ଷ୍ଟିଙ୍ଗ୍ ଅପରେସନ୍ / ସାମ୍ନାକୁ ଆସିଲା ଟୋଲଗେଟ୍‌ରେ ଟର୍ଚର: ବାଲେଶ୍ବର ଶେରଗଡ ଟୋଲ୍‌ଗେଟ୍‌ରେ ଗାଡିରୁ ମନଇଚ୍ଛା ହେଉଛି ଆଦାୟ

Published By : Prameya-News7 Bureau | November 07, 2019 IST

ବାଲେଶ୍ବର (ସର୍ବେଶ୍ବର ନାଥ) ୭।୧୧: ଏନଏଚଏଆଇର ଚିଠିକୁ ଡଷ୍ଟବିନରେ ପକାଇ ଦେଇଛନ୍ତି ଶେରଗଡ଼ ଟୋଲଗେଟ୍ କର୍ତ୍ତୃପକ୍ଷ। ସବୁଠାରୁ ବଡ଼ କଥା ଦିନରେ ଯାହା ଆଦାୟ ହେଉଛି ରାତିରେ ତାହା କତେ ଗୁଣ ଅଧିକ ହୋଇଯାଉଛି । ରାତିରେ ମନ ଇଚ୍ଛା ନିଆଯାଉଛି ଟୋଲ୍ ଟ୍ୟାକ୍ସ। ନ୍ୟୁଜ୍ ସେଭେନର ଷ୍ଟିଙ୍ଗ୍ ଅପରେସନରେ ଧରାପଡ଼ଛି ଟୋଲଗେଟର ଚିଟିଂ । ନା ଜିଲ୍ଲା ପ୍ରଶାସନର ନଜର ଏଥିପ୍ରତି ରହିଛି ନା ପୋଲିସର ନଜର ପଡ଼ୁଛି ଏହା ଉପରେ। ନ୍ୟୁଜ୍ ସେଭେନ୍ ପ୍ରତିନିଧି ତାଙ୍କ ନିଜ କାରରେ ଯାଇଥିଲେ ଟୋଲ୍ ଗେଟକୁ ।

{"id":180309}

ଆଖିରେ ଆଙ୍ଗୁଠି ଗେଞ୍ଜି ଟୋଲ ଗେଟରେ ଚାଲିଛି ଲୁଟ୍ । ଦୈନିକ ୧୦ରୁ ୧୫ ଲକ୍ଷ ଟଙ୍କା ଲୁଟୁଛନ୍ତି ଗେଟ୍ କର୍ତ୍ତୃପକ୍ଷ। ବାଲେଶ୍ବର ଜିଲ୍ଲା ଶେରଗଡ଼ ଟୋଲ ଗେଟରେ ଚାଲିଛି  କେଳେଙ୍କାରୀ । ନ୍ୟୁଜ ସେଭେନ କ୍ୟାମେରାରେ ଧରାପଡିଛି ଏହି କେଳେଙ୍କାରୀ । ଏନଏଚଏଆଇ ଧାର୍ଯ୍ୟ କରିଥିବା ଟୋଲ ଟ୍ୟାକ୍ସଠାରୁ ଯଥେଷ୍ଟ ଅଧିକ ପରିମାଣର ରସିଦ୍ କଟାଯାଉଛି ।

{"id":180310}

ନା କେହି ଏନଏଚଏଆଇ ଚିଠି ସଂପର୍କରେ ଜାଣୁଛନ୍ତି ନା ଗେଟ୍ କର୍ତ୍ତୃପକ୍ଷ ଏହାକୁ ମାନୁଛନ୍ତି । ରାଜ୍ୟ ବାହାରୁ ଆସୁଥୁବା ଗାଡିଠାରୁ ଦୁଇ ଗୁଣାରୁ ଅଧିକ ଟଙ୍କା ନିଆ ଯାଉଛି ସେମାନଙ୍କ ଅଜାଣତରେ । ନା କେହି ପାଟି ଫିଟାଇ ପାରୁଛନ୍ତି ନା ଗେଟ୍ କର୍ତ୍ତୃପକ୍ଷଙ୍କୁ ତଦାରଖ କରିବାକୁ କେହି ଆସୁଛନ୍ତି । ଏହାର ସୁଯୋଗ ନେଇ ମନଇଚ୍ଛା ରସିଦ କାଟୁଛନ୍ତି ଶେରଗଡ ଗେଟ୍ କର୍ତ୍ତୃପକ୍ଷ ।

{"id":180311}

ତେବେ ସବୁଠୁ ଆଶ୍ଚର୍ଯ୍ୟ, ଶେରଗଡ଼ ଟୋଲ ପ୍ଲାଜାରେ ଯେଉଁ ରସିଦ ଦିଆଯାଉଛି, ସେଥିରେ ଶେରଗଡ଼ ବୋଲି ଉଲ୍ଲେଖ ମଧ୍ୟ କରାଯାଉ ନାହିଁ। ଦିନରେ ଯାହା ଆଦାୟ ହେଉଛି ରାତିରେ ତାହା ଆହୁରି ବଢି ଯାଉଛି । ରାତିରେ ମନଇଚ୍ଛା ଟୋଲ ଟ୍ୟାକ୍ସ ନିଆଯାଉଛି। ଏନଏଚଏଆଇ ନିର୍ଦ୍ଦେଶକୁ ଖୋଲାଖୋଲି ଉଲଂଘନ କରାଯାଉଛି । ଏସବୁ ନ୍ୟୁଜ ସେଭେନ୍ ଷ୍ଟିଙ୍ଗ୍ ଅପରେସନରେ ଧରା ପଡିଛି ।

wp:html
/wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.