ଗୁପ୍ତଚର ଇଗଲ୍ ଜବତ – ପକ୍ଷୀ ଶରୀରରେ ଲାଗିଥିଲା ବିଭିନ୍ନ ଇଲୋକ୍ଟ୍ରନିକ୍ସ ସାମଗ୍ରୀ ସହ ସୋଲାର ପ୍ୟାନେଲ

Published By : Prameya-News7 Bureau | December 11, 2019 IST

ପାଟନା୧୧।୧୨- ଗୁପ୍ତଚର ଇଗଲ । ବିହାର ସେଓହରରୁ ଗୁପ୍ତଚର କାମରେ ନିୟୋଜିତ କରାଯାଇଥିବା ଇଗଲ ଉଦ୍ଧାର। ଇଗଲର ଶରୀରରୁ ବିଭିନ୍ନ ଇଲୋକ୍ଟ୍ରନିକ୍ସ ସାମଗ୍ରୀ ସହ ସୋଲାର ପ୍ୟାନେଲ ମଧ୍ୟ ଜବତ ହୋଇଛି । ଚିକାନୈତା ଅଞ୍ଚଳରେ ଲୋକେ ପ୍ରଥମେ ଦେଖିବା ପରେ ଇଗଲଟିକୁ ଧରି ସ୍ଥାନୀୟ ପୋଲିସକୁ ଖବର ଦେଇଥିଲେ । ପୋଲିସ ଇଗଲଟିକୁ ଜବତ କରି ଘଟଣାର ତଦନ୍ତ କରୁଛି ।

ପୂର୍ବରୁ ପଞ୍ଜାବ, ରାଜସ୍ଥାନରୁ ପାକ ଡ୍ରୋନ କ୍ୟାମେରା ଜବତ ହୋଇଥିବା ବେଳେ ଏବେ ବିହାରରୁ ଏପରି ସଂଦିଗ୍ଧ ଜିନିଷ ଜବତ ହୋଇଛି । ପଞ୍ଜାବ ଓ ରାଜସ୍ଥାନରେ ଏକ ହଜାର ଫୁଟ ଉଚ୍ଚତା ମଧ୍ୟରେ ଉଡୁଥିବା ସଂଦିଗ୍ଧ ବସ୍ତୁକୁ ଗୁଳିମାରି ଖସାଇ ଦେବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସେନାକୁ ଅନୁମତି ମିଳିଛି ।

ଏହି ଚିଲର ଆଖି କଥା କହିବା ଆଜି ବିହାରରେ ଦେଖାଦେଇଛି ଏକ ଚିଲ ଯେଉଁଥିରେ ଲାଗିଥିଲା ସ୍ପାଏକ୍ୟାମରା। ବିହାର ସେଓହରରେ ଏହି ଚିଲକୁ ଉଦ୍ଧାର କରାଯାଇଥିଲା । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.