କ୍ୟାମେରାରେ କଏଦ ଦୁର୍ନୀତିର କଳା କାରନାମା : ଜିଆରଏସଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିଛନ୍ତି ଜେଇ

Published By : Prameya-News7 Bureau | November 27, 2019 IST

ଝାରସୁଗୁଡ଼ା ୨୭/୧୧: କ୍ୟାମେରାରେ କଏଦ ଦୁର୍ନୀତିର କଳା କାରନାମା । ସରକାରୀ ଅଧିକାରୀଙ୍କ ବିରୋଧରେ ଆସିଛି ଦୁର୍ନୀତି ଅଭିଯୋଗ ।ପୁଣି ଜଣେ ଅଧିକାରୀ ଟଙ୍କା ଖାଉଥିବା କହୁଛନ୍ତି ଆଉ ଜଣେ ଅଧିକାରୀ ।ଏହାର ଷ୍ଟିଙ୍ଗ୍ ଭିଡିଓ ଭାଇରାଲ୍ ହୋଇଥିବା ବେଳେ ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା । ଏପରି ଦୁଇଟି ଅଭିଯୋଗ ଆସିଛି ଝାରସୁଗୁଡ଼ା ଜିଲ୍ଲା ଲଖନପୁର ଏବଂ କେନ୍ଦୁଝର ଘଟଗାଁରେ ।…

{"id":190766,"sizeSlug":"large"}

ଜିଆରଏସଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିଛନ୍ତି ଜେଇ ।ଜେଇ କହୁଛନ୍ତି ସେ ଜିଆରଏସ ଅର୍ଥ ଖାଉଛନ୍ତି । ମନରେଗା ଅର୍ଥ ବି ବାଟ ମାରଣା ହେଉଛି । ବିଭିନ୍ନ ଆବାସ ଯୋଜନାରେ ନିଆଯାଉଛି ପିସି । ଏ ସଂପର୍କିତ ଏକ ଭିଡିଓ ଭାଇରାଲ୍ ହୋଇଛି ଝାରସୁଗୁଡା ଲଖନପୁର ଅଞ୍ଚଳରେ ।  ଲଖନପୁର ବ୍ଲକ ଜେଇଙ୍କ ଏଭଳି ଭିଡିଓ ଭାଇରାଲ୍ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଏହାକୁ ନେଇ ନାନା ଚର୍ଚ୍ଚା । ଭିଡିଓରେ କନିଷ୍ଠ ଯନ୍ତ୍ରୀ ପ୍ରକାଶ ସାହୁ କହୁଛନ୍ତି ଯେ ଗତ ଛଅ ବର୍ଷ ମଧ୍ୟରେ ଆବାସ ଯୋଜନାରେ ଦୁର୍ନୀତି ହୋଇ ଆସୁଛି । କେତେ ଟଙ୍କାର ଦୁର୍ନୀତି ହେଉଛି ସେ କଥା ମଧ୍ୟ ହିସାବ କରୁଛନ୍ତି । ଯାହା ଭିଡିଓରେ ଦେଖାଯାଉଛି ।

{"id":190767,"sizeSlug":"large"}

ମନରେଗାରେ ମୋଟ ୨୨ ଲକ୍ଷ ୩୨ ହଜାର ଶ୍ରମିକଙ୍କୁ ପାଉଣା ଦିଆ ଯାଇଥିବା ବେଳେ ବର୍ଷକୁ ୬ ଲକ୍ଷ ରୁ୧୬ ଲକ୍ଷ ଟଙ୍କା ଦୁର୍ନୀତି ହୋଇଥିବା କଥା କହୁଛନ୍ତି ଜେଇ । ଏହି ଭିଡିଓ ଭାଇରାଲ୍ ହେବା ପରେ କନିଷ୍ଠ ଯନ୍ତ୍ରୀ ଏବେ ସଫେଇ ଦେଇଛନ୍ତି । ନିଜେ ଏକ ଭିଡିଓ ଜାରି କରି ସ୍ଥାନୀୟ ଅଞ୍ଚଳର ଖୁସୀରାମ ପ୍ରଧାନଙ୍କ ଉପରେ ଅଭିଯୋଗ ଆଣିଛନ୍ତି । କହିଛନ୍ତି ତାଙ୍କୁ ବଦନାମ କରିବା ପାଇଁ ଖୁସିରାମ ଏପରି ଭିଡିଓ ଭାଇରାଲ୍ କରିଛନ୍ତି ।…

