Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚିନ୍ତା ଘାରୁଛି କରୋନା ମୃତ୍ୟୁ, ସେପଟେ ଆଜି ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୯୧୩ ସଂକ୍ରମିତ
  • ||
  • ଚାଷୀଙ୍କୁ କେନ୍ଦ୍ର ସରକାରଙ୍କ ସହାୟତା ନେଇ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍: ଲେଖିଲେ, ଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ୬୦ ହଜାର ୮୩୬ କୋଟି ଟଙ୍କା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ରାଜ୍ୟର ୬ ବିଶ୍ବବିଦ୍ୟାଳୟରେ ନୂଆ କୁଳପତି ନିଯୁକ୍ତି: ଜାଣନ୍ତୁ କିଏ, କେଉଁଠି
  • ||
  • ବରଗଡ଼: ‘ନୋ କ୍ଲାସ୍ ନୋ ଫି’ ଦାବିରେ ଜିଲ୍ଲାପାଳଙ୍କୁ ଘେରିଲେ କଲେଜ ଛାତ୍ରଛାତ୍ରୀ
  • ||
  • ନାବାଳିକାକୁ ଦୁଷ୍କର୍ମ ପରେ ବିଷ ଦେଇ ହତ୍ୟା କରିଥିଲା ସଂପର୍କୀୟ କକା: ଏମିତି ଅଭିଯୋଗ ନେଇ ଜିଲ୍ଲାପାଳଙ୍କୁ ଘେରିଲେ ମହିଳା
  • ||
  • ମାଲକାନଗିରି :ପଡିଆ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ମେଡିକାଲ ଅଫିସରଙ୍କୁ ଗିରଫ କଲା ଭିଜିଲାନ୍ସ
  • ||
  • ମାଲକାନଗିରି : ଜମିବାଡି ବିବାଦରୁ ହତ୍ୟାକାଣ୍ଡ ! ହତ୍ୟା କରି ଫିଙ୍ଗିଦେଲେ ଘର ଆଗରେ
  • ||
  • ଝାରସୁଗୁଡା : ଟେଣ୍ଟ ହାଉସ୍ ଗୋଦାମରେ ଅଗ୍ନିକାଣ୍ଡ, ୫୦ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ପୋଡି ଭସ୍ମୀଭୂତ
  • ||
  • ଭୁବନେଶ୍ବର : ଓଟିଭିରୁ ଇସ୍ତଫା ଦେଲେ ନିହାର ରଞ୍ଜନ ଭୂୟାଁ
  • ||
  • କଟକ : ଘରୋଇ ସ୍କୁଲ ଫି’ କମାଇବା ମାମଲା : ଫି’ କେତେ କମିବ ସତ୍ୟପାଠ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
  • ||

ପାକିସ୍ତାନ ନାନକାନସାହିବ୍ ଗୁରୁଦ୍ୱାର ଉପରକୁ ଟେକା ପଥରମାଡ, ଫଶି ରହିଛନ୍ତି ଶହଶହ ଶ୍ରଦ୍ଧାଳୁ, video Viral

3/01/2020 at 8:40 PM

ଇସ୍ଲାମାବାଦ ୩।୧:  ପାକିସ୍ତାନୀଙ୍କ ଭାରତ ବିଦ୍ୱେଷୀ ମନୋଭବ ପୁଣି ଥରେ ପ୍ରମାଣିତ ହୋଇଛି। ଶୁକ୍ରବାର ଶିଖ୍‌ମାନଙ୍କ ପବିତ୍ରସ୍ଥଳ ନାନକାନ ସାହିବ ଗୁରୁଦ୍ୱାର ଉପରକୁ ଭିଷଣ ଟେକାପଥର ମାଡ କରିବା ସହ ଅଞ୍ଚଳକୁ ଶିଖ୍ ମୁକ୍ତ କରିବା ଲାଗି ନାରାବାଜୀ କରିଛନ୍ତି। ଅଞ୍ଚଳାର ନାମ ଗୁଲାମ-ଏ-ମୁସ୍ତଫା ରଖିବାକୁ ଦାବିରେ ପ୍ରଦର୍ଶନ କରିଛନ୍ତି ବିକ୍ଷୋଭକାରୀ। 

ପଥରମାଡରେ ଅନେକ ଶିଖ୍ ଶ୍ରଦ୍ଧାଳୁ ଆହତ ହୋଇଥିବା ବେଳେ ଲୋକେ ପୁରା ଗୁରୁଦ୍ୱାର ଅଞ୍ଚଳକୁ ଘେରି ରହିଛନ୍ତି। ଏହାର ଏକ ଭିଡିଓ ସୋସାଲ ମିଡିଆରେ ପୋଷ୍ଟ ହେବା ପରେ ଘଟଣା ସମ୍ପର୍କରେ ଜଣାପଡିଛି। ଭିଡିଓ ଏବେ ଭାଇରାଲ ହେଉଥିବା ବେଳେ ଶିଖ୍‌ ସମ୍ପ୍ରଦାୟଙ୍କ ମଧ୍ୟରେ ଅସନ୍ତୋଷ କୁହୁଳିବାରେ ଲାଗିଛି। ସାରା ପଞ୍ଜାବରେ ଏବେ ଉତ୍ତେଜନା ଦେଖା ଦେଇଛି।

ନାନକାନ ସାହିବ ଗୁରୁଦ୍ୱାର ନାମାନୁସାରେ ସହରର ନାମ ନାନକାନ ସାହିବ୍ ରହିଛି। ତେବେ ପ୍ରଦର୍ଶନକାରୀମାନେ ଏହି ନାମକୁ ନେଇ ହିଂସାତ୍ମକ ବିରୋଧ ପ୍ରଦର୍ଶନ କରିଛନ୍ତି। ଏହି ଘଟଣାର ଭିଡିଓ ମନିନ୍ଦର ସିଂ ସିରସା ନାମକ ଜନୈକ ବ୍ୟକ୍ତି ସୋସାଲ ମିଡିଆରେ ପୋଷ୍ଟ କରି ଏହାକୁ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ମଧ୍ୟ ଟ୍ୟାଗ୍ କରିଛନ୍ତି। ନାନକାନ ସାହିବରେ ଗୁରୁ ନାନକଦେବଙ୍କ ପବିତ୍ର ଜନ୍ମୋତ୍ସବ ଅବସରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଚାଲିଥିବା ବେଳେ ଏହି କାଣ୍ଡ ଘଟିଛି। ଫଳରେ ଗୁରୁଦ୍ୱାରରେ ଅଖଣ୍ଡପାଠ କାର୍ଯ୍ୟକ୍ରମ ସହ ଅନ୍ୟ କାର୍ଯ୍ୟକ୍ରମ ମଧ୍ୟ ବନ୍ଦ ହୋଇଯାଇଛି।

   Related Posts