Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ଅପରାହ୍ନ ୪ଟାରୁ ରାତି ୮ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ
  • ||

ଅଜବ ରୋଗ: କିଶୋରୀଙ୍କ ଆଖିରୁ ଲୁହ ସହ ବାହାରୁଛି ଗୋଡି, ଡାକ୍ତର ବି ଆଶ୍ଚର୍ଯ୍ୟ

23/09/2021 at 7:17 PM

କନ୍ନୌଜ ୨୩/୦୯ : ଉତ୍ତର ପ୍ରଦେଶ କନ୍ନୌଜରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଜଣେ କିଶୋରୀଙ୍କ ବାମ ଆଖିରୁ ଲୁହ ସହ ଗୋଡି ବାହାରୁଛି। ଦୁଇ ମାସ ହେଲା ଏମିତି ଚାଲିଛି। କିଶୋରୀଙ୍କ ପିତା ଅନେକ ଡାକ୍ତରଙ୍କୁ ଦେଖାଇ ସାରିଲେଣି। କିନ୍ତୁ ତାଙ୍କର ଚିକିତ୍ସା ଏବେ ଯାଏଁ ହୋଇପାରିନାହିଁ। ଡାକ୍ତର ଏହାକୁ କୌଣସି ରୋଗ ବୋଲି କହିନାହାନ୍ତି।

ମାମଲା କନ୍ନୌଜର ଗୁରସହାୟଗଞ୍ଜ ଥାନା ଅଞ୍ଚଳର। ଏଠାରେ ବଲିଦାଦପୁର ନାମକ ଏକ ଗାଁ ଅଛି। ଏଠାରେ ରହୁଥିବା ୧୫ ବର୍ଷୀୟ ଚାନ୍ଦିନୀଙ୍କ ଘରଲୋକ ଦାବି କରିଛନ୍ତି ଯେ ଝିଅର ଗୋଟିଏ ଆଖିରୁ ଗୋଡି ବାହାରୁଛି। ଚାନ୍ଦିନୀଙ୍କ ଆଖି ସବୁବେଳେ ନାଲି ରହିଥାଏ ଓ ବହୁତ ଯନ୍ତ୍ରଣା ମଧ୍ୟ ହୁଏ। ଝିଅର ହେଇ ସମସ୍ୟା ଯୋଗୁଁ ପିତାମାତା ବି ସବୁବେଳେ ଚିନ୍ତିତ। ଚାନ୍ଦିନୀଙ୍କ ପିତା କହିଛନ୍ତି, ଜୁଲାଇ ୨୭ ତାରିଖରୁ ତାଙ୍କ ଝିଅ ସହ ଏମିତି ହେଉଛି। ବାମ ଆଖିରୁ ପ୍ରତିଦିନ ଗୋଡି ବାହାରୁଛି। ଚାନ୍ଦିନୀଙ୍କ ପିତା ନିଜ କ୍ଷମତା ଅନୁଯାୟୀ ସୀତାପୁର, ରୁହେଲଖଣ୍ଡ, ବରେଲୀ ସମେତ ଅନେକ ସ୍ଥାନରେ ଆଖି ଯାଞ୍ଚ କରାଇଛନ୍ତି। କିନ୍ତୁ କିଛି ଲାଭ ମିଳିଲା ନାହିଁ। 

ଏହି ଅଜବ ରୋଗକୁ ଦେଖି କନ୍ନୌଜର ନେତ୍ର ବିଶେଷଜ୍ଞ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ନେତ୍ର ରୋଗ ବିଶେଷଜ୍ଞ ଡ.ଏପି ସିଂହ କହିଛନ୍ତି ଯେ ମେଡିକାଲ ସାଇନ୍ସରେ ଆଜି ଯାଏଁ ଏମିତି କୌଣସି ମାମଲା ସାମ୍ନାକୁ ଆସିନାହିଁ। ସେ ଏହାକୁ ରୋଗ ନ କହି ଚାନ୍ଦିନୀ ପ୍ଲାନ କରିଥିବା କୌଣସି ଏକ ନାଟକ ବୋଲି କହିଛନ୍ତି। 

   Related Posts