Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯୁକ୍ତ ୨ କଲେଜ୍ ଖୋଲିବାକୁ ପ୍ରସ୍ତୁତି ! ବିଶୋଧନ ଓ ସଫା କରି କ୍ଲାସ୍ ରୁମ୍ ପ୍ରସ୍ତୁତ କରିବାକୁ ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶ
  • ||
  • କମିବାରେ ଲାଗିଛି କରୋନା ସଂକ୍ରମଣ, ଆଜି ସୁସ୍ଥ ହୋଇ ଘରକୁ ଫେରିଲେ ୬୪୨ ଆକ୍ରାନ୍ତ
  • ||
  • ଫ୍ରାନ୍ସରେ ବିଜୟ ମାଲ୍ୟାଙ୍କ ବିରୋଧରେ EDଙ୍କ ବଡ କାର୍ଯ୍ୟାନୁଷ୍ଠାନ, ଜବତ ହେଲା ୧.୬ ମିଲିୟନ ୟୁରୋ ସମ୍ପତ୍ତି
  • ||
  • ଡିସେମ୍ବର ୮ରେ ଭାରତ ବନ୍ଦ ଡାକରା ଦେଲା କୃଷକ ସଂଗଠନ
  • ||
  • ପ୍ରଥମ ଟି-୨୦ରେ କଙ୍ଗାରୁ ଚିତ୍, ଚମକିଲେ ଭାରତୀୟ ବୋଲର, ଅଷ୍ଟ୍ରେଲିଆକୁ ୧୧ ରନରେ ହରାଇଲା ବିରାଟ ବାହିନୀ
  • ||
  • ୪ କ୍ବିଣ୍ଟାଲ ୬୦ କେଜି ଚନ୍ଦନ କାଠ ଜବତ: ଆନୁମାନିକ ମୂଲ୍ୟ ୭୦ ଲକ୍ଷ ଟଙ୍କାରୁ ଅଧିକ
  • ||
  • ଜଳେଶ୍ବର: ବିଶାଖା ଏଗ୍ରୋ ସୋରୁମ୍ ଆଗରେ ଚାଷୀମାନଙ୍କ ପକ୍ଷରୁ ଆମରଣ ଅନଶନ
  • ||
  • ଅପରାହ୍ନରେ ସ୍ଥଳଭାଗ ଛୁଇଁବ ‘ବୁରେଭି’ : କେରଳ-ତାମିଲନାଡୁର କିଛି ଜିଲ୍ଲାରେ ଛୁଟି ଘୋଷଣା, ବିମାନବନ୍ଦର ବନ୍ଦ
  • ||
  • ଜଗତପୁର : ଧାନ କଟାଳୀଙ୍କୁ ଶୁଣ୍ଢରେ କଚାଡି ମାରିଲା ହାତୀ
  • ||
  • ବାଲେଶ୍ବର ଓ ମୟୁରଭଞ୍ଜରେ ମୃଦୁ ଭୂକମ୍ପ ଝଟ୍‌କା ଅନୁଭୂତ
  • ||

ସବୁଜ ସଙ୍କେତରେ ବନ୍ଦ ହେଲା ସେୟାର ବଜାର, ସେନସେକ୍ସରେ ୪.୨୩ ପ୍ରତିଶତ ବୃଦ୍ଧି

9/04/2020 at 5:42 PM

ମୁମ୍ବାଇ ୯।୪:  ବିଶ୍ୱ ସେୟାର ବଜାରର ପ୍ରଭାବ ଗୁରୁବାର ଭାରତୀୟ ବଜାରରେ ମଧ୍ୟ ଅନୁଭୂତ ହୋଇଛି। ଏଣୁ ଦିନ ତମାମ କାରବାର ପରେ ସୂଚକାଙ୍କ ସବୁଜ ସଙ୍କେତରେ ବନ୍ଦହେବା ନିବେଶକଙ୍କୁ ଆଶ୍ୱସ୍ତ କରିଛି। ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜର ମୁଖ୍ୟ ସୂଚକାଙ୍କ ଇଣ୍ଡେକ୍ସ ସେନସେକ୍ସ ୧୨୬୫.୬୬ ଅଙ୍କରେ ବନ୍ଦ ହୋଇଛି। ଫଳରେ ୪.୨୩ପ୍ରତିଶତ ଅଭିବୃଦ୍ଧି ସହ ମାର୍କେଟ ୩୧୧୫୯.୬୨ସ୍ତରରେ ପହଞ୍ଚିଛି।

