ଗୁଜୁରାଟରେ ଜଗନ୍ନାଥଙ୍କ ଆଳତୀ କଲେ ଗୃହମନ୍ତ୍ରୀ ଅମିତ ଶାହା, ଗଜରାଜଙ୍କୁ ଦେଲେ ଖାଦ୍ୟ

Published By : Prameya-News7 Bureau | July 12, 2021 IST

ଗୁଜୁରାଟ୧୨/୮ : ତିନିଦିନିଆ ଗୁଜୁରାଟ ଗସ୍ତରେ ଯାଇଛନ୍ତି ଗୃହମନ୍ତ୍ରୀ ଅମିତ ଶାହା । ଏହି ଅବସରରେ ଶାହା ଅହମ୍ମଦାବାଦର ଜଗନ୍ନାଥ ମନ୍ଦିରରେ ଭଗବାନଙ୍କୁ ପ୍ରାର୍ଥନା କରିଥିଲେ । କେବଳ ସେତିତି ନୁହେଁ ନିଜେ ମଧ୍ୟ ମହାବାହୁଙ୍କ ଆଳତୀ କରିଥିଲେ । ପରେ ହାତୀଙ୍କୁ ମଧ୍ୟ ଖାଦ୍ୟ ଦେଇଥିଲେ । ସୂଚନା ଯୋଗ୍ୟ ଯେ, ଗୁଜୁରାଟରେ ଭଗବାନ ଜଗନ୍ନାଥଙ୍କ ରଥଯାତ୍ରା କରାଯିବ । କରୋନା କର୍ଫ୍ୟୁ ମଧ୍ୟରେ କେବଳ ରଥ ଟଣାଯିବ ।

wp:html /wp:html

ତେବେ ଏଥିରେ କୌଣସି ଲୋକ ଅଂଶଗ୍ରହଣ କରିପାରିବେ ନାହିଁ । ହେଲେ ରଥଯାତ୍ରା ପୂର୍ବରୁ ଅମିତ ଶାହା ଭଗବାନ ଜଗନ୍ନାଥଙ୍କ ଆଳତୀ କରିଛନ୍ତି । ଗୃହମନ୍ତ୍ରୀ ଅମିତ ଶାହାଙ୍କ ପାଇଁ ମନ୍ଦିରରେ ସୁରକ୍ଷା ବ୍ୟବସ୍ଥା କଡାକାଡି କରାଯଇଥିଲା ।

wp:html /wp:html

ସୋସିଆଲ ମିଡିଆରେ ଭାଇରାଲ ହେଉଛି ଶାହାଙ୍କ ଆଳତୀ କରୁଥିବାର ଦୃଶ୍ୟ । ଯେଉଁଥିରେ ଅମିତ ଶାହାଙ୍କ ହାତରେ ଏକ ଥାଳି ସହ ପ୍ରାର୍ଥନା କରୁଥିବା ଦେଖିବାକୁ ମିଳିଛି । ସେପଟେ ଆଉ ଏକ ଭିଡିଓ ପୋଷ୍ଟ ହୋଇଛି । ଯେଉଁଥିରେ ଅମିତ ଶାହା ହାତୀକୁ ଖାଇବାକୁ ଦେଉଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.