ଆସନ୍ତାକାଲି ବାତ୍ୟାର ରୂପ ନେବ 'ୟସ୍': ସ୍ଥଳଭାଗ ଛୁଇଁବା ବେଳେ ୧୮୫ କିମିରେ ବହିବ ପବନ ! ପାରାଦ୍ଵୀପରୁ ୫୯୦ କିମି ଦୂରରେ ସାମୁଦ୍ରିକ ଝଡ

Published By : Prameya-News7 Bureau | May 23, 2021 IST

ଭୁବନେଶ୍ଵର ୨୩।୦୫: ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରର ଆଣ୍ଡାମାନ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ସୃଷ୍ଟ ଘୂର୍ଣ୍ଣିବଳୟ ରବିବାର ଲଘୁଚାପର ରୂପ ନେବା ପରେ ଅଧିକ ଘନୀଭୂତ  ହୋଇ ଅବପାତରେ ପରିଣତ ହେଉଛି। ଆସନ୍ତାକାଲି ଅର୍ଥାତ ୨୪ ତାରିଖ ସକାଳେ ସାମୁଦ୍ରିକ ଝଡ ୟାସ୍ ବ୍ୟାତାର ରୂପ ନେବ। ଏହାର ୨୪ ଘଣ୍ଟା ପରେ ୨୫ ତାରିଖରେ ୟସ୍ ଭୀଷଣ ବ୍ୟାତା ଅର୍ଥାତ ଭେରି ସିଭିୟର ସାଇକ୍ଲୋନ ଷ୍ଟୋର୍ମରେ ପରିଣତ ହେବାର ସମ୍ଭାବନା ରହିଛି। ଏହା ବର୍ତ୍ତମାନ ଉତ୍ତର-ଉତ୍ତର ପଶ୍ଚିମ ଦିଗ ଅଭିମୁଖେ ଗତି କରୁଛି। ୨୬ ତାରିଖ ସନ୍ଧ୍ୟାରେ ଉତ୍ତର ଓଡିଶା-ପଶ୍ଚିମବଙ୍ଗ ପାରାଦ୍ଵୀପ ଓ ସାଗର ଦ୍ଵୀପ ମଧ୍ୟରେ ସ୍ଥଳଭାଗ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏହି ସମୟରେ ପବନର ବେଗ ୧୮୫ କିମି ରହିପାରେ ବୋଲି ଆଇଏମଡି ପକ୍ଷରୁ କୁହାଯାଇଛି।

{"id":456167,"sizeSlug":"large","linkDestination":"none"}

ସାମୁଦ୍ରିକ ଝଡ ୟସ୍ ବର୍ତ୍ତମାନ ଆଣ୍ଡାମାନ ଦ୍ଵୀପର ପୋର୍ଟ ବ୍ଲେୟାରରୁ ୫୬୦ କିଲୋମିଟର  ଉତ୍ତର-ପଶ୍ଚିମରେ ଦୂରରେ  ରହିଛି। ପାରାଦ୍ଵୀପରୁ ୫୯୦ କିଲୋମିଟର ଦୂର ପୂର୍ବ-ଦକ୍ଷିଣ ପୂର୍ବରେ, ବାଲେଶ୍ଵରରୁ ୬୯୦ କିଲୋମିଟର ଦକ୍ଷିଣ-ଦକ୍ଷିଣ ପୂର୍ବ, ପଶ୍ଚିମବଙ୍ଗର ଦୀଘାରୁ ୬୭୦ କିଲୋମିଟର ଦକ୍ଷିଣ-ଦକ୍ଷିଣ ପୂର୍ବରେ ରହିଛି। ଏହା ଉତ୍ତର-ଉତ୍ତର ପଶ୍ଚିମ ପଶ୍ଚିମ ଦିଗକୁ ଆଗକୁ ବଢି ମେ ୨୪ ସକାଳ ସୁଦ୍ଧା ବାତ୍ୟାରେ  ପରିଣତ ହେବ ଏବଂ ୨୪ ଘଣ୍ଟାରେ ଭୀଷଣ ଘୂର୍ଣ୍ଣି ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି। ଏହା ଉତ୍ତର-ଉତ୍ତର ପଶ୍ଚିମ ଅଭିମୁଖେ ଆଗକୁ ବଢି ମେ ୨୬ ସନ୍ଧ୍ୟାରେ ପଶ୍ଚିମବଙ୍ଗର ସାଗର ଦ୍ଵୀପ ଓ ଓଡିଶାର ପାରାଦ୍ଵୀପ ମଧ୍ୟରେ ସ୍ଥଳଭାଗ ଛୁଇଁବ।

