ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ଚର୍ଚ୍ଚିଲଙ୍କ ଜନ୍ମସ୍ଥଳୀ ବ୍ଲେନହିମ ପାଲେସରୁ ଚୋରି ହେଲା ସୁନା ଟଏଲେଟ୍…

Published By : Prameya-News7 Bureau | September 14, 2019 IST

ବ୍ରିଟେନ୧୪|୯: ଅକ୍ସଫୋର୍ଡଶେୟାର ବ୍ଲେନହିମ୍‌ ପାଲେସରେ ଥିବା ସୁନା ଟଏଲେଟ୍‌ ଚୋରି ହୋଇଯାଇଛି। ୧୮ କ୍ୟାରେଟ୍‌ ସୁନାରେ ଏହି ଟୟଲେଟ୍‌ ନିର୍ମିତ କରାଯାଇଥିଲା। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ସୁନା ଟୟଲେଟ୍ ଚୋରି ହୋଇଥିବା ବ୍ଲେନହିମ୍‌ ପାଲେସରେ ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ବିଷ୍ଟନ ଚର୍ଚ୍ଚିଲ ଜନ୍ମ ହୋଇଥିଲେ।

ସୂଚନାଯୋଗ୍ୟ ଯେ, ଇଟାଲିର କଳାକାର ମରିଜିୟୋ କେଟେଲଙ୍କ ଦ୍ବାରା ହେଉଥିବା କାର୍ଯ୍ୟକ୍ରମରେ ଏହି ସୁନା ନିର୍ମିତ ଟୟଲେଟ୍‌ ପ୍ରଦର୍ଶିତ କରାଯାଉଥିଲା। ଏହି ସୁନା ଟୟଲେଟ୍‌କୁ ଦେଖିବାଲାଗି ଆସୁଥିବା ପର୍ଯ୍ୟଟଙ୍କ ପାଇଁ କେବଳ ଗୁରୁବାର ଦିନ ରୁମ୍‌ ଖୋଲାଯାଇଥାଏ। ଶନିବାର ସକାଳ ୪.୫୭ ମିନିଟରେ ସୁନା ଟେଏଲେଟ ଚୋରି ହେବା ଖବର ଟେମ୍ସବୈଲି ପୋଲିସଙ୍କୁ ମିଳିଥିଲା। ସୁନା ଟଏଲେଟ ଚୋରିରେ ସହଯୋଗ କରିଥିବା ୬୬ ବୟସ୍କା ଜଣେ ବ୍ୟକ୍ତିଙ୍କୁ ଟେମ୍ସ ପୋଲିସ ଗିରଫ କରିଛି।

ପୋଲିସ କହିବା ମୁତାବକ, ସୁନାରେ ନିର୍ମିତ ଟଏଲେଟ୍‌କୁ ପୋଲିସ ଏବେ ସୁଦ୍ଧା ଜବତ କରି ନାହିଁ। ଚୋରିରେ ସଂପୃକ୍ତ ଥିବା ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବା ପରେ ଟଏଲେଟଟି ମିଳିଯିବ । ଚୋରି ସମୟରେ ଦେଖିଥିବା ବ୍ୟକ୍ତିଙ୍କୁ ମଧ୍ୟ ବ୍ରିଟେନ ପୋଲିସ ପଚରାଉଚରା ଜାରି ରଖିଛି।୨୦୧୬ ମସିହା​‌ରେ ନ୍ୟୁୟର୍କରେ ଏହି ସୁନାରେ ନିର୍ମିତ ଟୟଲେଟ ପ୍ରଥମ ପ୍ରଦର୍ଶିତ କରାଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.