Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଘଟଗାଁ : ରାତିରେ ଘରକୁ ଫେରିବା ବେଳେ ଭାଲୁ ଆକ୍ରମଣ, ଜଣେ ଗୁରୁତର
  • ||
  • ଆଜିଠୁ ଶ୍ରୀମନ୍ଦିର ସେବାୟତଙ୍କ ପୁଣି କୋଭିଡ୍ ଟେଷ୍ଟ, ପ୍ରତିଦିନ ୫୦ ସେବାୟତଙ୍କ ହେବ ଆର୍‌ଟିପିସିଆର୍
  • ||
  • ଆଜିଠୁ ପୁଣି ଟିକାକରଣ, ଭାକ୍‌ସିନ୍‌ ନେବେ ବଳକା ୧ ଲକ୍ଷ ୭୩ ହଜାର ୬୩୬ ସ୍ବାସ୍ଥ୍ଯକର୍ମୀ
  • ||
  • ସାଲେପୁର : ମକର ଯାତ୍ରାରୁ ନାବାଳିକାଙ୍କୁ ଟେକି ନେଇ ନଦୀପଠାରେ ଗଣଦୁଷ୍କର୍ମ, ଥାନାରେ ଏତଲା, ଭାଇରାଲ୍ ଭିଡିଓ ନେଇ ପୋଲିସର ଛାନଭିନ୍
  • ||
  • କେନ୍ଦ୍ରାପଡା : ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ, ସିଡିଏମ୍‌ଓଙ୍କ କାର୍ଯ୍ୟାଳୟ ଆଗରେ ମୃତଦେହ ରଖି ପରିବାର ଲୋକଙ୍କ ଧାରଣା
  • ||
  • ବୌଦ୍ଧ : ATMରୁ ବାହାରିଲା କାଗଜ ପେଷ୍ଟ ଥିବା ୨୦ଟି ୫ଶହ ଟଙ୍କିଆ ନୋଟ୍, ଫେରସ୍ତ ନେବାକୁ ମନାକଲା ବ୍ୟାଙ୍କ୍ !
  • ||
  • ସମ୍ବଲପୁର : କିନ୍ନରଙ୍କଠାରୁ ୩ବର୍ଷର ଶିଶୁ କନ୍ୟାକୁ ଉଦ୍ଧାର କଲା ଚାଇଲ୍ଡ ଲାଇନ୍, ଚୋରି ସନ୍ଦେହ
  • ||
  • ଭୁବନେଶ୍ବର : STF ପଞ୍ଝାରେ ଧଳା ଜହର ବେପାରୀ, କୋଟିଏରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ
  • ||
  • ନବରଙ୍ଗପୁର : ଚଳନ୍ତା କାର୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ଢେଙ୍କାନାଳ : ହାତୀ ପୁଣି ନେଲା ଆଉ ଜଣଙ୍କ ଜୀବନ, ଶୌଚ ହେବାକୁ ଯାଇଥିବା କଚାଡି ମାରିଲା ଦନ୍ତା
  • ||

ଆତଙ୍କବାଦୀଙ୍କ ପାଇଁ ଢାଲ ସାଜିଛନ୍ତି ପଥରବାଜ : ମାସୁମ ଚେହେରା ନେଇ ଆତଙ୍କୀଙ୍କ ମାଷ୍ଟରପ୍ଲାନରେ କାମ କରୁଥିଲେ ଭଡାଟିଆ ପଥରବାଜ

18/02/2019 at 6:19 PM

କାଶ୍ମୀର ୧୮/୨ : ପୁଲୱାମା ଘଟଣା ପରେ ଗୋଟିଏ ପଟେ ପ୍ରତିଶୋଧ ନେବା ଲାଗି ସେନାକୁ ସ୍ବାଧୀନତା ଦେଇଛନ୍ତି କେନ୍ଦ୍ର ସରକାର। ଆଉ ଯେଉଁଠାରେ ଆତଙ୍କବାଦୀ ଲୁଚିଛନ୍ତି ସେହିଠାରେ ସେମାନଙ୍କ ପାଇଁ ଢାଲ ହୋଇଛନ୍ତି ପଥରବାଜ।

