ଲଗାତର ୬ଦିନ ହ୍ରାସ ପାଇବା ପରେ ସୁଧୁରିଲା ସେୟାର ମାର୍କେଟ୍‌, ବୃଦ୍ଧି ପାଇଛି ନିଫ୍ଟି

Published By : Prameya-News7 Bureau | May 16, 2022 IST

ନୂଆଦିଲ୍ଲୀ ୧୬।୫: ବିଶ୍ବ ବଜାରରୁ ମିଳୁଥିବା ଭଲ ସଙ୍କେତ ପରେ ଦେଶର ପ୍ରମୁଖ ସେୟାର ମାର୍କେଟ୍‌ରେ ସପ୍ତାହର ପ୍ରଥମ କାରବାର ଦିନରେ ସୁଧାର ଦେଖିବାକୁ ମିଳିଛି । ସୋମବାର ୩୦ ପଏଣ୍ଟ ବିଶିଷ୍ଟ ସେନ୍ସେକ୍ସ ସବୁଜ ସଙ୍କେତ ସହ ୫୨,୯୪୬.୩୨ ସ୍ତରରେ ଖୋଲିଛି । ସେହିଭଳି ୫୦ ପଏଣ୍ଟ ବିଶିଷ୍ଟ ନିଫ୍ଟି ୧୫,୮୪୫.୧୦ ସ୍ତରରେ ଖୋଲିଛି । ଆଜିର କାରବାର ସେସନ୍‌ରେ ୧୬୦୪ ସେୟାରରେ କ୍ରୟ ଦେଖିବାକୁ ମିଳିଥିବା ବେଳେ ୫୭୨ଟି ସେୟାରରେ ବିକ୍ରି ହେବାର ଦେଖାଯାଇଛି ଏବଂ ୧୦୫ଟି ସେୟାରରେ କୌଣସି ପରିବର୍ତ୍ତନ ହୋଇନାହିଁ ।

କାରବାର ଆରମ୍ଭରେ ସେନ୍ସେକ୍ସର ୩୦ରୁ ୨୩ଟି ସେୟାର ସବୁଜ ସଙ୍କେତରେ କାରବାର କରୁଥିବା ଦେଖିବାକୁ ମିଳିଛି । ଅନ୍ୟପଟେ ସୋମବାର ନିଫ୍ଟିର ସର୍ବାଧିକ ଲାଭକାରୀ ମଧ୍ୟରେ ଆଇଚର୍ ମୋଟର୍ସ, ଜେଏସଡବ୍ଲୁ ଷ୍ଟିଲ, ମାରୁତି, ଟାଇଟନ ଏବଂ ଟାଟା ଷ୍ଟେଲ ରହିଛି । ସେପଟେ ନିଫ୍ଟିର ସର୍ବାଧିକ କ୍ଷତିରେ ଅଲଟ୍ରାଟେକ୍ ସିମେଣ୍ଟ, ଶ୍ରୀ ସିମେଣ୍ଟ, ଟେକ୍ ମହିନ୍ଦ୍ରା, ଏନଟିପିସି ଏବଂ ଡ. ରେଡ୍ଡୀ ରହିଛି ।

ଏହା ପୂର୍ବରୁ ଲଗାତାର ୬ ଦିନ ହ୍ରାସ ପରେ ଶୁକ୍ରବାର ୩୦ ପଏଣ୍ଟ ବିଶିଷ୍ଟ ସେନ୍ସେକ୍ସ କାରବାର ଶେଷରେ ୧୩୬.୬୯ ପଏଣ୍ଟକୁ ଖସି ୫୨,୭୯୩.୬୨ ପଏଣ୍ଟରେ ବନ୍ଦ ହୋଇଥିଲା । ସେହିଭଳି ନିଫ୍ଟି ୨୫.୮୫ ପଏଣ୍ଟ ହ୍ରାସ ପାଇ ୧୫,୭୮୨.୧୫ ପଏଣ୍ଟରେ ବନ୍ଦ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.