କଫ୍ ସିରପ୍‌ର ମାୟା, ଭିଡିଓ କହୁଛି ଔଷଧ ନାଁରେ ଦମଦାର ନିଶା

Published By : Prameya-News7 Bureau | January 04, 2020 IST

ବଲାଙ୍ଗିର ୪।୧: ଅଜବ ନିଶାର ଜାଲ । ସହର, ବଜାରଠାରୁ ଆରମ୍ଭ କରି ଗଳି କନ୍ଦି ସବୁଠି ଏବେ ଏହି ନିଶା କବଜା କରିଛି । କିନ୍ତୁ ଏହାକୁ ଚିହ୍ନିବା ମୁସ୍କିଲ । ସାଧାରଣ ଲୋକେ ତାହାକୁ ଦେଖିଲେ ନିଶା ବୋଲି ଭାବି ପାରିବନି । ହେଲେ ଏହାକୁ ଖାଇବା ଲୋକ ସେହି ନିଶାରେ ଚୁର । ଔଷଧ ଦୋକାନଠାରୁ ଆରମ୍ଭ କରି ଅନ୍ୟ ଦୋକାନରେ ବେଆଇନ ଭାବରେ ଏହି କଫ୍ ସିରପ୍ ନିଶା ବିକ୍ରି ଚାଲିଛି। ଲୋକେ ଔଷଧ ନାଁ ରେ ତ କିଣୁଛନ୍ତି ହେଲେ ନିଶା ଭାବରେ ପିଉଛନ୍ତି ।

{"id":206713,"sizeSlug":"large"}

ଏହି ନିଶା ସାମ୍ରାଜ୍ୟ କିଭଳି ବ୍ୟାପିଛି, କାହିଁକି ତାକୁ ରୋକିବା ସହଜ ହେଉନି, କଟକଣା ସତ୍ବେ ଏହା କିଭଳି ଖୋଲାଖୋଲି ବିକ୍ରି ହେଉଛି ? ନ୍ୟୁଜ ୭ କ୍ୟାମେରାରେ ଏହା ଧରାପଡିଛି । ଷ୍ଟିଙ୍ଗ୍ ଅପରେସନରେ ସାମ୍ନାକୁ ଆସିଛି ସତ, କେମିତି ଲୋକେ ନିଶା ନାଁରେ ପିଉଛନ୍ତି ବିଷ ।

{"id":206714,"sizeSlug":"large"}

ଗତ କିଛି ଦିନ ହେଲା ବଲାଙ୍ଗିରରେ ଧରା ପଡିଲାଣି ପେଟି ପେଟି କଫ୍ ସିରପ୍ । ଏସବୁ ଓଡିଶାର ବିଭିନ୍ନ ସ୍ଥାନକୁ ଚାଲାଣ କରାଯାଉଛି । ପୋଲିସ ଚଢଉ କରିବା ପରେ ଯେଉଁ ଚିତ୍ର ସାମ୍ନାକୁ ଆସିଥିଲା ତାହା ଥିଲା ହୋସ୍ ଉଡାଇବା ଭଳି । ବେଆଇନ ଭାବରେ ଚାଲିଛି କଫ୍ ସିରପ୍ ବେପାର । ଏହି ବେପାର ଖିଅ ଖୋଜିବାକୁ ନ୍ୟୁଜ୍ ୭ ଆରମ୍ଭ କରିଥିଲା ଅପରେସନ୍ । ଆଉ ଷ୍ଟିଙ୍ଗ୍ ଅପରେସନରେ ଧରା ପଡିଛି ଏମିତି କିଛି ତଥ୍ୟ ଯାହା ଖୋଲିବ ସିରଫ୍ ସ୍ଲୋ ପଏଜନର ଭିତିରି କଥା । ଦେଖନ୍ତୁ ପଶ୍ଚିମ ଓଡିଶାରେ କେମିତି ଏ କାରବାର ଚାଲିଛି…

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.