ବିବାଦରେ ଷ୍ଟିଭ୍ ସ୍ମିଥ୍, ପିଚ୍ ସହ କରୁଥିଲେ ଟ୍ୟାମ୍ପରିଂ, କ୍ୟାମେରାରେ ଧରା ପଡିଗଲା ସବୁ ଘଟଣା

Published By : Prameya-News7 Bureau | January 11, 2021 IST

ସିଡନୀ,୧୧/ ୦୧: ୨ ବର୍ଷ ତଳେ ଦକ୍ଷିଣ ଆଫ୍ରିକା ଗସ୍ତରେ ବଲ୍ ଟ୍ୟାମ୍ପରିଂ କରିବା ଅଭିଯୋଗରେ ବର୍ଷକ ପାଇଁ କ୍ରିକେଟରୁ ବାସନ୍ଦ ହୋଇଥିବା ଅଷ୍ଟ୍ରେଲିଆ ଖେଳାଳି ଷ୍ଟିଭ୍ ସ୍ମିଥ୍ ପୁଣି ବିବାଦରେ ଫସିଛନ୍ତି । ଏବେ ଭାରତ ବିପକ୍ଷରେ ସେ ସିଡନୀ ଟେଷ୍ଟରେ ପିଚ୍ ସହ ଟ୍ୟାମ୍ପରିଂ କରିବା ବେଳେ ଧରା ପଡିଛନ୍ତି ।

ଅଷ୍ଟ୍ରେଲିଆ ଟିମ୍ ଭାରତକୁ ସିଡନୀ ଟେଷ୍ଟରେ ବିଜୟ ପାଇଁ ୪୦୭ ରନ୍‌ର ଟାର୍ଗେଟ୍ ଦେଇଛି । ଏବେ ଭାରତ ଧିରେଧିରେ ବିଜୟ ଲକ୍ଷ୍ୟ ଅଭିମୁଖେ ବଢୁଛି । କ୍ରିଜରେ ଋଷଭ ପନ୍ତ ଓ ଚେତେଶ୍ୱର ପୂଜାରା ଥିବା ବେଳେ ଅଷ୍ଟ୍ରେଲିଆ ବୋଲର ସେମାନଙ୍କୁ ଅଟକାଇବାରେ ବିଫଳ ହୋଇଥିଲେ । ବୋଲର ନାଥନ ଲାୟନ ସେମାନଙ୍କ ଉପରେ ଚାପ ପ୍ରୟୋଗ ପାଇଁ ଚେଷ୍ଟା କରିଥିଲେ ବି ବିଫଳ ହୋଇଥିଲେ ।

wp:html /wp:html

କଙ୍ଗାରୁ ଟିମ୍ ଏହି ଯୋଡିକୁ ଭାଙ୍ଗିବା ପାଇଁ ପିଚ୍ ସହ ଟ୍ୟାମ୍ପରିଂ କରୁଥିବା ନଜର ଆସିଥିଲା । ଏହା କ୍ୟାମେରାରେ କଏଦ ହୋଇଛି । ଏହି ଫୁଟେଜରେ ଅଷ୍ଟ୍ରେଲିଆ ଖେଳାଳି ବ୍ୟାଟସମ୍ୟାନଙ୍କ ମାର୍କକୁ ଗୋଡରେ ଲିଭାଉଥିବା ଦେଖିବାକୁ ମିଳିଛି ।

ମ୍ୟାଚର ଶେଷ ଦିନରେ ଅଷ୍ଟ୍ରେଲିଆ ଖେଳାଳିଙ୍କ ଏପରି ପ୍ରୟାସ ଷ୍ଟମ୍ପରେ ଲାଗିଥିବା କ୍ୟାମେରାରେ ଧରା ପଡିଯାଇଛି । ୪୯ ନମ୍ବର ଜର୍ସି ପିନ୍ଧିଥିବା ଖେଳାଳି ଏପରି କରିଥିବା ଦେଖିବାକୁ ମିଳିଛି । ଏହି ନମ୍ବରର ଜର୍ସି ଷ୍ଟିଭ୍ ସ୍ମିଥ୍ ପିନ୍ଧିଥାନ୍ତି । ଏହାକୁ ନେଇ ସ୍ମିଥଙ୍କ ଖେଳୁଆଡ ଭାବନା ଉପରେ ପ୍ରଶ୍ନ ଉଠିଛି । ପିଚକୁ ଏପରି କରିବା ଆଇସିସି ନିୟମର ଉଲଙ୍ଘନ ଅଟେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.