Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୟାଗଡ଼ : ପୋଲିସ କବ୍‌ଜାରେ ୪ ଆନ୍ତଃ ଜିଲ୍ଲା ଡକାୟତ
  • ||

ତାଡି ଖାଇଗଲେ ପଥର: କୋଟି କୋଟି ରାଜସ୍ଵ ହରାଉଛନ୍ତି ସରକାର, କୁଆଡେ ଗଲା ସ୍ପେଶାଲ ଟାସ୍କ ଫୋର୍ସ

19/07/2020 at 3:55 PM

ନୀଳଗିରି ୧୯/୭: ବାଲେଶ୍ଵର ଜିଲ୍ଲା ନୀଳଗିରି ଅଂଚଳରେ ବିଭିନ୍ନ ସ୍ଥାନରେ ଏବେ ପଥର ମାଫିଆ ସକ୍ରିୟ ହୋଇଉଠିଛନ୍ତି। ସ୍ପଷ୍ଟ ଦିବାଲୋକରେ ପଥର ଚୋରି କରି ରାଜସ୍ୱ ଲୁଟ ହେଉଥିବା ବେଳେ ନୀଳଗିରିରେ ଗଠନ ହୋଇଥିବା ସ୍ପେଶାଲ ଟାସ୍କଫୋର୍ସ କୁଆଡେ଼ ଗଲା ବୋଲି ପ୍ରଶ୍ନ ଉଠିଛି। ଫଳରେ ସରକାର କୋଟି କୋଟି ରାଜସ୍ୱ ହରାଉଥିବା ଅଭିଯୋଗ ଉଠିଛି।

ନୀଳଗିରି ତହସିଲ ଅଧିନ ମିତ୍ରପୁର,ବେଗୁନିଆ,ମଛୁଆ,ଚଣ୍ଡିପୁର,ବାଘମରା,ରିଙ୍ଗପୁର ଅଂଚଳରେ କୋଟିକୋଟି ଟଙ୍କାର ପଥର ଗଚ୍ଛିତ ରହିଛି।ଏ ସବୁ ସରକାର ଜାଗାରେ ପଡି ରହିଥିବା ବେଳେ ରାଜସ୍ୱ ବିଭାଗ ତରଫରୁ କୌଣସି କାର୍ଯ୍ୟାନୁଷ୍ଠାନ କରାଯାଉ ନାହିଁ। ସରକାରୀ ପଥର ଖାଦାନ ଚାଲୁନଥିବା ବେଳେ  ଅଂଚଳରେ ପଥର କୁଆଡେ ଆସୁଛି ଏନେଇ ସନ୍ଦେହ ଉପୁଜିଛି। ବାଗୁଡି ଅଂଚଳରୁ ବିନା ପରମିଟରେ ପଥର ଆଣି ବହୁ ସ୍ଥାନରେ ପଥର ଗଛିତ ରହିଛି। ବାଗୁଡି ଅଂଚଳରେ ଚୋରା ପଥର ଖାଦାନ ଚାଲୁଥିବା ବେଳେ ସରକାରୀ ତହବିଲରୁ ରାଜସ୍ୱ ହାନି ହେଉଛି।

ସେହିପରି ନୀଳଗିରି ସ୍ଵର୍ଣଚୁଡ଼ ସଂରକ୍ଷିତ ଜଙ୍ଗଲ ଚାରିପଟେ ମଧ୍ୟ ପଥର ଚୋରି ହେଉଛି। ପଥର କିଏ ବ୍ଲାଷ୍ଟିଂ କରୁଛି ତ ଆଉ କିଏ ତାଡି ମେଟାଲ ପିଟି ଗଚ୍ଛିତ କରି ରଖିଛି। ପଥର ତାଡି ବଡ଼ବଡ଼ ଗାତ ସୃଷ୍ଟି କରିଥିବା ବେଳେ ବର୍ଷା ଦିନରେ ମୃତ୍ତିକା କ୍ଷୟ ହେବାର ଆଶଙ୍କା ଘାରିଛି।ଫଳରେ ପାଖରେ ଥିବା ଶାଳ ଜଙ୍ଗଲ ଧୋଇଯିବାର ଆଶଙ୍କା ଘାରିଛି।ବହୁ ସ୍ଥାନରେ ଗଛ ତାଡି ପଥର ମାଫିଆ ମାନେ ଆଗକୁ ଆଗକୁ ତାଡି ମାଡିଚାଲିଥିବା ବେଳେ ବନବିଭାଗ ର ତାଗିଦ ଅଛି ନା ରାଜସ୍ୱ ବିଭାଗ ର କଟକଣା ରହିଛି। ଫଳରେ ସ୍ପଷ୍ଟ ଦିବାଲୋକରେ ରିଙ୍ଗପୁର ଅଂଚଳରେ ପଥର ଚୋରି ବୃଦ୍ଧି ପାଇଛି।

ପୂର୍ବରୁ ଜିଲ୍ଲାପାଳଙ୍କ ନିର୍ଦେଶରେ ବନବିଭାଗ, ରାଜସ୍ୱ ବିଭାଗ ଓ ପୋଲିସ ବିଭାଗକୁ ନେଇ ସ୍ପେଶାଲ ଟାସ୍କଫୋର୍ସ ଗଠନ କରାଯାଇଥିବା ବେଳେ ତାହା ଏବେ ନାମକୁ ମାତ୍ର ରହିଛି। କାଁଭାଁ ପଥର ଗାଡି ଜବତ ହେଉଥିବା ବେଳେ ସ୍ଵଳ୍ପ ଜୋରିମାନା ପାଇଁ ପଥର ମାଫିଆ ଚୋରି କରିବାକୁ ପଛାଉ ନାହାଁନ୍ତି। ଦିନକୁ ଦିନ ପଥର ଚୋରି ବୃଦ୍ଧି ପାଇବା ଓ ସରକାର ତହବିଲରୁ କୋଟି କୋଟି ରାଜସ୍ୱ ଲୁଟ ହେଉଥିବା ବେଳେ ଜିଲ୍ଲାପାଳ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ସାଧାରଣ ରେ ଦାବି ହେଉଛି।

   Related Posts