Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||
  • ବିରାଟ ବାହିନୀ ଚିତ୍‌ପଟାଙ୍ଗ, ଭାରତକୁ ୫୧ ରନରେ ହରାଇ ସିରିଜ୍ ହାତେଇଲା ଅଷ୍ଟ୍ରେଲିଆ
  • ||
  • କାର୍ତ୍ତିକ ପୂର୍ଣ୍ଣିମାରେ ପବିତ୍ର ଗଙ୍ଗା ସ୍ନାନକୁ ନେଇ ଦୁଇ ଦିନ ପାଇଁ ହରିଦ୍ୱାର ସୀମା ସିଲ୍
  • ||
  • ହାଡଭଙ୍ଗା ଶୀତ ଯୋଗୁଁ ମନାଲିରେ ଜଣକର ମୃତ୍ୟୁ, ଜିରୋ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଡାଲିରେ ୧୫ ଟଙ୍କା ରିହାତି ଦେବେ ସରକାର
  • ||
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||

ଷ୍ଟିଙ୍ଗ୍ ଅପରେସନରେ ଧରାପଡିଲା କାରବାର : ଜେଲ୍ ଭିତରେ ବନ୍ଧା ହେଉଛି ବ୍ରାଉନସୁଗାର ପୁଡିଆ, ଫୋନ୍‌ରେ ଚାଲିଛି ଅପରେଟିଂ

6/06/2020 at 1:01 PM

ଭୁବନେଶ୍ବର ୬।୬: ଜେଲ୍ ଭିତରେ ଚାଲିଛି ବ୍ରାଉନସୁଗାର ବେପାର । ପୁଡିଆ ବନ୍ଧା ଚାଲିଛି । ଫୋନରେ କାରବାର ଚାଲିଛି । ଆଉ ଏସବୁ କାରବାର ଚଳାଇଛନ୍ତି ବ୍ରାଉନସୁଗାର ମାଫିଆ । ନ୍ୟୁଜ୍ ୭ ଷ୍ଟିଙ୍ଗ୍ ଅପରେସରେ ସାମ୍ନାକୁ ଆସିଛି ଏମିତି ଏକ ସାଂଘାତିକ ସତ । ଜେଲ୍ ର ସେଲ୍ ଭିତରେ ଏସବୁ କାରବାର ଚାଲିଛି ବେଧଡକ । 

ଜେଲ୍ ର ନିଷିଦ୍ଧ କୋଠରୀ ଭିତରେ ଏସବୁ କାରବାର ଚାଲିଛି । ଯେଉଁମାନଙ୍କୁ ବ୍ରାଉନସୁଗାର ଚୋରା କାରବାର ପାଇଁ ଗିରଫ କରାଯାଇ ଜେଲ୍ ଭିତରେ ରଖାଯାଇଛି ସେମାନେ ହିଁ ସାଜିଛନ୍ତି ବ୍ରାଉନସୁଗାର କାରବାରର ମୁଖ୍ୟ କାର୍ପଟଦାର । ଜେଲ୍ କର୍ମଚାରୀ ଜଗିଛନ୍ତି । ଆଉ ସମସ୍ତଙ୍କ ନାକ ତଳେ ଏସବୁ କାରବାର ଚାଲିଛି ।

ଗତ କିଛି ଦିନ ଧରି STF ଚଢାଉ କରି ଅନେକ ବ୍ରାଉନସୁଗାର ମାଫିଆଙ୍କୁ ଧରିଛି । ବିପୁଳ ପରିମାଣର ବ୍ରାଉନସୁଗାର ଜବତ ହୋଇଛି । ମିଆଁମାର ଏବଂ ବାଂଲାଦେଶକୁ କୋଲକାତାକୁ ଆସୁଛି ବ୍ରାଉନସୁଗାର । ଏସବୁ ଜଳେଶ୍ବରକୁ ଆସିବା ପରେ ରାଜ୍ୟର କୋଣ ଅନୁକୋଣରେ ପହଞ୍ଚୁଛି । ଗଳି କନ୍ଦିରେ ବିକ୍ରି ହେଉଛି ବ୍ରାଉନସୁଗାର ।