ଆତଙ୍କବାଦୀଙ୍କ ପାଇଁ ଢାଲ ହୋଇଛନ୍ତି ପଥର ବାଜ। ଏ ହେଉଛି ପିଙ୍ଗଲାନ ଯେଉଁଠାରେ ଗାଜି ରସିଦ ଓରଫ କମରାନ ଓ ତାର ସହଯୋଗୀ ହିଲାଲକୁ ସଫା କରିଛନ୍ତି ସୁରକ୍ଷା ବାହିନୀ। ଦୁଇ ଆତଙ୍କବାଦୀ ଲୁଚିଥିବା ଘରକୁ ସିଧା ଉଡ଼େଇ ଦେଇଥିଲେ। କିନ୍ତୁ କିଛି ମିନିଟ ପରେ ସେଠାରେ ଏକାଠି ହୋଇଥିଲେ ଭଡ଼ାଟିଆ ପଥରବାଜ। ନିଜର ମାସୁମ ଚେହେରା ନେଇ ଆତଙ୍କୀଙ୍କ ମାଷ୍ଟରପ୍ଲାନ ଏମାନେ କାର୍ଯ୍ୟକାରୀ କରୁଥିଲେ। ହାତରେ ଥିଲା ପଥର ଆଉ ସେନାବାହିନୀକୁ ଦେଉଥିଲେ ଲଲକାର।

ସେନାବାହିନୀ ପାଖରେ ପକ୍କା ଖବର ଥିଲା ଆଉ ଜଣେ ଆତଙ୍କବାଦୀ ସେହି ଅଞ୍ଚଳରେ ଲୁଚି ରହିଛନ୍ତି । ଏପରିକି ୨ ଆତଙ୍କବାଦୀ ମଲା ପରେ ବି ଲୁଚିଥିବା ଆତଙ୍କବାଦୀର ଗୁଳିରେ ତିନି ଯବାନ ଆହତ ହୋଇଥିଲେ। ଏହାର କାରଣ ଥିଲା ଲୁଚିଥିବା ଆତଙ୍କବାଦୀକୁ ଢାଲ ହୋଇଥିଲେ ପଥରବାଜ। ତେବେ ଏହି ପଥରବାଜଙ୍କ ଉପରେ ଆଉ ଦୟା କରିବାର ନାହିଁ ଏ ମେସେଜ ବି ପୋଲିସ ଦେଇଥିଲା। ପ୍ରଥମେ ବୁଝାଇଥିଲା ଆଉ ତାପରେ ଦେଇଥିଲା କଡ଼ା ଚେତାବନୀ।

କାଶ୍ମୀର ଉପତ୍ୟାକାରେ ମାତ୍ର ୬୦ ଜଣ ଜୈସ ଏ ଅହମ୍ମଦ ଆତଙ୍କବାଦୀ ଅଛନ୍ତି ମାତ୍ରି କିଛି ଘଣ୍ଟା ଲାଗିବ ଏମାନଙ୍କୁ ଟପକେଇବା ପାଇଁ। କିନ୍ତୁ ଏମାନେ ଏଡ଼େବଡ଼ ଆତଙ୍କବାଦୀ ହମ୍‌ଲା କରୁଛନ୍ତି କାରଣ ଏମାନଙ୍କୁ ସୁରକ୍ଷା ଦେଉଛନ୍ତି ଏହି ପଥରବାଜ। ଭାରତର ସବୁ ସୁବିଧାସୁଯୋଗ ନେଉଛନ୍ତି ଆଉ ତାପରେ ଆତଙ୍କବାଦୀଙ୍କ ଟଙ୍କାରେ ଏମାନେ ପଥରମାଡ଼ କରୁଛନ୍ତି। ସେନାର ଏନକାଉଣ୍ଟର ଏବଂ ସର୍ଚ୍ଚ ଅପରେସନ ସମୟରେ ପଥରବାଜମାନେ ବାଧା ସୃଷ୍ଟି କରିଥାନ୍ତି । ଏବେ କିନ୍ତୁ ସେନା ଏମାନଙ୍କ ଦୃଢ଼ ହସ୍ତରେ ମୁକାବିଲା କରିବା ଲାଗି ମନସ୍ଥିର କରିସାରିଛି।

ସେପଟେ ପୁଲୱାମା ଘଟଣା ପରଠାରୁ ଅଶାନ୍ତ ହୋଇପଡ଼ିଥିବା ଜାମ୍ମୁର ସ୍ଥିତିରେ ଉନ୍ନତି ପରଲିକ୍ଷିତ ହୋଇଛି।ଏଠାରେ କର୍ଫ୍ୟୁ କୋହଳ କରାଯାଇଛି।

   Related Posts