{"id":456168,"sizeSlug":"large","linkDestination":"none"}

ଏହାରି ପ୍ରଭାବରେ ମେ ୨୩ ଓ ୨୪ରେ ଆଣ୍ଡାମାନ ଓ ନିକୋବର ଦ୍ଵୀପ ପୁଞ୍ଜର ଅଧିକାଂଶ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ସେହି ପରି ଓଡିଶାରେ ମେ ୨୫ ତାରିଖରୁ ବର୍ଷା ଆରମ୍ଭ ହୋଇଯିବ। ରାଜ୍ୟର ଉତ୍ତର ଉପକୂଳବର୍ତ୍ତୀ ଜିଲ୍ଲା ବାଲେଶ୍ଵର, ଭଦ୍ରକ, କେନ୍ଦ୍ରାପଡା ଓ ମୟୂରଭଞ୍ଜର ଆଭ୍ୟନ୍ତୀଣ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେହି ପରି ମେ ୨୬ ତାରିଖରେ ବାଲେଶ୍ଵର, ଭଦ୍ରକ, କେନ୍ଦ୍ରାପଡା, ମୟୂରଭଞ୍ଜ, ଜଗତସିଂହପୁର, କଟକ, ଯାଜପୁର ଓ କେନ୍ଦୁଝର ଜିଲ୍ଲାର ଅଧିକାଂଶ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି।

{"id":456169,"sizeSlug":"large","linkDestination":"none"}

ମେ ୨୩ ତାରିଖରେ ଆଣ୍ଡମାନ ଓ ନିକୋବର ଦ୍ଵୀପ ପୁଞ୍ଜରେ ଏହାର ପ୍ରଭାବରେ ଘଣ୍ଟା ପ୍ରତି ପବନର ବେଗ ୪୫ ରୁ ୫୫ କିମି ବେଗରେ ପ୍ରବାହିତ ହେବ। ସେହି ପରି ଆଜି ସନ୍ଧ୍ୟାରେ ପୂର୍ବ ମଧ୍ୟ ବଙ୍ଗୋପସାଗର ସଂଲଗ୍ନ ଉତ୍ତର ଆଣ୍ଡାମାନ ସାଗରରେ ପବନର ଘଣ୍ଟା ପ୍ରତି ବେଗ ୭୫ କିଲୋମିଟର ରହିପାରେ। ଏହା ପରେ ୨୪ ତାରିଖ ସକାଳେ ମଧ୍ୟ ବଙ୍ଗୋପସାଗରର ପ୍ରମୁଖ ଭାଗରେ ପବନର ଗତି ବୃଦ୍ଧି ପାଇ ଘଣ୍ଟା ପ୍ରତି ୮୫ ରୁ ୮୭ କିଲୋମିଟର ବେଗରେ ପ୍ରବାହିତ ହେବ।

{"id":456170,"sizeSlug":"large","linkDestination":"none"}

୨୪ ତାରିଖ ସନ୍ଧ୍ୟାରେ ପବନର ବେଗ କମି ୪୦ ରୁ ୫୦ କିଲୋମିଟର ରହିବାର ସମ୍ଭାବନା ରହିଛି। ଏହା ଧୀରେ ଧୀରେ ବଢି ୨୫ ତାରିଖ ସନ୍ଧ୍ୟାରେ ୭୦ କିଲୋମିଟର ବେଗରେ ପ୍ରବାହିତ ହେବ। ବାତ୍ୟା ସ୍ଥଳଭାଗ ଆଡକୁ ପହଞ୍ଚିବା ସହ ୨୬ ତାରିଖ ସକାଳେ ପବନର ବେଗ ବଢି ଘଣ୍ଟା ପ୍ରତି ୧୦୦ ରୁ ୧୧୦ କିଲୋମିଟର ବହିବାର ସମ୍ଭାବନା ରହିଛି। ସନ୍ଧ୍ୟାରେ ବାତ୍ୟା ୟସ୍ ସ୍ଥଳଭାଗ ଛୁଇଁବା ବେଳେ ପବନର ଗତି ୧୫୫ ରୁ ୧୬୫ ରହିପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ବେଳେ ବେଳେ ଝଟକା ପରେ ଏହାର ବେଗ ୧୮୫କୁ ଛୁଇଁପାରେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.