Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଏମସିଡି ଉପ ନିର୍ବାଚନ : ଚୌକା ମାରିଲା ଆପ୍, କଂଗ୍ରେସର ଗୋଟିଏରେ ବଡ ବିଜୟ, କିନ୍ତୁ ଖାତା ଖୋଲି ପାରିଲାନି ବିଜେପି
  • ||
  • ମଦ୍ରାସାରେ ପଢାଯିବ ଗୀତା, ଯୋଗ ଓ ରାମାୟଣ : ପାଠ୍ୟକ୍ରମରେ ସାମିଲ କଲା ଏନଆଇଓଏସ
  • ||
  • ଗଜପତି : ଜେଇଙ୍କ ଘରେ ଭିଜିଲାନ୍ସ ଚଢାଉ, ୨ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଠାବ
  • ||
  • ସମ୍ବଲପୁର : ଯୁଜୁମୁରା ରେଞ୍ଜରେ ବାରମ୍ବାର ହାତୀ ମୃତ୍ୟୁ ଘଟଣା : ନିଲମ୍ବିତ ହେଲେ ସଦର ରେଞ୍ଜର
  • ||
  • ସମ୍ବଲପୁର : ଦୁଇ ବାଇକ୍ ଉପରେ ଚଢିଗଲା ଟ୍ରକ୍, ୩ ମୃତ, ଜଣେ ଗୁରୁତର
  • ||
  • ସୋର : ୮ଲକ୍ଷ ଟଙ୍କା ପାଇଁ କିଡ୍‌ନାପ୍ ! ବନ୍ଧୁକ ମୁନରେ ହତ୍ୟା ଧମକର ଭିଡିଓ ଭାଇରାଲ୍
  • ||
  • ସୋନପୁର : ଭିଜିଲାନ୍ସ ଜାଲରେ ଶିକ୍ଷକ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ମାର୍ଚ୍ଚ ୫ରେ ‘ଓମେନ୍ ଆଚିଭର୍ସ ଅଫ୍ ଓଡ଼ିଶା’ ପୁରସ୍କାର ସମାରୋହ
  • ||
  • କରଞ୍ଜିଆ : କରଞ୍ଜିଆ ବନଖଣ୍ଡ ଅଞ୍ଚଳରେ ଜଳୁଛି ଜଙ୍ଗଲ, ଫେଲ୍ ମାରିଛି ବନ ବିଭାଗର ନିଆଁ ଲିଭା ଅଭିଯାନ
  • ||
  • ଚିନ୍ତା ବଢାଉଛି କରୋନାର ବ୍ରାଜିଲ ଭାରିଏଣ୍ଟ, ରହିଛି ପୁନଃ ସଂକ୍ରମଣ କ୍ଷମତା
  • ||

ଆଉ ହେବନି ନୂଆ ହୋମ୍‌ଗାର୍ଡ ନିଯୁକ୍ତି, ରାଜ୍ୟ ଗୃହ ବିଭାଗର ବଡ଼ ନିଷ୍ପତ୍ତି

16/09/2020 at 12:46 PM

ଭୁବନେଶ୍ୱର ୧୬।୦୯: ଆଉ ହେବନି ନୂଆ ହୋମ୍‌ଗାର୍ଡ (ଗୃହରକ୍ଷୀ) ନିଯୁକ୍ତି । ଖାଲି ଥିବା ସମସ୍ତ ହୋମ୍‌ଗାର୍ଡ ପଦବୀରେ କୌଣସି ନିଯୁକ୍ତି ନ କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଏ ନେଇ ଖୋଦ୍‌ ଗୃହ ବିଭାଗ ନିର୍ଦ୍ଦେଶ ଜାରି କରିଛି ।

ରାଜ୍ୟରେ ମୋଟ ୧୭ ହଜାର ୬୭୫ ହୋମଗାର୍ଡ ପଦବୀ ରହିଛି । ଏଥିରୁ ୧୬ ହଜାର ପଦବୀରେ ହୋମଗାର୍ଡ ନିଯୁକ୍ତ ଅଛନ୍ତି। ହୋମଗାର୍ଡଙ୍କ ଦୈନିକ ଭତ୍ତା ୩ଶହ ଟଙ୍କାରୁ ୫୩୩ ଟଙ୍କାକୁ ବୃଦ୍ଧି କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ରାଜ୍ୟ ସରକାର ମଧ୍ୟ ଏ ଦିଗରେ ପଦକ୍ଷେପ ନେଇଥିଲେ । ହେଲେ ଏହା ରାଜ୍ୟ ସରକାରଙ୍କ ଉପରେ ଆର୍ଥିକ ବୋଝ ବଢ଼ାଇଥିଲା। ଅର୍ଥ ବିଭାଗର ପରାମର୍ଶ କ୍ରମେ ଖାଲିଥିବା ହୋମଗାର୍ଡ ପଦବୀରେ କୌଣସି ନିଯୁକ୍ତି ନ କରିବାକୁ ଗୃହ ବିଭାଗ ସ୍ଥିର କରିଛି ।

ଅପରପକ୍ଷରେ ଖାଲି ପଦବୀ ବଦଳରେ ୩ଜଣ ହୋମଗାର୍ଡଙ୍କ ସ୍ଥାନରେ ଜଣେ କନଷ୍ଟେବଳଙ୍କୁ ନିଯୁକ୍ତ କରିବାକୁ ରାଜ୍ୟ ସରକାର ସ୍ଥିର କରିଛନ୍ତି । ୧୫୭୫ ହୋମଗାର୍ଡ ପଦବୀ ଖାଲିଥିବାରୁ ଏହା ବିଶେଷ ପ୍ରଭାବିତ କରିବନି ବୋଲି ସରକାର ଯୁକ୍ତି ଦର୍ଶାଇଛନ୍ତି । ହେଲେ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ନାପସନ୍ଦ କରିଛି ଗୃହରକ୍ଷୀ ସଂଘ । ଏଭଳି କଲେ ଆଇନଶୃଙ୍ଖଳା ଓ ଟ୍ରାଫିକ ବ୍ୟବସ୍ଥାରେ ସମସ୍ୟା ଉପୁଜିବ । ତେଣୁ ରାଜ୍ୟ ସରକାର ନିଜ ନିଷ୍ପତ୍ତିର ପୁନଃ ବିଚାର କରିବାକୁ ସଂଘ ଦାବି କରିଛି ।

   Related Posts