Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୦ କୋଭିଡ୍ ସଂକ୍ରମିତ, ୩୩୪୩୦୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୫ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କଳିଙ୍ଗ ଝୋଟ କାରଖାନାରେ ଅଘଟଣ, ମେସିନରେ ଚାପି ହୋଇ ଶ୍ରମିକ ମୃତ
  • ||
  • ଭଞ୍ଜନଗର : ଘରୋଇ କଳି ହେଲା କାଳ, ଦାଦାର ଛୁରାମାଡ଼଼ରେ ଝିଆରୀ ଆହତ
  • ||
  • ପୁରୀ : ଆଜି ଶ୍ରୀଜିଉଙ୍କ ଦର୍ଶନ ବନ୍ଦ, ଶ୍ରୀମନ୍ଦିର ଭିତରେ ଓ ବାହାରେ କରାଯାଉଛି ସାନିଟାଇଜ୍
  • ||
  • ବ୍ରିଜରେ ଝୁଲିଛି ଯାତ୍ରୀବାହୀ ବସ୍‌, ଅଳ୍ପକେ ବର୍ତ୍ତିଲେ ୫୦ରୁ ଅଧିକ ଯାତ୍ରୀ
  • ||
  • ଆଜିଠୁ ଖୋଲିଲା ଭିତରକନିକା, କୁମ୍ଭୀର ଗଣନା ପାଇଁ ଗତ ୧୫ ତାରିଖଠାରୁ ବନ୍ଦ ଥିଲା ଜାତୀୟ ଉଦ୍ୟାନ
  • ||

ତହସିଲଦାରଙ୍କ ଅନୁପସ୍ଥିତିରେ ବୃଦ୍ଧି ପାଇଛି ପଥର ଚୋରି, ଲକ୍ଷାଧିକ ଟଙ୍କାର ହେଉଛି ରାଜସ୍ୱ ହାନି

17/09/2020 at 9:47 PM

ନୀଳଗିରି,୧୭/୯  ଭଦ୍ରକ ଜିଲ୍ଲା: ନୀଳଗିରି ତହସିଲଦାର କରୋନା ଆକ୍ରାନ୍ତ ପରେ ତାଙ୍କ ଅନୁପସ୍ଥିତ ସୁହାଉଛି ପଥର ମାଫିଆଙ୍କୁ। ଦିନରାତି ଏକ କରି ପାହାଡ଼ରୁ ପଥର ଚୋରି ଚାଲିଥିବା ନଜରକୁ ଆସିଛି । ଏଭଳି ଘଟଣା ବେଗୁନିଆ ଅଂଚଳରେ ଦେଖିବାକୁ ମିଳିଛି । ନୀଳଗିରି ରାଜସ୍ଵ ଅଧିନ ବେଗୁନିଆ ଅଂଚଳରେ ଏକ ବିରାଟ ପାହାଡ଼ ରହିଛି । ଏହି ପାହାଡ ରୁ ଏବେ ଦିନରାତି ଏକ କରିଛନ୍ତି ଲୁଟି ଚାଲିଛନ୍ତି ପଥର ମାଫିଆ।

ପୂର୍ବରୁ ଏହି ପାହାଡ଼ରେ ପଥର ଖାଦାନ ଲିଜ ସୂତ୍ରରେ ଚାଲୁଥିଲା। କିନ୍ତୁ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ ଆଇନ ବାଧକ ସାଜିଥିବାରୁ ପଥର ଖାଦାନ ପରବର୍ତ୍ତୀ ଅବସ୍ଥାରେ ବନ୍ଦ ହୋଇଥିଲା। ହେଲେ ଏହି ବନ୍ଦ କାଗଜପତ୍ରରେ ଥିବାବେଳେ ପଥର ଚୋରି ଏପର୍ଯ୍ୟନ୍ତ ଚାଲୁ ରହିଥିବା ଦେଖାଯାଇଛି।  ତତ୍କାଳୀନ ତହସିଲଦାର ମନୋରମା ଭୂୟାଁ ବେଆଇନ ଗଛିତ ପଥର ଜବତ କରିଥିଲେ ସତ ପଥର ଗୁଡିକୁ ସ୍ଥାନାନ୍ତର କରିପାରିନଥିଲେ। ପଥରମାଫିଆମାନେ ମିଳିତ ଭାବେ ଗ୍ରାମବାସୀଙ୍କୁ ହାତ କରି ଗାଡି ଅଟକ କରିବାରୁ ତହସିଲଦାରଙ୍କୁ  ଶେଷରେ ନିରାଶ ହୋଇ ଫେରିବାକୁ ପଡିଥିଲା। ପରେ ଥାନାରେ ଅଭିଯୋଗ ସତ୍ତ୍ୱେ କଠୋର କାର୍ଯ୍ୟାନୁଷ୍ଠାନ ହେବାତ ଦୂରର କଥା ଅଭିଯୋଗ ଫାଇଲ ତଳେ ରହିଯାଇଥିଲା। ଏହାପରେ ଆଉ ଜଣେ ତହସିଲଦାର ସୁଶ୍ରୀତା ଟୁଡୁ ମଧ୍ୟ ବିପୁଳ ପରିମାଣରେ ପଥର ଜବତ କରିବା ସହିତ ପଥରକୁ ଟ୍ରକରେ ଲୋଡ଼ କରି ଆଣିବା ବେଳକୁ ଗ୍ରାମବାସୀ ଅଟକ ରଖିଥିଲେ। ପ୍ରଛଦ ପଟରେ ପଥର ମାଫିଆମାନେ ଗ୍ରାମବାସୀଙ୍କୁ ଜୀବନ ଜୀବିକାର ଦ୍ୱାହି ଦେଇ ଅଧିକାରୀ ଓ ପୋଲିସ ଙ୍କୁ ଅଟକ ରଖିଥିଲେ । ପରେ ତହସିଲଦାର ଚତୁରତାର ସହିତ ନିଜର ଭାବମୂର୍ତୀ ବଞ୍ଚାଇବାକୁ ଯାଇ ଲୋଡ୍ ଟ୍ରକକୁ ଛାଡି ଦିଅ ବାକିତକ ପଥର ଆଉ ନିଆଯିବ ନାହିଁ ବୋଲି କହି ସେଠାରୁ ଟ୍ରକ ଓ ମେସିନ ନେଇ ପଳାଇଆସିଥିବାର କୁହାଯାଉଛି। ପରେ  ଦୃଢ଼ କାର୍ଯ୍ୟାନୁଷ୍ଠାନ ନହେବାରୁ ପଥର ମାଫିଆ ଚୋରି ବୃଦ୍ଧି କରିଦେଇଥିଲେ।

