ତାନ୍ତ୍ରିକ ଏହି କାମ କରିବାରୁ କୋମଲ କଲେ ଆତ୍ମହତ୍ୟା : ସ୍ବାମୀ ଗିରଫ
11/07/2019 at 11:49 AM

ସୁରତ ୧୧/୭: ଜାହାଙ୍ଗୀରପୁରା ଅଞ୍ଚଳରେ ଜଣେ ବିବାହିତା ମହିଳା ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ସନ୍ତାନ ନ ହେବା କାରଣ ତାଙ୍କ ସ୍ବାମୀ ତାଙ୍କୁ ଜଣେ ତାନ୍ତ୍ରିକ ପାଖକୁ ନେଇ ଯାଇଥିଲେ। ଏଠାରେ ତାନ୍ତ୍ରିକ ଜଣକ ମହିଳାଙ୍କ ଶରୀରରେ ୪ଥର ଚେଙ୍କ ଦେଇଥିଲା। ଏଥିରେ ବିବାହିତା ମହିଳା ଆତ୍ମହତ୍ୟା କରିଛନ୍ତି। ଏହି ମାମଲାରେ ତାଙ୍କ ସ୍ବାମୀକୁ ଗିରଫ କରାଯାଇଛି।
ଦୀପକ ରାଠୋର ଦେଢ଼ ବର୍ଷ ପୂର୍ବରୁ କୋମଲଙ୍କୁ ପ୍ରେମ ବିବାହ କରିଥିଲା। ବିବାହ ପରେ କୋମଲଙ୍କ ସନ୍ତାନ ହୋଇନଥିଲା। ତେଣୁ ଦୀପକ ତାଙ୍କୁ ତାନ୍ତ୍ରିକ ପାଖକୁ ନେଇ ଯାଇଥିଲା। ଏଠାରେ ତାନ୍ତ୍ରିକ କୋମଲଙ୍କ ଶରୀରକୁ ୪ଥର ଚେଙ୍କ ଦେଇଥିଲା। ଏଥିରେ ମର୍ମାହତ ହୋଇ କୋମଲ ଜୁଲାଇ ୫ତାରିଖରେ ଆତ୍ମହତ୍ୟା କରିଥିଲେ। କୋମଲଙ୍କ ମାଆ ଦୀପକ ବିରୋଧରେ ଆତ୍ମହତ୍ୟା ପାଇଁ ପ୍ରେରିତ କରିବାର ଅଭିଯୋଗ କରିଛନ୍ତି। ପୋଲିସ ଦୀପକକୁ ଗିରଫ କରି ପଚରାଉଚୁରା ଜାରି ରଖିଛି।
କୋମଲଙ୍କ ପରିବାର ଲୋକେ କହିଛନ୍ତି ଯେ ଦୀପକ ମନରେ ସନ୍ଦେହ ଜାତ ହୋଇଥିଲା ଯେ କୋମଲଙ୍କ କାହା ସହ ଅନୈତିକ ସମ୍ପର୍କ ରହିଛି। ଏଥିପାଇଁ ଦୀପକ ତାଙ୍କୁ ମାନସିକ ନିର୍ଯ୍ୟାତନା ଦେଉଥିଲା। କୋମଲଙ୍କର କିଛି ଏପରି ରୋଗ ଥିଲା ଯାହା ଫଳରେ ସେ ସନ୍ତାନ ଜନ୍ମ କରି ପାରୁନଥିଲେ। ଏଥିପାଇଁ ଦୀପକ ତାଙ୍କୁ ଗଣଦେବୀ ପାଖରେ ଜଣେ ତାନ୍ତ୍ରିକ ପାଖକୁ ନେଇଯାଇଥିଲା। ଏଠାରେ ତାନ୍ତ୍ରିକ କୋମଲଙ୍କ ଶରୀରରେ ୪ଥର ଚେଙ୍କ ଦେଇଥିଲା। ଯାହା ଫଳରେ କୋମଲ ଏହି ଆଘାତ ସହ୍ୟ କରିପାରିନଥିଲେ। ଫଳରେ ସେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ।