ଜେଏନୟୁରେ ଷ୍ଟିଙ୍ଗ୍ ଅପରେସନରେ ଧରା ପଡ଼ିଲେ ମୁଖା ପିନ୍ଧା ଆକ୍ରମଣକାରୀ : ମାନିଲେ ହିଂସାକାଣ୍ଡ ପାଇଁ ଏଭଳି କରିଥିଲେ ଯୋଜନା

Published By : Prameya-News7 Bureau | January 11, 2020 IST

ନୂଆଦିଲ୍ଲୀ ୧୧/୧: ଜେଏନୟୁରେ ଜାନୁୟାରୀ ୫ତାରିଖ ସନ୍ଧ୍ୟାରେ ମୁଖା ପିନ୍ଧିଥିବା ଆକ୍ରମଣକାରୀମାନେ ହିଂସାକାଣ୍ଡ ଘଟାଇଥିଲେ। ସେମାନଙ୍କ ମଧ୍ୟରୁ କେତେକ ଆକ୍ରମଣକାରୀଙ୍କ ପରିଚୟ ପୋଲିସ୍ ଜାଣିବାକୁ ପାଇଛି।ପୋଲିସ୍ କରିଥିବା ଏକ ଷ୍ଟିଙ୍ଗ୍ ଅପରେସନରେ ସନ୍ଦିଗ୍ଧ ଆକ୍ରମଣକାରୀଙ୍କ ପରିଚୟ ମିଳିଛି। ଏହି ଷ୍ଟିଙ୍ଗ ଅପରେସନରେ ଏବିଭିପି ଛାତ୍ର ହିଂସା ପାଇଁ ନିଜେ ଯୁବକ ଯୋଗାଡ଼ କରିଥିବା କଥା ସ୍ବୀକାର କରିଛନ୍ତି।

{"id":209723,"sizeSlug":"large"}

ଜବାହରଲାଲ ନେହେରୁ ୟୁନିଭର୍ସିଟିରେ ଜାନୁୟାରୀ ୫ତାରିଖରେ ହିଂସା ହୋଇଥିଲା। ଏଠାରେ ଅନେକ ମୁଖାପିନ୍ଧିଥିବା ଆକ୍ରମଣକାରୀ ମାରପିଟ କରିଥିଲେ। ଫଳରେ ଉତ୍ତେଜନାପୂର୍ଣ୍ଣ ମାହୋଲ୍ ସୃଷ୍ଟି ହୋଇଥିଲା। ଦେଶସାରା ଏହାର ବିରୋଧ କରାଯାଇଥିଲା।

{"id":209724,"sizeSlug":"large"}

ନିଜକୁ ଏବିଭିପି କର୍ମୀ କହୁଥିବା ଅକ୍ଷତ ଅବସ୍ଥି ମଧ୍ୟ ଏହି ହିଂସାରେ ସାମିଲ ଥିଲେ। ସେ ନିଜେ ଏକଥା ସ୍ବୀକାର କରିଛନ୍ତି। ଆକ୍ରମଣ ସମୟରେ ଅକ୍ଷତ ହେଲମେଟ ପିନ୍ଧିଥିଲେ।

{"id":209725,"width":579,"height":370,"sizeSlug":"large"}

ସେ କହିଥିଲେ ଯେ ୨୦ଜଣ ଲୋକ ଜେଏନୟୁର ଏବଂ ୨୦ଜଣଙ୍କୁ ବାହାରୁ ଡକାଯାଇଥିଲା। ଅକ୍ଷତ ଜେଏନୟୁରେ ବିଏ ଫ୍ରେଞ୍ଚ ପ୍ରଥମ ବର୍ଷର ଛାତ୍ର ଅଟନ୍ତି। ଷ୍ଟିଙ୍ଗ ଅପରେସନରେ ସେ ବାଡ଼ି ଧରି ଅନେକ ଲୋକଙ୍କୁ ପିଟିଥିଲେ।

{"id":209726,"width":584,"height":400,"sizeSlug":"large"}

ଅକ୍ଷତ ଅବସ୍ଥି କହିଥିଲେ ଯେ ପ୍ରଥମେ ପେରିୟାରଠାରେ ଆକ୍ରମଣ ହୋଇଥିଲା। ଏହା ପରେ ସେଠାରୁ ଲୋକେ ସାବରମତୀ ଆଶ୍ରମ ଆଡ଼କୁ ଦୌଡ଼ିଥିଲେ। ସାବରମତୀରେ ମଧ୍ୟ ଆକ୍ରମଣ ହୋଇଥିଲା। ଅନେକ ପିଲା ଭାବିନଥିଲେ ଯେ ଏବିଭିପି ପ୍ରତି ଆକ୍ରମଣ କରିବ।

{"id":209727,"width":588,"height":388,"sizeSlug":"large"}

ଅକ୍ଷତ ହଷ୍ଟେଲର ଅନେକ ଛାତ୍ରଙ୍କୁ ପିଟିଥିଲେ। ଜଣେ ଛାତ୍ରଙ୍କ ଦାଢ଼ୀ ଥିଲା ଏବଂ ସେ କାଶ୍ମିରୀ ପରି ଦେଖାଯାଉଥିଲା। ସେଠାରେ ସେ ଗୋଇଠା ମାରି କବାଟ ଭାଙ୍ଗି ଦେଇଥିଲେ। ଆକ୍ରମଣର ଯୋଜନା ବିଷୟରେ ଅକ୍ଷତ କହିଥିଲେ ଯେ ସେ ତାଙ୍କ ସାଙ୍ଗ ଏବିଭିପି ସଙ୍ଗଠନର ସଚିବଙ୍କୁ ଫୋନ୍ କରିଥିଲେ। ଦୁହେଁ ମିଶି ଯୋଜନା କରିଥିଲେ। ଲୋକଙ୍କୁ ଯୋଗାଡ଼ କରିବାର କାମ ଅକ୍ଷତଙ୍କର ଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.