Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୦ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୮୩ କୋଭିଡ୍ ସଂକ୍ରମିତ, ୩୩୩୩୧୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ କମୁଛି କୋଭିଡ଼ ସଂକ୍ରମଣ, ଗତ ୨୪ଘଣ୍ଟାରେ ୧୫,୧୪୪ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଜୟପୁର : ଚଳନ୍ତା ବସ୍‌ରେ ଲାଗିଲା ବିଦ୍ୟୁତ ତାର ; ୬ ମୃତ , ୧୭ ଗୁରୁତର
  • ||
  • ଅପରେସନ ଗ୍ରୀନ କ୍ଲିନ, ପ୍ରାୟ ୧୨ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||

‘ଭାରତ ଇଶାନ୍ତ ଶର୍ମାଙ୍କ ଅନୁପସ୍ଥିତିକୁ ଅନୁଭବ କରିବ’, ଟେଷ୍ଟ୍ ସିରିଜ୍ ପୂର୍ବରୁ ଏମିତି କହିଲେ ସ୍ମିଥ୍

10/12/2020 at 12:08 PM

ସିଡନୀ,୧୦/୧୨:  ଆସନ୍ତା ୧୭ ତାରିଖରୁ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର ଗାଭାସ୍କର ଟ୍ରଫି ଟେଷ୍ଟ୍ ସିରିଜ୍ ଆରମ୍ଭ ହେବ । ଭାରତୀୟ ଦଳରେ ଟେଷ୍ଟ ସିରିଜରୁ ବାଦ୍ ପଡିଛନ୍ତି ଇଶାନ୍ତ ଶର୍ମା । ଇଶାନ୍ତଙ୍କ ଅଭାବ ଦଳ ଭାରତ ଅନୁଭୂତ କରିବ ବୋଲି କହିଛନ୍ତି ଅଷ୍ଟ୍ରେଲିଆ ବ୍ୟାଟସମ୍ୟାନ୍ ଷ୍ଟିଭ୍ ସ୍ମିଥ୍ ।

ସ୍ମିଥ୍ କହିଛନ୍ତି ଯେ, ଭାରତୀୟ ଦଳରେ ଜସପ୍ରିତ ବୁମରାହ ଓ ମହମ୍ମଦ ସାମିଙ୍କ ଭଳି ଭଲ ଖେଳାଳି ଅଛନ୍ତି । ଇଶାନ୍ତ ଆଘାତଜନିତ କାରଣରୁ ଅଷ୍ଟ୍ରେଲିଆ ଆସିପାରି ନାହାଁନ୍ତି । ବୁମରାହଙ୍କ ସହ ଉମେଶ ଯାଦବ ବୋଲିଂର ମଙ୍ଗ ସମ୍ଭାଳିବେ ।

ସେ ଆହୁରି କହିଛନ୍ତି ଯେ, ଇଶାନ୍ତଙ୍କ ଅନୁପସ୍ଥିତି ଭାରତ ଉପରେ ପ୍ରଭାବ ପକାଇବ । ଟିମ୍ ଇଣ୍ଡିଆ ପାଇଁ କ୍ଷତି ହେବ । ସେ ଜଣେ ଭଲ ବୋଲର । ତାଙ୍କ ବିନା ଭାରତର ବୋଲିଂ ଅଧିକ ଶକ୍ତିଶାଳୀ ହେବ ନାହିଁ । ତେବେ ଭାରତକୁ ପରାସ୍ତ କରିବା ପାଇଁ ତାଙ୍କୁ ଅଧିକ ଭଲ ଖେଳ ପ୍ରଦର୍ଶନ କରିବାକୁ ହେବ ବୋଲି ସେ କହିଛନ୍ତି ।

ଇଶାନ୍ତ ପୂର୍ବ ଅଷ୍ଟ୍ରେଲିଆ ଗସ୍ତରେ ୨୩.୮୧ ଆଭରେଜରେ ୧୧ଟି ଓ୍ୱିକେଟ ନେଇଥିଲେ । ଏଥିରେ ଭାରତକୁ ଐତିହାସିକ ବିଜୟ ମିଳିଥିଲା । କିନ୍ତୁ ଚଳିତ ସିରିଜରେ ଇଶାନ୍ତ ଆହତଜନିତ ସମସ୍ୟା ପାଇଁ ଦଳରୁ ବାଦ୍ ପଡିଛନ୍ତି ।

   Related Posts