Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସୁଶିଲ ମୋଦି ରାଜ୍ୟସଭା ପ୍ରାର୍ଥୀ, ରାମବିଳାସ ପାଶଓ୍ବାନଙ୍କ ସ୍ଥାନରେ ଟିକେଟ୍‌ ଦେଲା ବିଜେପି
  • ||
  • ଡିସେମ୍ବର ୧ରୁ ଖୋଲିବ ରାଜ୍ୟର ସମସ୍ତ ମେଡିକାଲ୍‌ କଲେଜ୍‌, କରୋନା ଗାଇଡ୍‌ଲାଇନ୍‌ ସହ ଏସ୍‌ଓପି ପାଳନ ବାଧ୍ୟତାମୂଳକ
  • ||
  • ବାଜିରାଉତ ବ୍ରିଜ୍‌ ଉପରେ ବସ୍‌ ଉପରକୁ ଗୁଳିମାଡ଼, ଦୁଇ ଯୁବକ ଏବଂ ଜଣେ ଯୁବତୀ ଫେରାର
  • ||
  • ଘୋଷଣା ହେଲା ଧର୍ମପଦ ସମ୍ମାନ, ୨୦୧୬ ରୁ ୨୦ ବର୍ଷ ପାଇଁ ୫ ଜଣଙ୍କୁ ଧର୍ମପଦ ସମ୍ମାନ, ୨୫ ଜଣ ଶିଳ୍ପୀ ହେବେ ସମ୍ବର୍ଦ୍ଧିତ
  • ||
  • ପାଠକ ବାପ-ପୁଅ ଗିରଫ, କୁବେର ଜଙ୍ଗଲ ଅଫିସରଙ୍କ ଅମାପ ସଂପତ୍ତି ଠାବ କରିଛି ଭିଜିଲାନ୍ସ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୧୮ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ୫୯୪ କରୋନା ସଂକ୍ରମିତ, ୩୧୭୨୩୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍, ଦଳରେ ସାମିଲ ହେଲେ ଦ୍ରୁତ ବୋଲର ଟି. ନଟରାଜନ
  • ||
  • ଭୁବନେଶ୍ବର : ଦଶମ ଶ୍ରେଣୀ ଛାତ୍ରୀ କଲେ ଆତ୍ମହତ୍ୟା ! ବେକରେ ରଶି ଲଗାଇ ପଙ୍ଖାରେ ଝୁଲି ପଡିଲେ, କାରଣ ଅସ୍ପଷ୍ଟ
  • ||
  • ରାଜକୋଟ : କୋଭିଡ୍ ହସ୍ପିଟାଲରେ ଲାଗିଲା ନିଆଁ, ୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||

‘ଏଟା’ର ଦୁର୍ଦ୍ଦଶା ଭିତରେ କେନ୍ଦ୍ରୀୟ ଆମେରିକାରେ ପୁଣି ତାଣ୍ଡବ ରଚିଲା ‘ଲୋଟା’: ୩୦ ମୃତ, ଭୂସ୍ଖଳନରେ ଫସିଛନ୍ତି ଅନେକ

19/11/2020 at 5:43 PM

ଓ୍ବାସିଂଟନ ୧୯/୧୧: ହରିକେନ୍‌ ‘ଏଟା’ର ଦୁଃଖ ଲିଭି ନଥିବା ବେଳେ ପୁଣି ବାତ୍ୟା ‘ଲୋଟା’ ଆଣିଛି ଦୁଃଖ। ବାତ୍ୟା ‘ଲୋଟା’ ମଧ୍ୟ ଆମେରିକାରେ ତାଣ୍ଡବ ରଚିଛି। ‘ଲୋଟା’ ପ୍ରଭାବରେ ମଧ୍ୟ ଆମେରିକା​‌ରେ ବନ୍ୟା ପରିସ୍ଥିତି ଉପୁଜିଛି। ପୂର୍ବରୁ ସେହି ଅଞ୍ଚଳଗୁଡ଼ିକ ଜଳବନ୍ଦି ହୋଇଥିଲା। ଏଟାର ତାଣ୍ଡବରେ ବେହାଲ ଥିବା ଲୋକେ ଏବେ ପୁଣି ଏକ ବନ୍ୟାର ମୁକାବିଲା କରୁଛନ୍ତି।

