Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହସ୍ପିଟାଲରୁ ଡିସ୍‌ଚାର୍ଜ ହେଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ମାର୍ଚ୍ଚ ୩୦ରେ ହୋଇଥିଲା ବାଇପାସ୍‌ ସର୍ଜରୀ
  • ||
  • ପାଟଣା : ଭାରସାମ୍ୟ ହରାଇ ବ୍ରିଜ୍ ଉପରୁ ୨୦ଫୁଟ ତଳକୁ ଖସିଲା ବାଇକ୍, ୨ ଗୁରୁତର
  • ||
  • ନୀଳଗିିରି : ବିଦ୍ୟୁତ ବିଲ୍ ବୃଦ୍ଧି ପ୍ରତିବାଦରେ ସିପିଆଇର ରାସ୍ତାରୋକ
  • ||
  • ଢେଙ୍କାନାଳ : ମାଛ ଧରିବାକୁ ଯାଇ ନଦୀରେ ବୁଡିଗଲେ ମାଛ ଧରାଳି, ଚାଲିଗଲା ଜୀବନ
  • ||
  • ଭୁବନେଶ୍ବର : ଖରା ପାଇଁ ପାନୀୟ ଜଳ ବିଭାଗର ଛୁଟି ବାତିଲ
  • ||
  • ୨ ବିଶ୍ୱବିଦ୍ୟାଳୟରେ ନୂଆ କୁଳପତି, ରାଜଭବନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ
  • ||
  • ଭୁବନେଶ୍ବର : ଡାକ୍ତରଖାନା ପାଇଁ କୋଭିଡ୍ ଗାଇଡ୍‌ଲାଇନ୍, ଆବଶ୍ୟକତା ନଥିଲେ ସଂକ୍ରମିତଙ୍କୁ ଆଡମିଶନ ମନା
  • ||
  • ସରିଲା ରାଜ୍ୟ କ୍ୟାବିନେଟ୍‌ ବୈଠକ, ୯ଟି ପ୍ରସ୍ତାବ ଉପରେ ବାଜିଲା ମୋହର
  • ||
  • ଭୁବନେଶ୍ବର : BMCର ପେଡ୍ କ୍ବାରେଣ୍ଟାଇନ୍ ବ୍ୟବସ୍ଥା, ନନ୍ ଏସି ୧୦୯୯ ଓ ଏସି ରୁମ୍ ୧୪୯୯ ଟଙ୍କା
  • ||
  • ଭୁବନେଶ୍ବର : ପିପିଲି ହିଂସା ଘଟଣା, ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେଡି
  • ||

BKU ନେତା ରାକେଶ ଟିକାୟତଙ୍କ କାରକେଡ ଉପରକୁ ଢେଲା ମାଡ଼, ଭାଙ୍ଗିଲା ଗାଡ଼ି

2/04/2021 at 8:32 PM

ଅଲୱର ୨।୪: ଭାରତୀୟ କିଷାନ ୟୁନିୟନ (ବିକେୟୁ) ନେତା ରାକେଶ ଟିକାୟତଙ୍କ କାରକେଡ ଉପରକୁ ଶୁକ୍ରବାର ଢେଲାମାଡ଼ ହୋଇଛି। ଟିକାୟତ ଏକ ଜନସମାବେଶକୁ ସମ୍ବୋଧିତ କରିବାକୁ ଯାଉଥିବା ବେଳେ ତାଙ୍କ ଗାଡ଼ିକୁ ଲକ୍ଷ କରି ଢେଲା ମାଡ ହୋଇଥିଲା। ତେବେ ସେ ତାଙ୍କ ଗାଡ଼ିରେ ନଥିଲେ। ଏହି ଆକ୍ରମଣ  ତତରପୁର ଛକରେ ହୋଇଥିବା ଭିୱାଡୀ ଏସପି ରାମମୂର୍ତ୍ତି ଯୋଶୀ କହିଛନ୍ତି।

ଶୁକ୍ରବାର ଟିକାୟତ ଅଲୱରରେ ୨ଟି ଜନସମାବେଶକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ଥିଲା। ଏଥିରେ ସେ ପ୍ରଥମ କାର୍ଯ୍ୟକ୍ରମ ଶେଷ କରି ଦ୍ୱିତୀୟ ଜନସଭାସ୍ଥଳକୁ ଯାଉଥିବା ବେଳେ  ତତରପୁର ଛକରେ ତାଙ୍କ ଗାଡିକୁ ଲୋକେ ଟେକାପଥର ମାଡ଼ କରିଥିଲେ। ଏଥିରେ କେହି ଆହତ ହୋଇ ନାହାନ୍ତି। ହେଲେ ତାଙ୍କ ଗାଡ଼ିର ପଛ କାଚ ଭାଙ୍ଗି ଯାଇଛି। ମାମଲାରେ ପୋଲିସ ଜଣେ ଛାତ୍ରନେତା ସମେତ ମୋଟ ୪ ଜଣଙ୍କୁ ଅଟକାଇ ପଚରାଉଚରା କରୁଛି।

୩ କୃଷି ଆଇନ ବିରୋଧରେ ଦିଲ୍ଲୀରେ ଚାଲିଥିବା ଚାଷୀ ଆନ୍ଦୋଳନର ରାକେଶ ଟିକାୟତ ନେତୃତ୍ୱ ନେଇଛନ୍ତି।  ଆନ୍ଦୋଳନ ଲାଗି ଚାଷୀଙ୍କ ମଧ୍ୟରେ କ୍ରାନ୍ତି ସୃଷ୍ଟି କରିବାକୁ ଟିକାୟତ ଏବେ ଦେଶର ବିଭିନ୍ନ ରାଜ୍ୟକୁ ଗସ୍ତ କରିବା ସହ ଚାଷୀ ସମାବେଶକୁ ସମ୍ବୋଧିତ କରୁଛନ୍ତି। ଏହି କ୍ରମରେ ଟିକାୟତ ଶୁକ୍ରବାର ରାଜସ୍ଥାନର ଅଲୱର ଜିଲ୍ଲାର ଦୁଇଟି ସ୍ଥାନରେ ଭିନ୍ନ ଭିନ୍ନ କୃଷକ ସମାବେଶକୁ ସମ୍ବୋଧିତ କରିବାକୁ ଯାଇଥିଲେ।

   Related Posts