ଏବେ ବେଗୁନିଆ ପଥର ଖାଦାନର ଚତୁଃପାର୍ଶ୍ଵରେ ପଥର ତାଡି ଚୋରି ହେଉଥିବା ନଜରକୁ ଆସିଛି। ପଥରକୁ ସରକାରୀ ଜାଗାରେ ପକାଇ ମେଟାଲ ପିଟି ତାହା ବାହାରକୁ ଚାଲାଣ ହେଉଥିବା ଜଣାପଡିଛି । ବାଗୁଡି ପଥର ଖାଦାନରୁ ଦିନରେ ତାରିଖ ପଡିନଥିବା ଗୋଟିଏ ପରମିଟକୁ  ଦୁଇ ତିନିଦିନ ଧରି ପଥର ଗୁଡିକୁ ବେଗୁନିଆ ଅଂଚଳରେ ଗଛିତ ରଖୁଛନ୍ତି । ତା ସହିତ ବେଗୁନିଆ ଚୋରା ପଥରକୁ ପରମିଟ ଥିବା ଦର୍ଶାଇ ଅଞ୍ଚଳବାସୀ ଓ ସ୍ଥାନୀୟ ଆରଆଇଙ୍କୁ ଭୂଆ ବୁଲାଇ ଚୋରି ପଥରକୁ ବିକ୍ରି କରୁଛନ୍ତି ।  ଖାଲି ସେତକ ନୁହଁ  ଆରଆଇଙ୍କ କାର୍ଯ୍ୟ ଦକ୍ଷତା ଉପରେ ଅଞ୍ଚଳବାସୀ ଅଙ୍ଗୁଳି ଉଠାଇଛନ୍ତି । କାର୍ଯ୍ୟରତ ତହସିଲଦାର ଅଶେଷ କୁମାର ନାୟକ ମଧ୍ୟ ବାରମ୍ବାର ଚଢ଼ାଉ କରାଯିବ ବୋଲି କହୁଥିବା ବେଳେ କଣ ପାଇଁ ଯେ ଚଢ଼ାଉ କରୁନାହାନ୍ତି ଏ ନେଇ ପ୍ରଶ୍ନ ଉଠିଛି । ଏବେ ସେ କରୋନା \ରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଥିବା ବେଳେ ପଥର ମାଫିଆ ସ୍ପଷ୍ଟ ଦିବାଲୋକରେ ପଥର ଚୋରି ବୃଦ୍ଧି କରିଛନ୍ତି । ଯଦି ରାଜସ୍ୱ ବିଭାଗ ଦୃଢ଼ କାର୍ଯ୍ୟାନୁଷ୍ଠାନ ନ ନିଏ ତାହେଲେ ଲକ୍ଷାଧିକ ଟଙ୍କାର ରାଜସ୍ୱ ହାନି ହେବ ବୋଲି ଅନୁମାନ କରାଯାଉଛି । ତେବେ ଘଟଣାକୁ ନେଇ ନୀଳଗିରି ଉପଜିଲ୍ଲାପାଳ ହରିଶ୍ଚନ୍ଦ୍ର ଜେନାଙ୍କ ମତାମତ ନେବା ପରେ ତହସିଲଦାର ଛୁଟିରେ ଥିବାରୁ ଚୋରି ବୃଦ୍ଧି ହୋଇଥିବା ସ୍ୱୀକାର କରିଛନ୍ତି । ସେ କାର୍ଯ୍ୟରେ ଯୋଗଦେଲେ ସ୍ୱତନ୍ତ୍ର ଟାସ୍କ ଫୋର୍ସ ଗଠନ କରାଯାଇ ଚଢ଼ାଉ କରାଯିବ ବୋଲି ସେ କହିଛନ୍ତି।

   Related Posts