୨୨ବର୍ଷ ପରେ ଲଣ୍ଡନରୁ ଭାରତକୁ ଫେରୁଛି ଶିବଙ୍କ ଦୁର୍ଲଭ ମୂର୍ତ୍ତି : ୧୯୯୮ମସିହାରେ ରାଜସ୍ଥାନର ପ୍ରସିଦ୍ଧ ମନ୍ଦିରରୁ ହୋଇଥିଲା ଚୋରି

Published By : Prameya-News7 Bureau | July 30, 2020 IST

ନୂଆଦିଲ୍ଲୀ ୩୦/୭: ରାଜସ୍ଥାନର ଚିତୌରଗଡ଼ ଜିଲ୍ଲାରେ ଘାଟେଶ୍ବର ମନ୍ଦିରରୁ ନଟେଶ ଶିବଙ୍କ ନବମ ଶତାବ୍ଦୀର ଏକ ଦୁର୍ଲଭ ମୂର୍ତ୍ତି ୧୯୯୮ମସିହା ଫେବୃୟାରୀ ମାସରେ ଚୋରି ହୋଇଯାଇଥିଲା। ସେହି ମୂର୍ତ୍ତିକୁ ଲଣ୍ଡନରୁ ଜବତ କରାଯାଇଥିଲା। ୨୨ବର୍ଷ ପରେ ଏବେ ତାହା ଭାରତକୁ ଅଣା ଯାଉଛି।  ଶିବଙ୍କ ମୂର୍ତ୍ତିକୁ ଆଜି ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ବିଭାଗକୁ ପ୍ରଦାନ କରାଯିବ।

ଭାରତୀୟ ଅଧିକାରୀ କହିଛନ୍ତି ଯେ ଯେତେବେଳେ ସେମାନଙ୍କୁ ୨୦୦୩ମସିହାରେ ଏକଥା ଜଣା ପଡ଼ିଥିଲା ସେତେବେଳେ ମୂର୍ତ୍ତି ଚାଲାଣ କରି ବ୍ରିଟେନକୁ ନିଆଯାଇଥିଲା। ସେତେବେଳେ ବ୍ରିଟିଶ ଅଧିକାରୀଙ୍କୁ ସତର୍କ କରି ଦିଆଯାଇଥିଲା। ଏଥିପାଇଁ ସେ ଲଣ୍ଡନର ଜଣେ ପ୍ରାଇଭେଟ୍ କଲେକ୍ଟରଙ୍କ ସହ କଥାବାର୍ତ୍ତା କରିଥିଲେ,ଯିଏ ଏହାକୁ ଜବତ କରି ନିଜ କବଜାରେ ନେଇଥିଲେ ଏବଂ ନିଜ ଇଚ୍ଛାରେ ୨୦୦୫ମସିହାରେ ଏହାକୁ ଭାରତୀୟ ଉଚ୍ଚ ଆୟୁକ୍ତଙ୍କୁ ଫେରାଇ ଦେଇଥିଲେ।

ସେଦିନଠାରୁ ଭଗବାନ ଶିବଙ୍କ ଏହି ଦୁର୍ଲଭ ପ୍ରତିମାକୁ ଇଣ୍ଡିଆ ହାଉସରେ ପ୍ରଦର୍ଶନୀରେ ଲଗାଯାଇଥିଲା। ୨୦୧୭ମସିହା ଅଗଷ୍ଟରେ ଏଏସଆଇ ବିଶେଷଜ୍ଞଙ୍କ ଏକ ଟିମ୍ ମୂର୍ତ୍ତିର ଯାଞ୍ଚ କରିଥିଲା ଏବଂ ସ୍ପଷ୍ଟ କରିଥିଲା ଯେ ଏହା ସେହି ମୂର୍ତ୍ତି ଯାହାକୁ ବରେଲିର ଘାଟେଶ୍ବର ମନ୍ଦିରରୁ ଚୋରି କରାଯାଇଥିଲା।

ନିକଟରେ ଜବତ କରାଯାଇଥିବା ବସ୍ତୁରେ ନବନୀତ କୃଷ୍ଣଙ୍କ ସପ୍ତଦଶ ଶତାବ୍ଦୀର କାଂସ୍ୟ ମୂର୍ତ୍ତି ଏବଂ ଦ୍ବିତୀୟ ଶତାବ୍ଦୀର ଚୂନା ପଥରରେ ନିର୍ମିତ ସ୍ତମ୍ଭକୁ ୨୦୧୯ମସିହା ଅଗ​‌ଷ୍ଟ ୧୫ତାରିଖରେ ଆମେରିକାର ଦୂତାବାସ ଦ୍ବାରା ଫେରାଇ ଦିଆଯାଇଥିଲା। ଏହା ବ୍ୟତୀତ ୨୦୧୮ମସିହା ଅଗଷ୍ଟ ୧୫ତାରିଖରେ ସ୍କଟଲାଣ୍ଡ ୟାର୍ଡ଼ ଦ୍ବାରା ବୁଦ୍ଧଙ୍କ ଦ୍ବାଦଶ ଶତାବ୍ଦୀର କାଂସ୍ୟ ପ୍ରତିମା ପ୍ରଦାନ କରାଯାଇଥିଲା। ବ୍ରହ୍ମା-ବ୍ରାହ୍ମଣୀ ମୂର୍ତ୍ତିକଳା,ଯାହା ଗୁଜରାଟରୁ ଚୋରି କରାଯାଇଥିଲା ୨୦୧୭ମସିହାରେ ଏଏସଆଇରେ ଫେରି ଆସିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.