ଫ୍ରିଜରୁ ବାହାରୁଥିବା ଦୁର୍ଗନ୍ଧ ଦୂର କରିବା ଲାଗି ଆପଣାନ୍ତୁ ଏହି ୫ଟି ସହଜ ଘରୋଇ ଉପାୟ

Published By : Prameya-News7 Bureau | November 13, 2019 IST

ନୂଆଦିଲ୍ଲୀ୧୩/୧୧: ଶୀତ ଦିନ ଆରମ୍ଭ ହୋଇଗଲାଣି। ରେଫ୍ରିଜେଟର ବ୍ୟବହାର ଧୀରେ ଧୀରେ କମ୍ ହୋଇଯିବ। ତଥାପି ପନି, ପରିବା ସତେଜ ରଖିବା ପାଇଁ ଫ୍ରିଜର ଆବଶ୍ୟକ ରହିଛି। ହେଲେ ଶୀତ ଦିନରେ ଫ୍ରିଜରୁ ଦୁର୍ଗନ୍ଧ ବାହାରି ଥାଏ। ତେଣୁ ଶୀତ ଦିନରେ ଫ୍ରିଜର ଯତ୍ନ କିପରି ନେବେ ଆସନ୍ତୁ ଜାଣିବା।

୧-ଲେମ୍ବୁ- ଫ୍ରିଜରୁ ବାହାରୁଥିବା ଦୁର୍ଗନ୍ଧ ଦୂର କରିବା ଲାଗି ଅଧା କଟା ଲେମ୍ବୁ କିମ୍ବା ପାଣି ଲେମ୍ବୁ ଚିପୁଡ଼ି ଫ୍ରିଜରେ ରଖନ୍ତୁ।

୨-ବେଙ୍କିଗ୍ ସୋଡ଼ା- ଫ୍ରିଜ ସଫା କରିବା ସମୟରେ ବେଙ୍କିଗ୍ ସୋଡ଼ା ବ୍ୟବହାର କରନ୍ତୁ। ପାଣିରେ ବେଙ୍କିଗ ସୋଡ଼ା ମିଶାଇ ନରମ କପଡ଼ାରେ ଫ୍ରିଜକୁ ପରିଷ୍କାର  କରି ପାରିବେ।

୩-କଫି ବିନସ୍‌- କଫି ବିନସ୍ ଦ୍ବାରା ଫ୍ରିଜରେ ଥିବା ଅପରିଷ୍କାର ସଫା ହୋଇ ପାରିବ। କଫି ବିନସ୍‌କୁ ବେଙ୍କିଗ୍‌ ସିଟ୍‌ ଉପରେ ଫ୍ରିଜର ଅଲଗା ଅଲଗା କୋଣରେ ରଖି ରେଫ୍ରିଜେଟରକୁ ବନ୍ଦ କରି ଦିଅନ୍ତୁ।

୪-ଲୁଣ- ଏକ ବାଟି ପାଣିରେ ଲୁଣ ମିଶାଇ ଗରମ କରନ୍ତୁ। ଲୁଣ ମିଶା ଗରମ ପାଣିରେ ଏକ ନରମ କପଡ଼ାରେ ବୁଡ଼ାଇ ଫ୍ରିଜକୁ ସଫା କରନ୍ତୁ।

୫-ଭିନେଗାର-  ଏକ କପ ଧଳା ଭିନେଗାର ଫ୍ରିଜରେ ରଖିବା ଦ୍ବାରା ଦୁର୍ଗନ୍ଧ ଦୂର ହୋଇଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.