ମହାଶିବରାତ୍ରୀ ପାଳନ ଅବସରରେ ପାହାଡରୁ ଖସିଲା ପଥର- ୬ ଗୁରୁତର

Published By : Prameya-News7 Bureau | February 21, 2020 IST

ରାଉରକେଲା  ୨୧।୦୨ -ପବିତ୍ର ମହାଶିବରାତ୍ରିରେ ଅଘଟଣ। ମହା ଶିବରାତ୍ରି ପାଇଁ ପୂଜାର୍ଚ୍ଚନା ଚାଲିଥିବା ବେଳେ ପାହାଡ଼ରୁ ଖସିଲା ପଥର। ଏଥିରେ ୩୫ରୁ ଅଧିକ ଭକ୍ତ ଆହତ ହୋଇଛନ୍ତି।  ଆହତଙ୍କ ମଧ୍ୟରେ ୬ ଜଣଙ୍କର ଅବସ୍ଥା ଗୁରୁତର ଅଛି । ଗୁରୁତର ମଧ୍ୟରେ ଅଛି ଜଣେ ଦୁଇ ବର୍ଷର ଶିଶୁକନ୍ୟା।  ଓଡ଼ିଶା- ଝାଡ଼ଖଣ୍ଡ ସୀମାନ୍ତ ହାତିବାରୀ ଥାନା ଜଟିଆ ବାବା ମନ୍ଦିରରେ ଏହି ଅଘଟଣ ଘଟିଛି। …

ଚାରିଆଡ଼େ ବିକ୍ଷିପ୍ତ ହୋଇପଡ଼ିଛି ଭଙ୍ଗା ନଡ଼ିଆ, ବିକ୍ଷିପ୍ତ ହୋଇ ପଡ଼ିଛି ଖଣ୍ଡ ଖଣ୍ଡ ପଥର ।ଜଟିଆ ବାବାଙ୍କ ମନ୍ଦିର ଖାଁ ଖାଁ ହୋଇଛି । କାହିଁକି ଜଟିଆ ବାବା କ୍ରୋଧ କରିଲେ, କାହିଁକି ଜଟିଆ ପାହାଡ଼ ଅସ୍ଥିର ହୋଇପଡ଼ିଲା। ସେପୁଣି  ଶିବରାତ୍ରି ଭଳି ପବିତ୍ର ଦିନରେ । ଯେଉଁମାନେ ବାବାଙ୍କୁ ଦର୍ଶନ କରିବାକୁ ଆସିଥିଲେ ସେମାନେ ହସ୍ପିଟାଲରେ। ସମୟ ଦିନ ପ୍ରାୟ ୧୧ଟା ୪୦  ।   ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ହାତିବାରୀ ଥାନା ଜଟିଆ ବାବା ମନ୍ଦିରରେ ଘଟିଥିଲା ଅଘଟଣ। ପାହାଡ଼ ଉପରୁ ଖସିପଡ଼ିଲା ପଥର । କିଛି ବୁଝିବା ପୂର୍ବରୁ ଛୋଟ ଛୋଟ ପଥର କାହାର ମୁହଁରେ କାହାରେ ଦେହରେ ବାଜିଲା। ଆଉ କାହା ଉପରେ ପଡିଲା ବଡ଼ ପଥର। ଏଥିରେ ୩୫ ଜଣ ଆହତ ହୋଇଛନ୍ତି । ତୁରନ୍ତ ସେମାନଙ୍କୁ ହସ୍ପିଟାଲକୁ ନିଆଯାଇଥିଲା। ସେମାନଙ୍କ ମଧ୍ୟରେ ଜଣେ ୨ ବର୍ଷ ଶିଶୁ କନ୍ୟା ଅଛି । ଆହତ ମାନଙ୍କ ମଧ୍ୟରୁ ୨୦ ଜଣଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।ଅନ୍ୟମାନେ ହାତିବାରୀ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ।…

{"id":227346,"sizeSlug":"large"}

ଆହତଙ୍କ ମଧ୍ୟରେ ୬ ଜଣଙ୍କ ଅବସ୍ଥା ଗୁରୁତର ରହିଛି। କିଛି ଆହତଙ୍କ ସଂପର୍କିୟ ଅଭିଯୋଗ କରିଛନ୍ତି ସେମାନଙ୍କୁ  ତୁରନ୍ତ ଓ ଉପଯୁକ୍ତ ଚିକିତ୍ସା ମିଳିପାରିନି। ବୀରମିତ୍ରପୁର ବିଧାୟକ ତଥା ସ୍ଥାନୀୟ ଲୋକେ ସେଠାରେ ପହଞ୍ଚି ଏନେଇ ଅସନ୍ତୋଷ ଜାହିର କରିଥିଲେ।

କେଉଁ ପରିସ୍ଥିତିରେ ପାହାଡ଼ରୁ ପଥର ଖସିଲା, ମନ୍ଦିର ପରିଚାଳନା କମିଟି ଏଥିପାଇଁ ପୂର୍ବରୁ କାହିଁକି ସତର୍କ ରହିନଥିଲେ ସେ ନେଇ ତଦନ୍ତ କରୁଛି ସ୍ଥାନୀୟ ପ୍ରଶାସନ ।…

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.