Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୫ ହଜାରରୁ ଅଧିକ କରୋନା ପଜିଟିଭ୍, ୫୬୧ ମୃତ
  • ||
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ମାଡି ଆସୁଛି ସାମୁଦ୍ରିକ ଝଡ ‘ଖ୍ରୀଷ୍ଟୋଫ୍’ : ରହିଛି ପ୍ରବଳ ବର୍ଷା ଓ ବନ୍ୟା ଆଶଙ୍କା, ସତର୍କ ସୂଚନା ଜାରି କଲା ପ୍ରଶାସନ

19/01/2021 at 11:34 AM

ଲଣ୍ଡନ, ୧୯/୦୧:  ୟୁକେର କିଛି ଅଞ୍ଚଳରେ ସାମୁଦ୍ରିକ ଝଡ ‘ଖ୍ରୀଷ୍ଟୋଫ୍ ତାଣ୍ଡବ ରଚିପାରେ । ଏହାର ପ୍ରବାବରେ ପ୍ରବଳ ବର୍ଷା ଓ ବନ୍ୟା ଆଶଙ୍କା ରହିଛି । ଏହାକୁ ନେଇ ସାଉଥ୍ ୟର୍କସାୟାରରେ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ।

ଏଠାକାରର ବାସିନ୍ଦାଙ୍କୁ ମଙ୍ଗଳବାରରୁ ଗୁରୁବାର ଯାଏଁ ସତର୍କ ରହିବାକୁ କୁହାଯାଇଛି । ଇଂଲଣ୍ଡର ଉତ୍ତର-କେନ୍ଦ୍ରାଞ୍ଚଳରେ ଏହାର ପ୍ରଭାବ ପଡିବ । ମାଞ୍ଚେଷ୍ଟର୍, ଲିଡସ ଓ ସିଫିଲ୍ଡ ସହ ପିଟରବର୍ଗରେ ମଧ୍ୟ ଝଡ ତାଣ୍ଡବ ରଚିବ ।

ଡୋନକାଷ୍ଟରର ମେୟର ରୋସ୍ ଜୋନସ କହିଛନ୍ତି ଯେ,  ସାଉଥ୍ ୟର୍କସାୟାରରେ ଲୋକଙ୍କୁ ବାତ୍ୟା, ବନ୍ୟା ଓ ବର୍ଷା ପାଇଁ ସତର୍କ ସୂଚନା ପ୍ରଦାନ କରାଯାଇଛି । ତେବେ ଭୟଭୀତ ନହେବାକୁ ସେ ପରାମର୍ଶ ଦେଇଛନ୍ତି । ବନ୍ୟା ମୁକାବିଲା ପାଇଁ ପ୍ରଶାସନ ତତ୍ପର ଥିବା ସେ ପ୍ରକାଶ କରିଛନ୍ତି । ତେବେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଚି । କରୋନା କଟକଣା ମଧ୍ୟରେ ସମସ୍ତ ପ୍ରକ୍ରିୟା ହେଉଥିବା ସେ ସୂଚନା ଦେଇଛନ୍ତି ।

ମଙ୍ଗଳବାର ମଧ୍ୟରାତ୍ରରୁ ୟୁକେର ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ଅନୁମାନ କରାଯାଉଛି । ଏହାଫଳରେ ଅନେକ ଘର କ୍ଷତିଗ୍ରସ୍ତ ହେବାର ସମ୍ଭାବନା ଅଛି । ଏଥିପାଇଁ ଇଂଲଣ୍ଡ ଓ ଓ୍ୱେଲସରେ ୟେଲୋ ଆଲର୍ଟ ଜାରି କରାଯାଇଛି । ସମ୍ଭାବ୍ୟ ବନ୍ୟା ପାଇଁ ମଧ୍ୟ ସତର୍କ ରହିବାକୁ କୁହାଯାଇଛି ।

ସୂଚନାଯୋଗ୍ୟ, ୨୦୨୦-୨୧ ମଧ୍ୟରେ ଇଂଲଣ୍ଡରେ ଏହା ହେଉଛି ତୃତୀୟ ସାମୁଦ୍ରିକ ଝଡ । ଏହାପୂର୍ବରୁ ଆଲେକ୍ସ ଓ ବେଲା ତାଣ୍ଡବ ରଚି ସାରିଛନ୍ତି ।   

   Related Posts