{"id":190768,"sizeSlug":"large"}

ସେପଟେ କେନ୍ଦୁଝର ଘଟଗାଁରେଆସିଛି ଆହୁରି ସାଂଘାତିକ ଅଭିଯୋଗ ।ତହସିଲଦାରଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିଛନ୍ତି ରେଞ୍ଜର ।ତହସିଲଦାର ଟଙ୍କା ନେଇ ବିନା ସ୍ଥାୟୀ ଲିଜ୍‌ ଏବଂ ଅସ୍ଥାୟୀ ପରମିଟ୍‌ ଅର୍ଡରରେ ଦୁର୍ଗା କନ୍‌ଷ୍ଟ୍ରକ୍ସନ ନାମକ କ୍ରସର କମ୍ପାନୀକୁ ପଥର ଖାଦାନ ଖୋଳିବାକୁ ଅନୁମତି ଦେଇଥିବା କହିଛନ୍ତି ସ୍ଥାନୀୟ ରେଞ୍ଜର ।…

{"id":190769,"sizeSlug":"large"}

ଘଟଗାଁ ଟମକିଆ ସାହି ଠାରେ ଚାଲିଛି ଏହି କ୍ରସର ଖଣି । ଏହି କ୍ରସର କମ୍ପାନୀ ଲିଜ୍ ନେବା ପରେ ଲିଜ୍ ଅଞ୍ଚଳକୁ ପାଚେରୀ ବୁଲାଇବା ସହିତ ସୂଚନା ଫଳକ ଲଗାଇବା କଥା । କିନ୍ତୁ ତାହା ନକରି ଅତିଚତୁରତାର ସହିତ ଲିଜ୍ ନିଆଯାଇଥିବା ସୀମା ପାର କରି ଖଣିଖନନ କରୁଥିବା ଦେଖାଯାଇଛି । ନିୟମ ଅନୁଯାୟୀ 10 ମିଟର ପର୍ଯ୍ୟନ୍ତ ଗାତ ଖୋଳି ଖଣି ଖନନ ହେବା କଥା କିନ୍ତୁ କଂପାନୀ ସଂରକ୍ଷିତ ଜଙ୍ଗଲ ପାର୍ଶ୍ବରେ ବହୁତ ବଡ ବଡ ଗାତ ଖୋଳି ପକାଇଛି । ଫଳରେ ବନ୍ୟଜନ୍ତୁ ଓ ଗାଁ ଲୋକଙ୍କ ଦ୍ବାରା ପାଳିତ ଜୀବଜନ୍ତୁ ଗାତରେ ପଡ଼ି ପ୍ରାଣ ହରାଇଛନ୍ତି । ଖଣିଖନନ କରାଯାଇଥିବା ଗାତ ଗୁଡିକୁ ମାଟି ଭରଣ କରି ସମତଳ କରିବା କଥା ।  କିନ୍ତୁ ତାହା ମଧ୍ୟ ଆଜି ପର୍ଯ୍ୟନ୍ତ କମ୍ପାନୀ କରୁନଥିବା ଦେଖିବାକୁ ମିଳୁଛି । ଏଥତ୍ସହିତ ଦିନବଳେ ହେଭି ବ୍ଲାଷ୍ଟିଂ ଦ୍ବାରା କ୍ରସର ନିକଟରେ ଥିବା ଘର ଗୁଡିକର କାନ୍ଥ ଫାଟି ଯାଛି ।….

{"id":190770,"sizeSlug":"large"}

ଏହି ଦୁଇ ଘଟଣା ତୃଣମୂଳ ସ୍ତରରେ ଚାଲିଥିବା ଦୁର୍ନୀତିର ପର୍ଦ୍ଦାଫାସ୍ କରିଛି ।…

{"id":190771,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.