ତେବେ ଏସବୁ କୁଆଡେ ଯାଉଛି, ଆଉ କେଉଁଠୁ ଏହି ନିଷିଦ୍ଧ କାରବାର ନିୟନ୍ତ୍ରଣ ହେଉଛି ତାହା ଜଣାପଡିଛି । ଜେଲ୍ ର ନିଷିଦ୍ଧ କୋଠରୀ ଭିତରୁ ଚାଲିଛି ନିଷିଦ୍ଧ ବେପାର । ବାହାରୁ ଜାଣିବାର ଉପାୟ ନାହିଁ । ଜେଲ୍ ସେଲ୍ ଏମିତି କଳା କାରବାର ପାଇଁ ପାଲଟିଛି ସୁରକ୍ଷିତ ସ୍ଥାନ । ଏହା ପଛରେ କାହାର ହାତ ରହିଛି । କେମିତି ଜେଲ୍ ଭିତରେ ଏସବୁ ଚାଲିଥିଲେ ବି ଜେଲ୍ କର୍ତ୍ତୃପକ୍ଷ ଜାଣିନାହାନ୍ତି । କାହିଁକି ପୋଲିସ ଚଢାଉ କରୁନି ।

ଆମେ କହୁଛୁ ଖୋର୍ଦ୍ଧା ଜେଲ୍‌ର କଥା । ଜେଲ୍ ଭିତରେ ମେଳି ବାନ୍ଧିଛନ୍ତି ଅପରାଧୀ । ଜେଲ୍ ଚାରି କାନ୍ଥ ଭିତରେ ଅପରାଧୀ ଅଛନ୍ତି, କିନ୍ତୁ ଖୁବ ସହଜରେ ବ୍ରାଉନସୁଗାର ପହଞ୍ଚିଯାଉଛି ସେମାନଙ୍କ ପାଖରେ । ଏଠି ଥିବା କଏଦୀଙ୍କୁ ୨୪ ଘଣ୍ଟା ଜଗିଛନ୍ତି ଜେଲ୍ କର୍ମଚାରୀ । ହେଲେ ଯେମିତି କାରବାର ଚାଲିଛି, ଲାଗୁଛି ଏଥିରେ ସମସ୍ତଙ୍କ ହାତ ରହିଛି । ବ୍ରାଉନସୁଗାର ମାଷ୍ଟରମାଇଣ୍ଡମାନେ ବ୍ରାଉନସୁଗାର ବେପାର ଚଳାଇଛନ୍ତି । ସମସ୍ତଙ୍କ ହାତରେ ମୋବାଇଲ୍ ରହିଛି । ବାହାର ଦୁନିଆ ସହ କଣ୍ଟାକ୍ଟରେ ଅଛନ୍ତି । ଜେଲ୍ ଭିତରେ ଚାଲିଛି ଅପରାଧ ଏବଂ ଅପରାଧିକ କାର୍ଯ୍ୟକଳାପର ନିୟନ୍ତ୍ରଣ ।

ଏଭଳି କାମ କରିବାକୁ ଯେମିତି ଜେଲ୍ ଯୋଗାଇ ଦେଇଛି ଅତି ସୁରକ୍ଷିତ ବାତାବରଣ । ସେଲ୍ ଭିତରେ ଅପରାଧୀମାନେ ପୁରା ନେଟୱେର୍କ ଚଳାଇଛନ୍ତି । ଯେଉଁ ଅପରଧୀମାନେ ଗିରଫ ହୋଇ ଏଠିକୁ ଆସିଛନ୍ତି ସେମାନେ ପୁଣି ସେହି ବେପାର କରୁଛନ୍ତି । ଆଇନର ନାକତଳେ ଚାଲିଛି ବେପାର ।

   Related Posts