେ ଶ୍ୱେତା ଉତ୍ତର ଦେଇଛନ୍ତି, ଆମେ ଆଜି ଏମିତି କରୁନାହିଁ କୁଲ୍ ?  ଏଥି ସହିତ, ଶ୍ୱେତାଙ୍କ ପିଲାଦିନର ଫଟୋରେ ତାଙ୍କ ଝିଅ ନଭ୍ୟା ନାଭେଲି ନନ୍ଦା ମଧ୍ୟ କମେଣ୍ଟସ୍ ଦେଇଥିଲେ । ଯାହାକି ସମସ୍ତଙ୍କ ହୃଦୟକୁ ଜିତିଥିଲା। ବଲିଉଡ ନିର୍ଦ୍ଦେଶକ ଜୋୟା ଅଖତର ମଧ୍ୟ କମେଣ୍ଟସ୍ ଦେଇଛନ୍ତି କି, ତୁମେ ପୂରା ନଭ୍ୟା ପରି ଦେଖାଯାଉଛ । ଏହା ସହ ବହୁ ସେଲିବ୍ରିଟିମାନେ ମଧ୍ୟ ନିଜର ପ୍ରତିକ୍ରିୟା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.