Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୫ ବର୍ଷ ପରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ, ଆରମ୍ଭ ହେଲା ପ୍ରସ୍ତୁତି
  • ||
  • କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ
  • ||
  • ମାଲକାନଗିରି : ମାଟି ତଳୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଜବତ
  • ||
  • ରାଜନଗର : ଭୋଗ ଖାଇ ୧୫୦ ଅସୁସ୍ଥ, ୩୦ ଜଣଙ୍କ ଅବସ୍ଥା ଗୁରୁତର
  • ||
  • ପାରାଦୀପ : ସମୁଦ୍ରରେ ବୁଡିଗଲା ମାଛଧରା ଟ୍ରଲର, ୫ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ
  • ||
  • ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଆଉ ୧୪୮୦କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରେନ୍‌ରେ କଟି ବାପା-ଝିଅ-ପୁଅର ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||

ହ୍ବାଟସଆପରେ ଏହି ୯ଟି କାମ କରୁଛନ୍ତି କି? ତେବେ ସାବଧାନ ଆପଣଙ୍କୁ ଯିବାକୁ ପଡ଼ିବ ଜେଲ୍

9/01/2020 at 11:30 AM

ନୂଆଦିଲ୍ଲୀ ୯/୧: ସରକାର ଶୁକ୍ରବାର ଦେଶର ୧୦ଟି ବଡ଼ ସୁରକ୍ଷା ଏଜେନ୍ସିଙ୍କୁ ଆପଣଙ୍କୁ ନିଜର କମ୍ପ୍ୟୁଟର ଉପରେ ନଜର ରଖିବାକୁ ଆଦେଶ ଦେଇଛନ୍ତି କିନ୍ତୁ ଏହାର ଅର୍ଥ ଏୟା ନୁହେଁ ଯେ ଆପଣ ଫୋନରେ କିଛି ବି କରିବେ ଏବଂ ଏଥିରେ ସରକାରଙ୍କ ନଜର ରହିବ ନାହିଁ। ପୂର୍ବରୁ ସରକାର ହ୍ବାଟସଆପରେ ୟୁଜର୍ସଙ୍କ ମ୍ୟାସେଜ ପଢ଼ିବାକୁ ଚାପ ପକାଇଛି। ଏପରି ପରିସ୍ଥିତିରେ ଏହା ମଧ୍ୟ ହୋଇପାରେ ଯେ ଆପଣଙ୍କ ଗୋଟିଏ ହ୍ବାଟସଆପ୍ ମ୍ୟାସେଜ ଯୋଗୁଁ ଆପଣଙ୍କୁ ଜେଲ୍ ଯିବାକୁ ପଡ଼ିପାରେ। ତେବେ ଆଜି ଆମେ ଜାଣିବା ହ୍ବାଟସଆପ୍ ବିଷୟରେ ଯାହାକୁ ନେଇ ଆପଣଙ୍କୁ ଅତ୍ୟନ୍ତ ସାବଧାନରେ ରହିବାକୁ ପଡ଼ିବ।

୧.ଯଦି ଆପଣ କୌଣସି ହ୍ବାଟସଆପ ଗ୍ରୃପର ଆଡମିନ୍ ଅଛନ୍ତି ତେବେ କୌଣସି ଆପତ୍ତିଜନକ ମ୍ୟାସେଜ୍‌ର ଅଭିଯୋଗ ହେଲେ ପୋଲିସ୍ ଆପଣଙ୍କୁ ଗିରଫ କରିପାରେ। ତାହା ଗ୍ରୃପର ଅନ୍ୟ ସଦସ୍ୟ ପଠାଇଥିଲେ ମଧ୍ୟ ଆପଣ ଜେଲ୍ ଯାଇ ପାରନ୍ତି।

 ୨.ହ୍ବାଟସଆପରେ ଦେହ ବ୍ୟବସାୟ କିମ୍ବା ବେଶ୍ୟାବୃତ୍ତିକୁ ଗୁରୁତ୍ବ ଦେଉଥିବା କିମ୍ବା ଏହା ସମ୍ବନ୍ଧିତ ମ୍ୟାସେଜକୁ ନେଇ ଆପଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇପାରେ।

