Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କଲେ ମୁଖ୍ୟ ଶାସନ ସଚିବ
  • ||
  • ଜି.ଉଦୟଗିରି: ମିନିବସରେ ଲାଗିଲା ନିଆଁ
  • ||
  • ଟାଙ୍ଗୀ: ବାଲିନାଶିରେ ୨ ଭାଇଙ୍କୁ ଗୋଡ଼େଇ ଗୋଡ଼େଇ ହାଣିଲେ ଦୁର୍ବୃତ୍ତ, ଗୁରୁତର ଅବସ୍ଥାରେ ଏମ୍ସରେ ଭର୍ତ୍ତି
  • ||
  • ବଲାଙ୍ଗୀର: ବେଆଇନ୍ ବାଲି ବୋଝେଇ ଟ୍ରାକ୍ଟର ଜବତ, ମାଲିକଙ୍କ ଉପରେ ୨୦ ହଜାର ଟଙ୍କାର ଫାଇନ୍ ଲଗାଇଲେ ତହସିଲଦାର
  • ||
  • ରାଇରଙ୍ଗପୁର: କଲୋନୀରେ ଅଗ୍ନିକାଣ୍ଡ, ଜଳି ପାଉଁଶ ହୋଇଗଲା ୨ ବଖରା ଘର
  • ||
  • ନବରଙ୍ଗପୁର : ନିଖୋଜ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର
  • ||
  • କାମାକ୍ଷାନଗର : ବାଇକ୍‌କୁ ଧକ୍କା ଦେଲା ହାଇଓ୍ବା, ଜଣେ ମୃତ, ଜଣେ ଗୁରୁତର
  • ||
  • ବଲାଙ୍ଗୀର: ଆକ୍ସନ ମୋଡ୍‌ରେ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ, ଆରମ୍ଭ କଲେ ନୂଆ ପ୍ରକଳ୍ପ
  • ||
  • ବରଗଡ : ବାଲି ବୋଝେଇ ଟ୍ରାକ୍ଟର ଓ ବାଇକ୍ ମୁହାଁମୁହିଁ ଧକ୍କା, ୨ ଜଣ ମୃତ
  • ||
  • ଭୁବନେଶ୍ବର : ମାଟ୍ରିକ୍ ପରୀକ୍ଷାର୍ଥୀଙ୍କୁ ମିଳିବ ‘ପରୀକ୍ଷା ଦର୍ପଣ’, ପରୀକ୍ଷା ପାଇଁ ହେବ ସହାୟକ
  • ||

କେରଳ ଉପକୂଳକୁ ମୁହାଁଇଛି ସମୁଦ୍ରିକ ବାତ୍ୟା ‘ବୁରେଭି’, ତିରୁଅନନ୍ତପୁରମ ବିମାନ ବନ୍ଦର ବନ୍ଦ

4/12/2020 at 5:06 PM

ତିରୁଅନନ୍ତପୁରମ ୪।୧୨: ଦକ୍ଷିଣ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ବାତ୍ୟା ‘ବୁରେଭି’ ଉପକୂଳ ଅତିକ୍ରମ କରିବା ଆରମ୍ଭ କରିଛି। ଏହା ରାମନାଥପୁରମ ଓ  ଟୁଥୁକୁଡି ଦେଇ ଭୂ-ଭାଗକୁ ପ୍ରବେଶ କରିବ। ଏହାର ପ୍ରଭାବରେ ଟୁଥୁକୁଡି, ତେରୁନେଲ ବେଲି,  କନ୍ୟାକୁମାରୀ, କୁଡ୍ଡଲୋର ଓ ପୁଡୁଚେରୀ ସମେତ ଆଖପାଖ ଅଞ୍ଚଳରେ ଝଡ଼ ବତାସ ସାଙ୍ଗକୁ ବର୍ଷା ଆରମ୍ଭ ହୋଇଯାଇଛି।

ଏ ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)ଙ୍କ ପକ୍ଷରୁ ଜାରି ବୁଲେଟିନ ଅନୁସାରେ ବୁରେଭି ପ୍ରଭାବରେ ଘଣ୍ଟାପ୍ରତି ୫୦ରୁ ୬୦ କିଲୋମିଟର ବେଗରେ ପବନ ବହିବା ସହ ସ୍ଥଳ ବିଶେଷରେ ଘଣ୍ଟାପ୍ରତି ପବନର ବେଗ ୭୦ କିଲୋମିଟର ଛୁଇଁବ ବୋଲି ସତର୍କ କରାଇଛନ୍ତି। ବର୍ଷା ଓ ପବନକୁ ଦୃଷ୍ଟିରେ ରଖି ପୂର୍ବାହ୍ନ ୧୦ଟାରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ତିରୁଅନନ୍ତପୁରମ ବିମାନ ବନ୍ଦରକୁ ବିମାନ ଚଳାଚଳ ଲାଗି ବନ୍ଦ ଘୋଷଣା କରାଯାଇଛି।

ଗୋଟିଏ ସପ୍ତାହ ମଧ୍ୟରେ ଆରବ ସାଗର ଓ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଏହା ଦ୍ୱିତୀୟ ଘୂର୍ଣ୍ଣିବାତ୍ୟା। ନଭେମ୍ବର ୨୩ ତାରିଖରେ ଆରବ ସାଗରରୁ ଉଠିଥିବା ସାମୁଦ୍ରିକ ବାତ୍ୟା ‘ଗତି’  ସୋମାଲିଆ ଉପକୂଳରେ ଭୂ-ଭାଗକୁ ପ୍ରବେଶ କରିଥିଲା। ସେହିପରି ନଭେମ୍ବର ୨୫ ତାରିଖରେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ବାତ୍ୟା ‘ନିଭାର’ ପୁଡୁଚେରୀ ଉପକୂଳରେ ସ୍ଥଳଭାଗକୁ ପ୍ରବେଶ କରିବା ସହ ତାମିଲନାଡୁ ବ୍ୟାପକ କ୍ଷୟକ୍ଷତି କରିଥିଲା।

   Related Posts