ତେବେ ଲୋଟାର ତାଣ୍ଡବରେ ଏବେ ସୁଦ୍ଧା ୩୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି ସୂଚନା ମିଳିଛି। କ୍ଷତିଗ୍ରସ୍ତ ଅଞ୍ଚଳରେ ଉଦ୍ଧାରକାରୀ ଦଳ ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି। ସେପଟେ ଉତ୍ତର କଲମ୍ବିଆରୁ ଦକ୍ଷିଣ ମେକ୍ସିକୋ ପର୍ଯ୍ୟନ୍ତ ପ୍ରବଳ ବର୍ଷା ଲାଗି ରହିଥିବା ବେଳେ ନଦୀଗୁଡ଼ିକ ଫୁଲି ଉଠିଛି। ଯାହା ଦ୍ବାରା ଅନେକ ଗାଁ ଏବେ ବିପଦ ମୁହଁକୁ ଠେଲି ହୋଇଥିବା ସୂଚନା ମିଳିଛି।

ହୋଣ୍ଡୁରାନ୍‌ ସହରର ଏୟାରପୋର୍ଟ ସମ୍ପୂର୍ଣ୍ଣ ଜଳ ଘେରରେ ରହିଛି। ଜେଟ ଓ୍ବେ କେବଳ ଏକ ବତକ ଭଳି ଦେଖାଯାଉଥିବା ବେଳେ ଗଛ ଗୁଡ଼ିକ ଗଭୀର ଜଳ ମଧ୍ୟରେ ଅଳ୍ପ ଦେଖାଯାଉଥିବା ସୋସିଆଲ ମିଡିଆରେ ଭାଇରାଲ୍‌ ହେଉଥିବା ଭିଡିଓରେ ଦେଖିବାକୁ ମିଳିଛି। ନିକାରଗୁଆରେ ସ୍ଥଳଭାଗ ଛୁଇଁଥିବା ବାତ୍ୟା ଲୋଟା କାଟେଗୋରି ୫ ମାଗ୍ନିଚ୍ୟୁଡ୍‌ର ବୋଲି ଜଣାପଡ଼ିଛି। ଏହା ପୂର୍ବରୁ ଏଟା ନିଜର ତାଣ୍ଡବ ରଚିଥିଲା।

ନିକାରଗୁର ପାଖାପାଖି ୧୬୦,୦୦୦ ଓ ହୋଣ୍ଡୁରାନ୍‌ର ୭୦,୦୦୦ ଲୋକେ ବାସହରା ହୋଇଥିବା ସୂଚନା ମିଳିଛି। ସେପଟେ ଇଆଇ ସାଲ୍‌ଭେଡରରେ ଲୋଟା ବ୍ୟାପକ ପ୍ରଭାବ ପକାଇଛି। ନିକାରଗୁଆ ଓ ହୋଣ୍ଡୁରାନ୍‌ ପ୍ରଶାସନ ପରିସ୍ଥିତିକୁ ଆୟତ୍ତକୁ ଆଣିବାକୁ ସବୁ ପ୍ରକାର ପ୍ରଚେଷ୍ଟା ଜାରି ରଖିଛି। ଅଧିକ ମୃତ୍ୟୁ ନିକାରଗୁଆରେ ହୋଇଥିବା ବେଳେ ପ୍ରଶାସନ ଅନୁସାରେ ଜଣେ ମା’ ଓ ତାର ୪ ଛୁଆ ନଦୀ ଜଳରେ ଭାସି ଯାଇଛନ୍ତି। ଉତ୍ତରରେ ହୋଇଥିବା ଭୂସ୍ଖଳନ ପାଇଁ ପାଖାପାଖି ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ନିଖୋଜ ଥିବା ସୂଚନା ମିଳିଛି।

ଉତ୍ତର ନିକାରଗୁଆର ଲା ଡାଲିଆରେ ଭୂସ୍ଖଳନରେ ଅନେକ ଲୋକ ଫସି ରହିଥିବା ମଧ୍ୟ ସୁଚନା ମିଳିଥିବା ବେଳେ ସେଠାକୁ ଯିବାକୁ  ପ୍ରଶାସନ ଅନୁମତି ଦେଉନାହିଁ। ହୋଣ୍ଡୁରାରେ ଗୋଟିଏ ପରିବାରର ୩ ପିଲାଙ୍କ ସମେତ ୫ ଜଣ ଭୂସ୍ଖଳନ ଘଟି ଘର ସହ ଫସି ରହିଛନ୍ତି। ତେବେ ଇଆଇ ସାଲଭେଡର ଓ ଗ୍ବେଟାମାଳାରେ ଅନେକ ଲୋକ ଏବେ ବି ଭୂସ୍ଖଳନରେ ଫସି ରହିଥିବା ନେଇ ପୋଲିସ ସୂଚନା ଦେଇଛି।

   Related Posts