Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୧ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୪ କୋଭିଡ୍ ସଂକ୍ରମିତ, ୩୩୩୪୪୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଲକ୍ଷ୍ନୌ : ଟ୍ରାକ୍‌ରୁ ଖସିଲା ଟ୍ରେନ୍‌, ଶହିଦ ଏକ୍ସପ୍ରେସ୍‌ର ୨ଟି ବଗି ଲାଇନ୍‌ଚ୍ୟୁତ
  • ||
  • କେନ୍ଦୁଝର : ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ବାମୀ, ଅଭିଯୁକ୍ତ ଅଟକ
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୭୮୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ବିଶିଷ୍ଟ ଶ୍ରମିକ ନେତା ଲଳିତ ନାୟକଙ୍କ ପରଲୋକ
  • ||
  • କେନ୍ଦୁଗୁଡ଼ା ଘାଟିରେ ଓଲଟିଲା ଟୁରିଷ୍ଟ ବସ୍ : ଜଣେ ମୃତ , ୧୦ ରୁ ଅଧିକ ଆହତ
  • ||

କାରିଗରୀ ନିହାଣ ମୁନରେ ପଥରକୁ ଦେଉଛନ୍ତି ଜୀବନ୍ତ ରୂପ

15/12/2019 at 10:14 PM

ଖୋର୍ଦ୍ଧା  ୧୫।୧୨ – ନିହାଣ ମୁନରେ କାରିଗରୀ । ପଥରକୁ ଦେଉଛନ୍ତି ଜୀବନ୍ତ ରୂପ । ହାତୁଡି ଧରି ପଥରକୁ ବିଭିନ୍ନ ଆକୃତି ଦେବାରେ ବ୍ୟସ୍ତ କାରିଗର  ।

ଖୋର୍ଦ୍ଧା ନରଣଗଡ଼  ବଉଳମାଳିଆ ପାହାଡ଼ରୁ ପଥର ଆଣି ଶିଳ୍ପୀମାନେ ପଥରରେ ସୁନ୍ଦର କାରୁକାର୍ଯ୍ୟ କରି ମୂର୍ତ୍ତିକୁ ଦେଇଥାନ୍ତି ଜୀବନ୍ତ ରୂପ । ମାତ୍ର ବିଡମ୍ବନାର ବିଷୟ ୧୬ ବର୍ଷ ହେବ ହାତବାନ୍ଧି ବସିଛନ୍ତି ପଥର ଶିଳ୍ପୀ।  ଏମାନେ ସମସ୍ତେ ପଥର ଶିଳ୍ପୀ କଳ୍ପତରୁ ପଣ୍ଡାଙ୍କ ମିଲନ ପଥର ଶିଳ୍ପ କେନ୍ଦ୍ରର ଶିଳ୍ପୀ ।

ଏଠାରେ ପଥର ଶିଳ୍ପୀ କଳ୍ପତରୁ ପଣ୍ଡା ପଥରରେ ସୂକ୍ଷ୍ମ କାରୁକାର୍ଯ୍ୟ କରିବାରେ ମାହିର । ମାତ୍ର କଞ୍ଚାମାଲ ଅଭାବରୁ ସେ ଏବଂ ତାଙ୍କର ସହଯୋଗୀ ମାନେ ଏବେ ବୃତ୍ତି ଛାଡିବାକୁ ବସିଛନ୍ତି । ରୋଜଗାର ଆଶାରେ ପେଶା ଛାଡି ଦାଦନ ଖଟିବାକୁ ସ୍ଥିର କରିଛନ୍ତି ।

ନରଣଗଡ଼ ନିକଟରେ ଥିବା ବଉଳମାଳିଆ ପଥରରେ ଶିଳ୍ପୀମାନେ କାରୁକାର୍ଯ୍ୟ କରି ସୁନ୍ଦର ମୂର୍ତ୍ତି ପ୍ରସ୍ତୁତ କରୁଥିଲେ । ମାତ୍ର 2003 ମସିହାରୁ ସଙ୍କଟରେ ପଥର ଶିଳ୍ପୀ ।

କଞ୍ଚାମାଲ ଅଭାବ ଶିଳ୍ପୀଙ୍କୁ ବେରୋଜଗାର କରିଥିବା ବେଳେ  ସରକାର ଏମାନଙ୍କୁ ପଥର ଯୋଗାଇବା ଜରୁରୀ ହୋଇପଡିଛି । ସେପଟେ ବଉଳମଳିଆ ପାହାଡ଼କୁ ଲିଜ ଦିଆଯାଇ ସେଥିରୁ ପଥର ସଂଗ୍ରହ କରାଯାଇ ପାରିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି କେନ୍ଦ୍ରାଞ୍ଚଳ ଆରଡିସି ।

   Related Posts