ସେହିପରି ନ୍ୟାସନାଲ ଷ୍ଟକ୍‌ ଏକ୍ସଚେଞ୍ଜ ସୂଚକାଙ୍କ ଗୁରୁବାର ୩୫୪ ପଏଣ୍ଟ ଅର୍ଥାତ ୪ପ୍ରତିଶତ ବୃଦ୍ଧି ସହ ୯୧୦୨.୭୫ସ୍ତରରେ  ବନ୍ଦ ହୋଇଛି। ସପ୍ତାହରେ ଟ୍ରେଡିଂର ଶେଷ ଦିନରେ କାରବାରର ଏପରି ସଙ୍କେତ ନିବେଶକଙ୍କୁ ପୁଣି ବଜାର ପ୍ରତି ଆକର୍ଶିତ କରିବ ବୋଲି ଆଶା କରାଯାଉଛି। ଶୁକ୍ରବାର ୧୦ ଏପ୍ରିଲ ଗୁଡଫ୍ରାଇଡେ ଯୋଗୁ ବଜାର ବନ୍ଦ ରହୁଥିବା ବେଳେ ଶନିବାର ଓ ରବିବାର ସେୟାର ମାର୍କେଟ୍ ବନ୍ଦ ରହେ। ସୋମବାର ସକାଳେ ପୁଣି ନୂଆ ଉତ୍ସାହର ସହ ବଜାର ଖୋଲିବ ବୋଲି ଆଶା କରାଯାଉଛି।

ଦେଶରେ କରୋନା ସଂକ୍ରମଣ ଏବେ ବଢିବାରେ ଲାଗିଛି। ସରକାର ଦେଶକୁ ଲକଡାଉନ ମୋଡରେ ରଖିଥିବା ବେଳେ ସେୟାର ବଜାରରେ ସୁଧାର ଏବେ ଶୁଭ ସଙ୍କେତ ମନେ କରାଯାଉଛି। ତେବେ ଅଶୋଧିତ ତୈଳ ଉତ୍ପାଦନ ହ୍ରାସ ନିଷ୍ପତ୍ତି ଯୋଗୁ ବଜାରରେ ସକରାତ୍ମର ପରିବର୍ତ୍ତନର ସୂଚନା ମିଳୁଥିବା ବଜାର ବିଶେଷଜ୍ଞ କହିଛନ୍ତି। ଗୁରୁବାର ବଜାର ସବୁଜ ସଙ୍କେତରୁ ଖୋଲିଥିଲା। ଯାହାର ପ୍ରଭାବ ଦିନ ତମାମ ବଜାରରେ ଅନୁଭୂତ ହୋଇଥିଲା।

ଏମ ଏଣ୍ଡ ଏମ, ମାରୁତି, ସିପ୍ଲା, ଟାଇଟନ, ଟାଟାମୋଟର୍ସ, ବେଦାନ୍ତ, ଏଚଡିଏଫସି, ବଜାଜ ଫାଇନାନ୍ସ, ବଜାଜ ଅଟୋ ଓ ହିରୋ ମଟୋକର୍ପ ସେୟାର ସବୁଜ ସଙ୍କେତରେ ବନ୍ଦ ହୋଇଛି। ବିଦେଶ ବଜାରକୁ ଦେଖିଲେ ଆମେରିକା ଡାଉଜୋନ୍ସ ୩.୪୪ ପ୍ରତିଶତ ଅଭିବୃଦ୍ଧି ସହ ୨୩,୪୩୩.୬୦ରେ ବନ୍ଦ ହୋଇଛି। ସେହିପରି ନାସଡାକ୍ ୨.୫୮ ପ୍ରତିଶତ ଅଭିବୃଦ୍ଧି ସହ ୮,୦୯୦.୯୦ରେ ବନ୍ଦ ହୋଇଛି। ତେବେ ଜାପାନ, ଇଟାଲୀ ଓ ଜର୍ମାନ ସେୟାର ବଜାରରେ ଆଜି ମଧ୍ୟ ହ୍ରାସ ଦେଖାଯାଇଛି।

   Related Posts