Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲୋକସଭାରେ ପାରିତ ହେଲା କୃଷି ଆଇନ ଉଚ୍ଛେଦ ବିଲ୍‌
  • ||
  • କୃଷକଙ୍କୁ ଦଳି ମାରିଲେ ୭ ଦନ୍ତା, ଖଣ୍ଡ ଖଣ୍ଡ କରିଦେଲେ ଶରୀର
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ, ୨୩୬ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୯କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୭ କରୋନା ସଂକ୍ରମିତ, ୧୦୪୮୮୮୦ରେ ପହଞ୍ଚିଲା ସଂଖ୍ୟା
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଓମିକ୍ରନ୍ ନେଇ AIIMS ମୁଖ୍ୟ ଗୁଲେରିଆ ଦେଲେ ଚେତାବନୀ, କହିଲେ ନୂଆ ଭାରିଆଣ୍ଟ ଭାକସିନକୁ ଦେଇପାରେ ଚକମା
  • ||

ଡାକ୍ତର ନେଉଥିଲେ ୨୦୦ ଟଙ୍କା ଲାଞ୍ଚ, ଷ୍ଟିଙ୍ଗ୍ ଅପରେସନ୍‌ ଖୋଲିଦେଲା ମୁଖା

2/11/2021 at 1:46 PM

ତେଲକୋଇ ୨।୧୧: ବିଏସସି ନର୍ସିଂ କୋର୍ସ ପାଠ ପଢିବା ପାଇଁ ଡାକ୍ତରଙ୍କଠାରୁ ଫିଟନେସ ସାର୍ଟିଫିକେଟର ଆବଶ୍ୟକତା ରହିଥିବା ବେଳେ ଏହାର ଲାଭ ଉଠାଉଛନ୍ତି କିଛି ଲାଞ୍ଚ ଖୋର ଡାକ୍ତର । ଫିଟନେସ ସାର୍ଟିଫିକେଟ ପାଇଁ ଯାଉଥିବା ଛାତ୍ରୀମାନଙ୍କଠାରୁ ଲାଞ୍ଚ ନେଉଛନ୍ତି । ଷ୍ଟିଙ୍ଗ୍ ଅପରେସନରେ ଧରାପଡିଛି ଲାଞ୍ଚ ନେଉଥିବାର ଦୃଶ୍ୟ । ଜଣେ ଆୟୁଷ ଡାକ୍ତର (ଆୟୁର୍ବେଦ) ଫିଟନେସ ସାର୍ଟିଫିକେଟ ଇସ୍ୟୁ କରିବା ସମୟରେ ଛାତ୍ରୀମାନଙ୍କଠାରୁ ୨୦୦ ଶହ ଟଙ୍କା ଲାଞ୍ଚ ନେଉଥିବାର ଦୃଶ୍ୟ ଏ ମୋବାଇଲରୁ ସେ ମୋବାଇଲକୁ ଘୂରି ବୁଲୁଛି ।  

କେନ୍ଦୁଝର ଜିଲ୍ଲା ତେଲକୋଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚାଲିଥିବା ଲାଞ୍ଚ କାରବାରର ଦୃଶ୍ୟ । ଜଣେ ଡାକ୍ତର ଫିଟନେସ ସାର୍ଟିଫିକେଟ ପାଇଁ ୨୦୦ ଶହ ଟଙ୍କା ମାଗୁଛନ୍ତି ଏବଂ ଛାତ୍ରୀଙ୍କଠାରୁ ଟଙ୍କା ନେଇ ପକେଟରେ ପୁରାଉଛନ୍ତି । କେନ୍ଦୁଝର ଜିଲ୍ଲା ତେଲକୋଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଦେଖିବାକୁ ମିଳିଛି ଏଭଳି ଘଟଣା । ତେଲକୋଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିନ ଜଗମୋହନପୁର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଆୟୁଷ ଡାକ୍ତର ଭାବେ କାମ କରନ୍ତି ସୁଧାକର ଖିଲାର । ସେ ତେଲକୋଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ସପ୍ତାହକୁ ତିନି ଦିନ ଡ୍ୟୁଟି କରିଥାନ୍ତି । ଶନିବାର, ରବିବାର ଓ ସୋମବାର ଦିନ ତାଙ୍କର ଡ୍ୟୁଟି ରହିଛି । ଏହି ସମୟରେ ଫିଟନେସ ସାର୍ଟିଫିକେଟ ପାଇଁ ଆସୁଥିବା ଛାତ୍ରୀମାନଙ୍କଠାରୁ ୨୦୦ ଟଙ୍କା ଲାଞ୍ଚ ନେଉଥିବା ଅଭିଯୋଗ ହୋଇଛି ।

ଖାଲି ସେତିକି ନୁହେଁ ଡାକ୍ତର ସୁଧାକର ଖିଲାର ଆଇଏମସି କମ୍ପାନୀର ମେଡିସିନର ବ୍ୟାପାର ମଧ୍ୟ କରନ୍ତି । ମେଡସିନ ଷ୍ଟୋରଗୁଡିକୁ ମେଡସିନ ସପ୍ଲାଇ କରଥାନ୍ତି । ଜଗମୋହନପୁର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ଗୋଟିଏ ରୁମରେ ସମସ୍ତ ମେଡସିନକୁ ଷ୍ଟୋର କରି ରଖିଥିବାର ଦୃଶ୍ୟ ମଧ୍ୟ କ୍ୟାମେରାରେ କଏଦ ହୋଇଛି । ଏଠି ପଶ୍ନ ଉଠୁଛି ଯେ, ତେଲକୋଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିନ କରଦାଙ୍ଗି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଜଣେ ଏମବିବିଏସ ଡାକ୍ତର ଥିବା ସତ୍ତ୍ବେ ତାଙ୍କୁ ଡେପୁଟେସନରେ ତେଲକୋଇ ମେଡିକାଲରେ ଡ୍ୟୁଟି ନଦେଇ ଜଣେ ଲାଞ୍ଚଖୋର ଆୟୁଷ ଡାକ୍ତରଙ୍କୁ ତେଲକୋଇ ମେଡିକାଲରେ ସପ୍ତାହକୁ ୩ ଦିନ ଡ୍ୟୁଟି ଦେବା ପଛରେ କାହାର ହାତ ରହିଛି ତାହା ତଦନ୍ତ ସାପେକ୍ଷ ।

   Related Posts