Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲିଙ୍ଗରାଜ ମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ, ବହୁ ସେବାୟତ କୋଭିଡ୍‌ ପଜିଟଭ୍‌ ଚିହ୍ନଟ
  • ||
  • କେକେଆରକୁ ୨୦୫ ରନ୍‌ର ବିଜୟ ଲକ୍ଷ ଦେଲା ଆରସିବି
  • ||
  • କରୋନା ଯୋଗୁଁ ପଶ୍ଚିମବଙ୍ଗରେ ନିଜର ସବୁ ରାଲି ବାତିଲ କଲେ ରାହୁଲ ଗାନ୍ଧୀ: ସୋସିଆଲ ମିଡ଼ିଆରେ ହେଉଛି ପ୍ରଶଂସା
  • ||
  • ଏପ୍ରିଲରେ ଭୟାବହ ରୂପ ନେଇଛି କରୋନା: ୧୮ ଦିନରେ ୨୬ ଲକ୍ଷରୁ ଅଧିକ ମାମଲା
  • ||
  • ଦାରିଙ୍ଗବାଡ଼ି : ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣାଗ୍ରସ୍ତ : ନାବାଳକ ମୃତ, ୨ ଗୁରୁତର
  • ||
  • JEE ମେନ୍‌ ୨୦୨୧ ସ୍ଥଗିତ, ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ନେସନାଲ୍ ଟେଷ୍ଟିଂ ଏଜେନ୍ସିର ନିଷ୍ପତ୍ତି
  • ||
  • କରୋନା ସଂକ୍ରମଣ ଚିନ୍ତା, ଆଗୁଆ ପଦକ୍ଷେପ : ୪ରୁ ୫ ଗୁଣ ବଢିବ ବେଡ୍ ସଂଖ୍ୟା
  • ||
  • ରାଜ୍ୟରେ କରୋନା ନେଲା ଆଉ ୨ ଜଣଙ୍କ ଜୀବନ, ୧୯୪୪ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ମିଳିଲାନି ଅମ୍ଳଜାନ, ଜୀବନ ହାରିଲେ ୬ କରୋନା ଆକ୍ରାନ୍ତ
  • ||
  • ଜୟପୁର ସବ୍ ଜେଲରେ ରେଡ୍, ଏସ୍‌ପି ଓ ଉପ ଜିଲ୍ଲାପାଳ ସାମିଲ
  • ||

ତାମିଲନାଡୁରେ ରାହୁଲଙ୍କ ପ୍ରଚାର ଉପରେ ରୋକ୍ ଲଗାଯାଉ, ଏଫଆଇଆର ରୁଜୁ କରାଯାଉ: ନିର୍ବାଚନ ଆୟୋଗ ଠାରେ ଫେରାଦ ହେଲା ବିଜେପି

4/03/2021 at 10:59 PM

ନୂଆଦିଲ୍ଲୀ ୦୪।୦୩: ନିର୍ବାଚନ ଆୟୋଗଙ୍କ ଦ୍ଵାରା ତାରିଖ ଘୋଷଣା ହେବା ପରେ ଦେଶର ୪ ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ନିର୍ବାଚନୀ ମାହୋଲ ସରଗରମ ରହିଛି। ବିଶେଷ କରି ୪ ରାଜ୍ୟରେ ପ୍ରଚାର ଅଭିଯାନ ଜୋର ଧରିଛି। ଏହା ମଧ୍ୟରେ ତାମିଲନାଡୁ ଭାରତୀୟ ଜନତା ପାର୍ଟି  ବିଜେପି ନିର୍ବାଚନ ଆୟୋଗଙ୍କ ଦ୍ଵାରସ୍ଥ  ହୋଇଛି। ଦଳ ନିର୍ବାଚନ ପ୍ରଚାର ନେଇ ରାହୁଲ ଗାନ୍ଧୀଙ୍କ ଉପରେ କଟକଣା ଲଗାଇବାକୁ ଆୟୋଗଙ୍କଠାରେ ଦାବି କରିଛନ୍ତି। ତାମିଲନାଡୁ ନିର୍ବାଚନ ପ୍ରଚାରରେ ରାହୁଲ ଗାନ୍ଧୀ ନିର୍ବାଚନୀ ଆଚରଣ ବିଧି ଉଲ୍ଲଂଘନ କରୁଥିବା ପାର୍ଟି ଅଭିଯୋଗ କରିଛି। ବିଜେପି ଦାବି କରିଛି ଯେ, ନିର୍ବାଚନ ଆୟୋଗ ଯୁବ ବର୍ଗଙ୍କୁ ଉସୁକାଉଥିବା ଅଭିଯୋଗରେ ରାହୁଲ ଗାନ୍ଧୀଙ୍କ ବିରୋଧରେ ଏଫଆଇଆର ରୁଜୁ କରିବାକୁ ପୋଲିସକୁ ନିର୍ଦ୍ଦେଶ ଦେଉ।

ବିଜେପି ନିର୍ବାଚନ ସଂପର୍କ ସମିତିର ରାଜ୍ୟ ପ୍ରଭାରୀ ଭି ବାଲଚନ୍ଦ୍ରନ ଅଭିଯୋଗ କରିଛନ୍ତି ଯେ, ମାର୍ଚ୍ଚ ୧ରେ କନ୍ୟାକୁମାରୀ ଜିଲ୍ଲାର ମୁଲଗାମୁଡୁରେ ସେଣ୍ଟ ଯୋଶେଫ ମ୍ୟାଟ୍ରିକ ହାୟର ସେକେଣ୍ଡାରୀ ସ୍କୁଲ ପରିସରରେ ରାହୁଲ ଗାନ୍ଧୀଙ୍କ ନିର୍ବାଚନୀ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା।

ଗୁରୁବାର ତାମିଲନାଡୁ ବିଜେପି ମୁଖ୍ୟ ନିର୍ବାଚନ ଅଧିକାରୀ ସତ୍ୟବ୍ରତ ସାହୁଙ୍କୁ ଦାବି ପତ୍ର ପ୍ରଦାନ କରି ତାମିଲନାଡୁରେ ରାହୁଲ ଗାନ୍ଧୀଙ୍କ ପ୍ରଚାର ଅଭିଯାନ ଉପରେ ରୋକ୍ ଲଗାଇବାକୁ ଦାବି କରିଛନ୍ତି। ଏହା ବ୍ୟତୀତ ରାହୁଲ ନିଜର ଟିପ୍ପଣୀରେ ଆଇପିସିର ଧାରା ୧୦୯ ଏବଂ ୧୨୪ ଏ(ଦେଶଦ୍ରୋହ) ଆଧାରରେ ଅପରାଧ କରିଥିବା ବିଜେପି କହିଛି।

   Related Posts