ସରକାରୀ ଜମିରୁ ମାଙ୍କଡା ପଥର ଚୋରୀ, ଛଦ୍ମ ବେଶରେ ଚଢ଼ାଉ କଲା ପୋଲିସ

Published By : Prameya-News7 Bureau | October 20, 2021 IST

ଟାଙ୍ଗୀ, ୨୦/୧୦: ସରକାରୀ ଜମିରୁ କାଟି ନେଇଗଲେ ପଥର । ଖୋର୍ଦ୍ଧା ଜିଲ୍ଲାର ଚଣ୍ଡେଶ୍ୱର ଛକ ନିକଟ ତଥା ଟାଙ୍ଗୀ ତହସିଲ ଅଧିନସ୍ଥ ତଳଗଡ କୁହୁଡି ମୌଜାରେ ଥିବା ସରକାରୀ ଜମିରୁ ମାଙ୍କଡା ପଥର ଖନନ କରି ଚୋରୀ କରାଯାଉଥିଲା । ଏହି ସମୟରେ ବାଲୁଗାଁ SDPO ମାନସ ରଞ୍ଜନ ବାରିକ ଛଦ୍ମ ବେଶରେ ସେଠାରେ ପହଞ୍ଚିଗଲେ ।

ମାଙ୍କଡା ପଥର କ୍ରୟ କରିବା ବାହାନା କରି ବିଭିନ୍ନ ମୂଲଚାଲ କଲେ । ପରେ-ପରେ ନିଜର ଅସଲି ପରିଚୟ ଦେଇ ଘଟଣା ସ୍ଥଳରୁ ୨ଟି ପାୱାର୍ ଟିଲର୍, ୩ଟି ବାଇକ୍ ଧରପଗଡ କଲେ । ଜଣଙ୍କୁ ଗିରଫ ମଧ୍ୟ କରିଛି ଟାଙ୍ଗୀ ପୋଲିସ । ଆଉ କେତେକ ଘଟଣା ସ୍ଥଳରୁ ଚମ୍ପଟ ମାରିଛନ୍ତି ବୋଲି ବାଲୁଗାଁ SDPO ମାନସ ରଞ୍ଜନ ବାରିକ ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.