ହୀମାଚଳରେ ଭୀଷଣ ଭୂ-ସ୍ଖଳନ, ଭୂଷୁଡିଲା ପୋଲ, ପାହାଡ଼ରୁ ଖସି ପର୍ଯ୍ୟଟକଙ୍କ ଗାଡ଼ି ଉପରେ ପଡିଲା ପଥର, ୯ ମୃତ, ୩ ଆହତ

Published By : Prameya-News7 Bureau | July 25, 2021 IST

କିନ୍ନୌର ୨୫।୭: ହିମାଚଳପ୍ରଦେଶ କିନ୍ନୌର ଜିଲ୍ଲା ରବିବାର ଭୀଷଣ ଭୂ-ସ୍ଖଳନ ହୋଇଛି। ଫଳରେ ୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଆହତ ହୋଇଛନ୍ତି। ଆସୁଥିବା ସୂଚନା ଅନୁସାରେ ଜିଲ୍ଲାର ଗୁଂସା ନିକଟରେ ପାହାଡ ଅତଡା ଧସିଛି। ଏହି ସମୟରେ ଛିତକୂଲରୁ ପର୍ଯ୍ୟଟକଙ୍କୁ ନେଇ ସାଙ୍ଗଲା ଯାଉଥିବା ଗାଡ଼ିଗୁଡିକ ଭୂ-ସ୍ଖଳନରେ ଫଶି ଯାଇଛି। ଗାଡି ଉପରେ ପଥର ଲଦି ହୋଇପଡିବାରୁ ଏଥିରେ ଯାତ୍ରା କରୁଥିବା  ପ୍ରାୟ ୯ ଜଣ ପର୍ଯ୍ୟଟକ ପ୍ରାଣ ହରାଇଛନ୍ତି।

{"id":485585,"width":841,"height":706,"sizeSlug":"large","linkDestination":"none"}

ମୃତ ପର୍ଯ୍ୟଟକମାନେ ଦିଲ୍ଲୀ ଏନସିଆରର ବୋଲି ଜଣାପଡିଛି। ସେମାନେ ଛୁଟି କଟାଇବାକୁ ଆସିଥିବା ବେଳେ  ଭୂ-ସ୍ଖଳନର ଶିକାର ହୋଇଯାଇଛନ୍ତି। ସଙ୍ଗଲ ଘାଟିରେ ବଟସେରୀ ପୋଲ ମଧ୍ୟ ଭୂଷୁଡି ପଡିଛି। ଭୂ-ସ୍ଖଳନ ସୂଚନା ମିଳିବାମାତ୍ରେ ପୋଲିସ ଓ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚିବା ସହ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। ତେବେ ପାହାଡରୁ ପଥର ଗଡୁଥିବାରୁ ଉଦ୍ଧାର ପରିଚାଳନା ସମ୍ଭବ ହୋଇ ପାରୁନଥିବା ସ୍ଥାନୀୟ ବିଧାୟକ ତଥା କଂଗ୍ରେସ ନେତା ଜଗତସିଂ ନେଗୀ କହିଛନ୍ତି। ଦୁର୍ଘଟଣାରେ ଆହତ ପର୍ଯ୍ୟଟକଙ୍କୁ ତୁରନ୍ତ ହସ୍ପିଟାଲ ପହଞ୍ଚାଇବା ଲାଗି ହେଲିକପ୍ଟର ଡକାଯାଇଥିବା ନେଗି କହିଛନ୍ତି।

wp:embed {"url":"https://twitter.com/PBNS_India/status/1419240611606052870","type":"rich","providerNameSlug":"twitter","responsive":true,"className":""}
https://twitter.com/PBNS_India/status/1419240611606052870
/wp:embed

ନିକଟରେ ଥିବା ଏକ ଗେଷ୍ଟ ହାଉସରେ ଅବସ୍ଥାନ କରୁଥିବା ପର୍ଯ୍ୟଟକ ଏହି ଭୟଙ୍କର ପ୍ରାକୃତିକ ଦୁର୍ବିପାକର ଭିଡିଓ ସୋସିଆଲ ମିଡିଆରେ ଅପଲୋଡ କରିଛନ୍ତି। ଯେଉଁଥିରେ ପାହାଡରୁ ଟନଟନ ଓଜନର ପଥର ବିଜୁଳିବେଗରେ ଖସୁଥିବା ସାଙ୍ଗକୁ ବଟସେରୀ ପୋଲ ଓ ପାଖ ଆଖର ନିର୍ମାଣ କିପରି ଧ୍ୱଂସ୍ତ ବିଧ୍ୱଂସ୍ତ କରୁଛି ତାହା ସ୍ପଷ୍ଟ ଦେଖି ହେଉଛି। ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.