ନିର୍ବାଚନୀ ରାଲିରେ ନୀତିଶଙ୍କ ଉପରେ ପଥର ଓ ପିଆଜ ମାଡ, ବିହାର ମୁଖ୍ୟମନ୍ତ୍ରୀ କହିଲେ- 'ଆହୁରି ପଥର ଫିଙ୍ଗନ୍ତୁ'

Published By : Prameya-News7 Bureau | November 03, 2020 IST

ପାଟନା, ୦୩/୧୧:  ବିହାର ବିଧାନସଭାର ତୃତୀୟ ପର୍ଯ୍ୟାୟ ମତଦାନ ପାଇଁ ପ୍ରଚାର ଆରମ୍ଭ ହୋଇଯାଇଛି । ମଙ୍ଗଳବାର ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ନେତା ନୀତିଶ କୁମାର ହରଲାଖୀ ବିଧାନସଭା କ୍ଷେତ୍ରରେ ପହଁଚିଥିଲେ । ଏଠାରେ ତାଙ୍କୁ ବିରୋଧର ସାମ୍ନା କରିବାକୁ ପଡିଛି । ଯେତେବେଳେ ନୀତିଶ ରାଲିକୁ ସମ୍ବୋଧିତ କରୁଥିଲେ ତାଙ୍କ ଉପରେ ପଥର ଓ ପିଆଜ ମାଡ କରାଯାଇଥିବା ଦେଖିବାକୁ ମିଳିଛି ।

ପଥର ଫିଙ୍ଗିଥିବା ବ୍ୟକ୍ତି ଜୋରରେ ପାଟି କରି କହିଥିଲେ ଯେ, ବିହାରରେ ଖୁଲମ ଖୁଲା ମଦ ବିକ୍ରି ହେଉଛି । ଏହାସହ ସେ ନୀତିଶଙ୍କ ବିରୋଧରେ ନାରାବାଜି ମଧ୍ୟ କରିଥିଲେ । ଆହୁରି ମଧ୍ୟ ନୀତିଶ ମଦ ବିକ୍ରି ରୋକିବାରେ ବିଫଳ ବୋଲି ସେ କହିଥିଲେ ।

ଏହି ସମୟରେ ନୀତିଶଙ୍କ ସୁରକ୍ଷାକର୍ମୀ ସେହି ବ୍ୟକ୍ତିଙ୍କୁ ରୋକିବା ପାଇଁ ଚେଷ୍ଟା କରିଥିଲେ । ଏହାକୁ ନେଇ ନୀତିଶ କହିଥିଲେ ଯେ, ଯେତେ ଇଚ୍ଛା ପଥର ଫିଙ୍ଗନ୍ତୁ ।

ସୂଚନାଯୋଗ୍ୟ, ଚଳିତ ନିର୍ବାଚନ ପ୍ରଚାର ବେଳେ ନୀତିଶଙ୍କୁ ଅନେକ ଥର ବିରୋଧର ସାମ୍ନା କରିବାକୁ ପଡିଛି । ଅନେକ ରାଲିରେ ନୀତିଶଙ୍କ ବିରୋଧରେ ନାରାବାଜି କରାଯାଇଛି । ନିଜେ ନୀତିଶ ମଧ୍ୟ ଏପରି ବ୍ୟକ୍ତିଙ୍କୁ ଗାଳି କରିଥିଲେ ।

ମୁଜଫରନଗରରେ  ନୀତିଶଙ୍କ ସାମ୍ନାରେ କିଛି ବ୍ୟକ୍ତି ଲାଲୁ ଜିନ୍ଦାବାଦ ନାରା ଲଗାଇଥିଲେ । ଏହାପରେ ଯେଉଁମାନେ ଲାଲୁଙ୍କ ନାରା ଲଗାଉଛନ୍ତି ସେମାନେ ଲାଲୁଙ୍କ ପାଖକୁ ଯାଆନ୍ତୁ ବୋଲି ନୀତିଶ କହିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.