ପୁଣି ଅଷ୍ଟ୍ରେଲିଆର ନେତୃତ୍ୱ ନେବେ ସ୍ମିଥ ! ହଟିଲା ପ୍ରତିବନ୍ଧକ

Published By : Prameya-News7 Bureau | March 30, 2020 IST

ସିଡନୀ, ୩୦|୦୩:  ଅଷ୍ଟ୍ରେଲିଆ କ୍ରିକେଟ ଦଳର ପୂର୍ବତନ  ଅଧିନାୟକ ଷ୍ଟିଭ୍ ସ୍ମିଥ ଏବେ ଜାତୀୟ ଦଳର ପୁଣି ନେତୃତ୍ୱ ନେବାକୁ ପ୍ରସ୍ତୁତ ଅଛନ୍ତି । ତାଙ୍କ ଅଧିନାୟକତ୍ୱ ଉପରେ ଲାଗିଥିବା ପ୍ରତିବନ୍ଧକ ରବିବାର ସମାପ୍ତ ହୋଇଛି । ସ୍ମିଥଙ୍କ ଅଧିନାୟକତ୍ୱକୁ ନେଇ ଲାଗିଥିବା ପ୍ରତିବନ୍ଧକ ଏପରି ସମୟରେ ଶେଷ ହୋଇଛି ଯେତେବେଳେ କରୋନା ଭାଇରସ ପାଇଁ ସାରା ବିଶ୍ୱରେ ସମସ୍ତ କ୍ରିକେଟ ଟୁର୍ଣ୍ଣାମେଣ୍ଟ ସ୍ଥଗିତ କିମ୍ବା ବାତିଲ ହୋଇଛି ।

{"id":246209,"width":755,"height":503,"sizeSlug":"large"}

ସ୍ମିଥ୍ ନିଜ ଶେଷ ମ୍ୟାଚ ସିଡନୀରେ ବିନା ଦର୍ଶକରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିଥିଲେ । ତିନି ମ୍ୟାଚ ବିଶିଷ୍ଟ ଏହି ସିରିଜ କରୋନା ଭାଇରସ ପାଇଁ ବାତିଲ ହୋଇଯାଇଥିଲା । ପ୍ରତିବନ୍ଧକ ହଟିବା ପରେ ତାଙ୍କର ପୁଣି ଅଧିନାୟକ ଦାୟିତ୍ୱ ନେବାର ରାସ୍ତା ସଫା ହୋଇଯାଇଛି ।

କ୍ରିକେଟ ଅଷ୍ଟ୍ରେଲିଆ ୨୦୧୮ରେ ବଲ୍ ଟାମ୍ପରିଂ ମାମଲାରେ ସ୍ମିଥ ଓ ଡେଭିଡ୍ ଓ୍ୱାର୍ଣ୍ଣରଙ୍କୁ ଉପ ଅଧିନାୟକ ପଦରୁ ନିଲମ୍ବିତ କରିଥିଲେ । ଏହାସହ ବ୍ରେନକ୍ରାଫ୍ଟଙ୍କ ଉପରେ ୯ ମାସର ପ୍ରତିବନ୍ଧକ ଲଗାଯାଇଥିଲା । ସ୍ମିଥ ଓ ଓ୍ୱାର୍ଣ୍ଣର ବାସନ୍ଦାଦେଶ ପରେ ଦଳକୁ ପ୍ରତ୍ୟାବର୍ତ୍ତନ କରିଥିଲେ । ଉଭୟ ଆଇପିଏଲରେ ଖେଳିଥାନ୍ତେ କିନ୍ତୁ କରୋନା ପାଇଁ ଆଇପିଏଲକୁ ୧୫ ଏପ୍ରିଲ ଯାଏଁ ସ୍ଥଗିତ ରଖାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.