୩.ଲୋକପ୍ରିୟ କିମ୍ବା ସେଲିବ୍ରିଟିମାନଙ୍କ ଫଟୋକୁ ଅପବ୍ୟବହାର କରି ଏହାକୁ ହ୍ବାଟସଆପରେ ସେୟାର କଲେ ଏହା ଆଇନ୍ ଅନୁସାରେ ଅପରାଧ ହେବ।

୪.ମହିଳାଙ୍କୁ ଅପମାନ ଏବଂ ତାଙ୍କ ପ୍ରତି ହିଂସା ସମ୍ବନ୍ଧିତ ମ୍ୟାସେଜ ଯୋଗୁଁ ଆପଣଙ୍କୁ ସ୍ଥାନୀୟ ପୋଲିସ୍ ଗିରଫ କରିପାରେ।

୫.ଯଦି ଆପଣ କୌଣସି ଅନ୍ୟ ବ୍ୟକ୍ତିଙ୍କ ନାଁରେ କିମ୍ବା ନମ୍ବରରେ ହ୍ବାଟସଆପ୍ ଆକାଉଣ୍ଟ ଚଲାଉଛନ୍ତି ତେବେ ଆପଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇପାରେ। ଏପରି କାର୍ଯ୍ୟକଳାପରୁ ଦୂରେଇ ରୁହନ୍ତୁ।

୬.କୌଣସି ଧର୍ମ କିମ୍ବା କୌଣସି ବ୍ୟକ୍ତିଙ୍କ ପ୍ରତି ଘୃଣାଭାବ ସୃଷ୍ଟି କରାଉଥିବା ମ୍ୟାସେଜକୁ ନେଇ ଗ୍ରୃପ୍ ଆଡମିନଙ୍କୁ ଗିରଫ କରାଯାଇପାରିବ। ଏହା ସହିତ ଏପରି ମ୍ୟାସେଜ ପଠାଉଥିବା ବ୍ୟକ୍ତିଙ୍କୁ ପୋଲିସ୍ ଗିରଫ କରିପାରେ।

୭.ଯଦି ଆପଣଙ୍କ ହ୍ବାଟସଆପ ଗ୍ରୃପରେ ମିଥ୍ୟା ଖବର କିମ୍ବା ଗୁଜବ ସୃଷ୍ଟି କରାଉଥିବା ଖବର ସେୟାର ହେଉଛି ତେବେ ଆପଣ ଏହାକୁ ତୁରନ୍ତ ବନ୍ଦ କରନ୍ତୁ କିମ୍ବା ମ୍ୟାସେଜ ପଠାଉଥିବା ବ୍ୟକ୍ତିଙ୍କ ବିରୋଧରେ ଅଭିଯୋଗ କରନ୍ତୁ।

୮.ଆପଣ ହ୍ବାଟସଆପ୍ ଜରିଆରେ କୌଣସି ଏପରି ଜିନିଷ କିଣି ପାରିବେ ନାହିଁ କିମ୍ବା ବିକ୍ରି କରି ପାରିବେ ନାହିଁ ଯାହାକୁ ବ୍ୟାନ୍ କରାଯାଇସାରିଛି କିମ୍ବା କିଣାବିକା କରିବା ଆଇନଗତ ଅପରାଧ ଅଟେ।

୯.କୌଣସି ବ୍ୟକ୍ତିଙ୍କ ଅନୁମତି ବିନା ତାଙ୍କର ଭିଡିଓ କରିବା ଏବଂ ହ୍ବାଟସଆପରେ ସେୟାର କରିବା ,ଅଶ୍ଳୀଳ ଭିଡିଓ ସେୟାର କରିବାକୁ ନେଇ ଆପଣଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ହୋଇପାରେ।

   Related Posts