Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଷ୍ଟେଟ୍ ବ୍ୟାଙ୍କ ଉପରେ କୋଟିଏ ଟଙ୍କାର ଫାଇନ ଲଗାଇଲେ ରିଜର୍ଭ ବ୍ୟାଙ୍କ, ସବୁଠୁ ବଡ ବ୍ୟାଙ୍କ ବିରୋଧରେ ଋଣ ନିୟମ ଉଲ୍ଲଙ୍ଘନ ଅଭିଯୋଗ
  • ||
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||

ଜାତୀୟ ପକ୍ଷୀର ଅଣ୍ଡା ଚୋରି ପରେ ଅମଲେଟ୍ କରି ଖାଇଦେଲେ : ଯାଞ୍ଚ କରୁଛି ପୋଲିସ, ହୋଇପାରେ ୭ବର୍ଷ କାରାଦଣ୍ଡ

14/07/2021 at 2:57 PM

ନୋଏଡା ୧୪/୦୭: ମୟୁର ଅଣ୍ଡା ଚୋରୀ କରି ନେବା ସହ ଅମଲେଟ୍ ବନେଇ ଖାଇଦେଲେ । ନୋଏଡା ବିରାମପୁର ଗାଁରୁ ନଜର ଆସିଛି ଏପରି ଘଟଣା । ଏହି ଘଟଣାଟି ଗ୍ରାମବାସୀଙ୍କୁ ବେଶ୍ କ୍ରୋଧିତ କରିଛି । ଗାଁର  ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଚାରିଜଣ ଯୁବକ ଜାତୀୟ ପକ୍ଷୀ ମୟୁରର ଅଣ୍ଡା ଚୋରି କରିଥିବା ନେଇ ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଏହାସହ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ଦାବି କରିଛନ୍ତି ଗାଁ ଲୋକେ। ପୋଲିସ ଅଭିଯୋଗ ପାଇବା ପରେ ତଦନ୍ତ  ଆରମ୍ଭ କରିଛି ।

ଅଣ୍ଡାର ଖୋଳ ଗୁଡିକ ଜବତ କରି ପରୀକ୍ଷା ପାଇଁ ଫୋରେନସିକ୍ ଲ୍ୟାବକୁ ପଠାଯିବ ।  ପୋଲିସ ସୂଚନା ଅନୁଯାୟୀ,  ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ ସେଠାରେ ରହୁଥିବା ମୁନାର ପ୍ଲଟରେ ମୟୁର ଚାରୋଟି ଅଣ୍ଡା ଦେଇଥିଲା । ଅଭିଯୁକ୍ତମାନେ ମୟୁର ଜଙ୍ଗଲକୁ ଯିବାବେଳେ ଏହି ଘଟଣା ଘଟାଇଥିଲେ । ମୟୂର ଫେରି ଆସିବା ପରେ ସେ ଅଣ୍ଡା ନ ଦେଖି ବିବ୍ରତ ହୋଇଗଲା। ଫଳରେ ମୟୂରଟି ଏଣେ ତେଣେ ହୋଇ ବୁଲିବା ଆରମ୍ଭ କରିଥିଲା ।

ଯେତେବେଳେ ଗ୍ରାମବାସୀ ଅଣ୍ଡା ନିକଟକୁ ଯାଇଥିଲେ, ସେଠାରେ ଅଣ୍ଡା ନଥିବା ଦେଖିବାକୁ ପାଇଥିଲେ ।  କିନ୍ତୁ ଅଣ୍ଡାଟି ସକାଳେ ଚୋରୀ ହୋଇଥିବା ବିଷୟରେ ଜାଣିବାକୁ ପାଇଥିଲେ । ଗ୍ରାମବାସୀ ଯେତେବେଳେ ଖୋଜାଖୋଜି କରିଥିଲେ ସେହି ସମୟରେ ଏକ ପିଲାଟି ଆସି ଜଣାଇଥିଲା ଯେ ସେ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ୪ ଜଣ ପୁଅ ଅଣ୍ଡା ନେଇ ଯାଉଥିବାର ଦେଖିଛନ୍ତି । 

ଗ୍ରାମବାସୀମାନେ ସେହି ଅଭିଯୁକ୍ତଙ୍କ ଘରେ ପହଞ୍ଚିବା ପରେ ଉକ୍ତ ଅଭିଯୁକ୍ତମାନେ କହିଥିଲେ କି ସେମାନେ ଅଣ୍ଡାକୁ ଅମଲେଟ କରି ଖାଇ ଦେଇଛନ୍ତି । ଏହା ପରେ ଗ୍ରାମବାସୀଙ୍କୁ ଅଭିଯୁକ୍ତମାନେ ଧମକ ଦେବା ସହ ସେଠାରୁ ତଡି ଦେଇଥିଲେ । ଗ୍ରାମବାସୀଙ୍କ ଅଭିଯୋଗକୁ ଭିତ୍ତି କରି ପୋଲିସ୍ ଜଣେ ଯୁବକଙ୍କ ଘରେ ପହଞ୍ଚି ପଚରାଉଚରା କରିବା ସହ ଅଣ୍ଡା ଖୋଳକୁ ଜବତ କରିଥିଲା ।

ଯଦି ଏହି ଯାଞ୍ଚରୁ ଅଭିଯୋଗ ସତ୍ୟ ବୋଲି ପ୍ରମାଣିତ ହୁଏ ତେବେ ରିପୋର୍ଟ ଦାଖଲ କରାଯାଇ ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସେପଟେ ଜିଲ୍ଲା ଜଙ୍ଗଲ ଅଧିକାରୀ କହିଛନ୍ତି ଯେ ମୟୂର ହେଉଛି ଜାତୀୟ ପକ୍ଷୀ । ବନ୍ୟଜନ୍ତୁ ସୁରକ୍ଷା ଆଇନ ଅନୁଯାୟୀ ଏହାର ଶିକାର, ଅଣ୍ଡା ନଷ୍ଟ ଏବଂ ଖାଇବା ବେଆଇନ ଅଟେ । ଯଦି ଦୋଷୀ ସାବ୍ୟସ୍ତ ହୁଅନ୍ତି, ତେବେ ସାତ ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡର ବ୍ୟବସ୍ଥା ରହିଛି।

   Related Posts