ଷ୍ଟିଙ୍ଗ୍ ଅପରେସନ୍ / ଐତିହ୍ୟସ୍ଥଳରେ ଟିକେଟ୍ ଲୁଟ୍ : ଉଦୟଗିରିରେ ପର୍ଯ୍ୟଟକଙ୍କଠାରୁ ଲୁଟୁଛନ୍ତି ଗେଟ୍ କର୍ମଚାରୀ, ରିସେଲିଂ କରାଯାଉଛି ଟିକେଟ୍

Published By : Prameya-News7 Bureau | November 14, 2019 IST

ଭୁବନେଶ୍ବର ୧୪।୧୧:  ଜୈନ କୀର୍ତ୍ତିସ୍ଥଳୀ ଭୁବନେଶ୍ବର ଉଦୟଗିରି ପାହାଡ଼ରେ ଚାଲିଛି ଟିକେଟ୍ କଳାବଜାରୀ । ଟୁରିଷ୍ଟଙ୍କଠାରୁ ଏହି ଟଙ୍କା ଲୁଟ୍ ଚାଲିଛି । ଟିକେଟ୍ ରିସେଲିଙ୍ଗ କରାଯାଉଛି । ମାନେ ସେହି ଗୋଟିଏ ଟିକ୍ଟକୁ ଥରେ କିଣାଯାଇ ଅନେକ ଥର ବିକାଯାଉଛି । ବିକୁଛନ୍ତି ଖୋଦ୍ ଏଏସଆଇର କର୍ମଚାରୀମାନେ ଆଉ ଏମାନଙ୍କ ସହ ମିଶିଛନ୍ତି କିଛି ଦଲାଲ । ନିୟୋଜିତ ହୋଇଥିବା ପ୍ରାଇଭେଟ୍ ସିକ୍ୟୁରିଟି କମ୍ପାନୀର ବନ୍ଧୁକଧାରୀ ଗାର୍ଡ ବି ଟୁରିଷ୍ଟଙ୍କୁ ଲୁଟିବାରେ ମାତିଛନ୍ତି ।

{"id":183797,"sizeSlug":"large"}

ପର୍ଯ୍ୟଟକ କିମ୍ବା ପ୍ରାଚୀନ କିର୍ତ୍ତୀରାଜିକୁ ସୁରକ୍ଷା ଦେବେ କଣ ଓଲଟା  ସମସ୍ତେ ମିଶି ହରିଲୁଟ୍ କରୁଛନ୍ତି । ଦୈନିକ ଅତିକମରେ ୫୦ ହଜାର ଟଙ୍କା ଟିକେଟ୍ କଳାବଜାରୀ ହେଉଥିବା ଅଭିଯୋଗ ହୋଇଛି । ଏତେ ଚାଲାକିରେ ଏମାନେ କାମ କରୁଛନ୍ତି ଯେ କୌଣସି ଟୁରିଷ୍ଟ ଜାଣି ପାରି ନଥାନ୍ତି ତାଙ୍କୁ କେମିତି ଠକାଯାଉଛି । ଏହି ଲୁଟ୍ ତରାଜ୍ କାମରେ ଏଏସଆଇ, ଉଚ୍ଚପଦାଧିକାରୀମାନେ ବି ସାମିଲ ଥିବା ସନ୍ଦେହ କରାଯାଉଛି ।

{"id":183798,"sizeSlug":"large"}

ପୁରୀରୁ ପର୍ଯ୍ୟଟକ ନେଇ ଆସୁଥିବା ଟୁରିଷ୍ଟ ଗାଇଡମାନଙ୍କ ସହ ଏଏସଆଇ କର୍ମଚାରୀଙ୍କ ସହ ଡିଲ୍ ଥାଏ । ଗୋଟିଏ ବସ୍ ରେ ୭୦ଜଣ ଟୁରିଷ୍ଟଙ୍କୁ ଆଣି ଆସୁଥିବା ଗାଇଡ୍ ସେମାନଙ୍କଠାରୁ ତ ପୁରା ଟଙ୍କା ନିଅନ୍ତି ହେଲେ ମାତ୍ର ୧ ହଜାର ଟଙ୍କା ଏଏସଆଇ କର୍ମଚାରୀଙ୍କୁ ହାତାହାତି ଦେଇଦିଅନ୍ତି । ୭୦ ଜଣ ଟୁରିଷ୍ଟଙ୍କ ଲାଗି କୌଣସି ଟିକେଟ୍ କଟାଯାଇ ନଥାଏ । ବାକି ଟଙ୍କା ବଣ୍ଟାକୁଣ୍ଟା ହୋଇଯାଏ ।

{"id":183799,"sizeSlug":"large"}

ପ୍ରତି ମାସରେ ଲକ୍ଷ ଲକ୍ଷ ଟଙ୍କା ଲୁଟ୍ ଚାଲିଛି, ହେଲେ ଦେଖିବାକୁ କେହି ନାହିଁ । ଯାହା ହାତରେ ତଦାରଖ କରିବା ଦାୟିତ୍ବ ସେ ହିଁ ଟିକେଟ୍ ଟଙ୍କା ହେରଫେର କରୁଥିବା ଭଳି ସଂଗୀନ ଅଭିଯୋଗ ଆସିଛି । ପ୍ରାଚୀନ କୀର୍ତ୍ତି ରାଜିର ସୁରକ୍ଷା ଲାଗି ଯାତ୍ରୀଙ୍କଠାରୁ ଟଙ୍କା ଆଦାୟ ହେଉଛି, ହେଲେ ପର୍ଯ୍ୟଟନସ୍ଥଳୀର ବିକାଶ ବଦଳରେ ସେସବୁ ଅଧିକାରୀଙ୍କ ପକେଟକୁ ଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.