ବଜେଟ୍‌ ଭାଷଣ ସମୟରେ ସେୟାର ମାର୍କେଟ୍‌ରେ ସୃଷ୍ଟି ହେଲା ଝଡ଼, ସେନ୍‌ସେକ୍ସ ୭୩୭ ପଏଣ୍ଟ ବଢ଼ିଲା

Published By : Prameya-News7 Bureau | February 01, 2021 IST

ନୂଆଦିଲ୍ଲୀ,୦୧/୦୨:  ଦେଶରେ ୨୦୨୧-୨୨ ସାଧାରଣ ବଜେଟ୍ ସୋମବାର ଉପସ୍ଥାପିତ ହୋଇଛି । ଅର୍ଥମନ୍ତ୍ରୀ ବଜେଟ୍ ଉପସ୍ଥାପନ କରିବା ସମୟରେ ସେୟାର ବଜାରେର କିନ୍ତୁ ଲଗାତାର ବଢ଼ି ଦେଖିବାକୁ ମିଳିଛି । ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜରେ ସେନସେକ୍ସ ପ୍ରାୟ ୭୩୭.୨୫ ଅଙ୍କ ବୃଦ୍ଧି ପାଇଛି । ଏହାସହ ୪୭,୦୨୩.୦୨ପଏଣ୍ଟରେ ସେନ୍‌ସେକ୍ସ ପହଞ୍ଚିଯାଇଛି । ସେହିପରି ଏନଏସଇର ନିଫ୍ଟି ୧୩,୮୪୦.୦୦ ଅଙ୍କରେ ରହିଛି । ଗତ କାରବାର ଦିନରେ ସେନସେକ୍ସ ୪୬,୨୮୫.୭୭ ଓ ନିଫ୍ଟି ୧୩,୬୩୪.୬୦ରେ ବନ୍ଦ ହୋଇଥିଲା ଏବଂ ବଜେଟ୍‌ ପୂର୍ବରୁ ସେନସେକ୍ସ ୪୬,୬୧୭.୯୫  ଓ ନିଫ୍ଟି ୧୩,୭୫୮.୬୦ ଅଙ୍କରେ ଖୋଲିଛି ।

ସେନସେକ୍ସରେ ୧.୫୯ ପ୍ରତିଶତ ଓ ନିଫ୍ଟିରେ ୧.୫୧ ପ୍ରତିଶତ ବୃଦ୍ଧି ପରିଲକ୍ଷିତ ହୋଇଛି । ଅର୍ଥମନ୍ତ୍ରୀ ଆର୍ମନିର୍ଭର ସ୍ୱାସ୍ଥ୍ୟ ଭାରତ ଯୋଜନା ଘୋଷଣା କରିଛନ୍ତି । ଏଥିରେ ୬୪୧୮୦ କୋଟି ଟଙ୍କା ପ୍ରଦାନ କରାଯାଇଛି ।ଏହାସହ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ସ୍ଥାନୀୟ ମିଶନ ଦେଶରେ ଲଞ୍ଚ୍ କରାଯିବ । ବିଭିନ୍ନ ସହରରେ ଅମୃତ ଯୋଜନାକୁ ବଢାଯିବ । ଏଥିପାଇଁ ୨୮୭୦୦୦ କୋଟି ଟଙ୍କା ଜାରି କରାଯାଇଛି । ଏହା ସହ ଅମୃତ ଯୋଜନା ୨.୦ ମଧ୍ୟ ଘୋଷଣା କରାଯାଇଛି ।

ସେହିପରି କରୋନା ଭାକସିନ୍ ତିଆରି ପାଇଁ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ୩୫ ହଜାର କୋଟି ଟଙ୍କା ଘୋଷଣା କରିଛନ୍ତି । ଦେଶରେ ୭ଟି ଟେକ୍ସଟାଇଲ୍ ପାର୍କ ପ୍ରତିଷ୍ଠା କରାଯିବ । ଏହା ତିନି ବର୍ଷରେ ତିଆରି ହୋଇଯିବ । ସେହିପରି ରେଳବାଇ, ଏନଏଚଏଆଇ, ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆର ଅନେକ ପ୍ରକଳ୍ପରେ ପୁଞ୍ଜି ନିବେଶ ହେବ । ଏହାପୂର୍ବ ବଜେଟ୍ ତୁଳନାରେ ୩୦ ପ୍ରତିଶତ ଅଧିକ ହେବ । ବୋଲି ଘୋଷଣା ହେବା ପରେ ସେୟାର ମାର୍କେଟ୍‌ରେ ଏକ ପ୍ରକାର ଝଡ଼ ଦେଖିବାକୁ ମିଳିଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.