Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୩ କରୋନା ସଂକ୍ରମିତ, ୧୦୫୦୦୬୦ରେ ପହଞ୍ଚିଲା ସଂଖ୍ୟା
  • ||
  • ଚିଲିକାରେ ବଢୁଛି ବର୍ଷା ଓ ପବନ, ରାସ୍ତାଘାଟ ଖାଁ ଖାଁ
  • ||
  • ଅନୁଗୁଳ : ଟ୍ରକ-ଇନୋଭା ମୁହାଁମୁହିଁ ଧକ୍କା, ୨ ମୃତ
  • ||
  • ନୟାଗଡ : ଭିଜିଲାନ୍ସ ପଞ୍ଝାରେ ଅତିରିକ୍ତ ଯୋଗାଣ ଅଧିକାରୀ, ଏକାସାଙ୍ଗେ ୬ଟି ସ୍ଥାନରେ ରେଡ୍
  • ||
  • ପୃଥିବୀକୁ ବଡ ବିପଦ ! ମାଡି ଆସୁଛି ଗ୍ରହାଣୁ, ମାଡ ହେଲେ ପରମାଣୁ ବୋମାଠୁ ଭୟଙ୍କର ବିସ୍ଫୋରଣ
  • ||
  • ଯବାନଙ୍କ ଆତ୍ମହତ୍ୟା, ସର୍ଭିସ ରାଇଫଲରୁ ଗୁଳି ଚଳାଇ ହାରିଲେ ଜୀବନ
  • ||
  • ଜଗତସିଂହପୁରରେ ଲାଗି ରହିଛି ବର୍ଷା, ବାତ୍ୟା ମୁକାବିଲା ପାଇଁ ସଜାଗ ପ୍ରଶାସନ
  • ||
  • ଜଓ୍ୱାଦ ପ୍ରଭାବ : ମାଡି ଆସିବ ସମୁଦ୍ର, ଉଠିବ ବଡ ଜୁଆର
  • ||

ଚନ୍ଦ୍ରବାବୁ ନାଇଡୁଙ୍କ ଗାଡି ଉପରକୁ ଚପଲ ଓ ପଥର ମାଡ

28/11/2019 at 4:33 PM

ଅମରାବତୀ ୨୮।୧୧ – ଆନ୍ଧ୍ର ପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ଗାଡି ଉପରକୁ ଚପଲ ଓ ପଥର ମାଡ । ଏହି ଘଟଣା ଆନ୍ଧ୍ରପ୍ରଦେଶର ନୂଆ ରାଜଧାନୀ ହେବାକୁ ଯାଉଥିବା ଅମରାବତୀରେ ଦେଖିବାକୁ ମିଳିଛି । ଚନ୍ଦ୍ରବାବୁ ନାଇଡୁ ଆମରାବତୀର ଶିଳାନ୍ୟାସ କରାଯାଇଥିବା ସ୍ଥାନକୁ ପରିଦର୍ଶନରେ ଯାଇଥିବା ବେଳେ ଏହି ଘଟଣା ଦେଖିବାକୁ ମିଳିଥିଲା । ସେଠାରେ ତେଲଗୁ ଦେଶମ ପାର୍ଟି ଓ ଓ୍ୱାଇଏସ୍‌ଆର୍‌ କଂଗ୍ରେସ କର୍ମୀ ମୁହାଁ ମୁହିଁ ହୋଇଥିଲେ । ସେଠାରେ ଉପସ୍ଥିତ ଥିବା କିଛି କୃଷକ ବି ଚନ୍ଦ୍ରବାବୁ ନାଇଡୁ ଫେରିଯାଅ ବୋଲି ସ୍ଲୋଗାନ ଦେଇଥିଲେ ।

ଏହାପରେ ପୁଲିସ ବାଧ୍ୟ ହୋଇ ଜମା ହୋଇଥିବା ଲୋକଙ୍କୁ ଘଉଡାଇ ଦେଇଥିଲା । ଚନ୍ଦ୍ରବାବୁ ନାଇଡୁଙ୍କ ଗାଡି ଉପରକୁ କିଛି ଲୋକ ପଥର ମାଡ କରିଥିଲେ । ଚନ୍ଦ୍ରବାବୁ ନାଇଡୁ ଏଠାରେ ଥିବା ନିଜ ଘରୁ ଏକ ବସ୍‌ରେ ନୂଆ ରାଜଧାନୀ ପରିଦର୍ଶନରେ ବାହାରିଥିଲେ । ପୁଲିସ ସଙ୍ଗେ ସଙ୍ଗେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆରମ୍ଭ କରିଥିଲା ।

ଅମରାବତୀ ରାଜଧାନୀ ପାଇଁ ଯେଉଁସ୍ଥାନରେ ପ୍ରଧାନମନ୍ତ୍ରୀ ମୋଦୀ ଶିଳାନ୍ୟାସ କରିଥିଲେ । ସେହି ସ୍ଥାନରେ ନାଇଡୁ ସାଙ୍କେତିକ ଭାବେ ଏକ ନଡିଆ ଭାଙ୍ଗିଥିଲେ । ଏହାପରେ ସେଠାରେ ଉତ୍ତେଜନା ଦେଖାଦେଇଥିଲା ।

   Related Posts