ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଓଡ଼ିଆ ବିଶ୍ୱବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିବେ
8/10/2018 at 7:28 PM

ପୁରୀ ୮/୧୦ : ଆସନ୍ତାକାଲି ସତ୍ୟବାଦୀରେ ଓଡ଼ିଆ ବିଶ୍ୱବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପୁରୀ ଜିଲ୍ଲାରେ ସ୍ଥାପନ ହେବାକୁ ଯାଉଥିବା ଏହି ବିଶ୍ୱବିଦ୍ୟାଳୟ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ମନ୍ତ୍ରୀ ମହେଶ୍ୱର ମହାନ୍ତି। ମୁଖ୍ୟମନ୍ତ୍ରୀ ଆସନ୍ତାକାଲି ପୂର୍ବାହ୍ନ ୧୧.୫୨ ରେ ଏହି ବିଶ୍ୱବିଦ୍ୟାଳୟର ଶୁଭ ଦେବେ। ଏଥିପାଇଁ ସତ୍ୟବାଦୀ ବକୁଳବନ ପରିସରରେ ସମସ୍ତ ପ୍ରସ୍ତୁତି ଓ ସୁରକ୍ଷା ବ୍ୟବସ୍ଥା କରାଯାଇଥିବା କେନ୍ଦ୍ରାଞ୍ଚଳ ଆଇଜି ସୌମେନ୍ଦ୍ର ପ୍ରୀୟଦର୍ଶୀ କହିଛନ୍ତି।