Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ଫେଲ୍ ମାରିଲା ବ୍ୟାଟିଂ, ଦକ୍ଷିଣ ଆଫ୍ରିକା ନିକଟରୁ ୩୧ ରନରେ ହାରିଲା ଭାରତ
  • ||
  • ରାଜ୍ୟରେ ଏବେ ତୃତୀୟ ଲହର ଚାଲିଛି, ତଥାପି ଭୟଭୀତ ହେବାର ଆବଶ୍ୟକତା ନାହିଁ: ମୁଖ୍ୟ ସଚିବ
  • ||
  • ପୁରୀ: ପୋଲିସ କବଜାରେ ୩ ଧଳାଜହର ବେପାରୀ, ୧୭୨ ବ୍ରାଉନ ସୁଗାର ଜବତ
  • ||
  • କ୍ୟାପଟେନ୍ ପଦ ଛାଡିବା ପରେ କୋହଲିଙ୍କ ଟେଷ୍ଟ ରାଙ୍କିଙ୍ଗ୍ରେ ସୁଧାର, ଟପ୍-୧୦କୁ ଫେରିଲେ ବୁମରା
  • ||
  • କଳାହାଣ୍ଡି; ଗୋଲାମୁଣ୍ଡା ଗାଁ ପୋଖରୀରେ ବୁଡି ଜାଆଁଳା ଭାଇ ମୃତ
  • ||
  • ବିଜେପିରେ ମିଶି ପାରନ୍ତି କଂଗ୍ରେସର ପୋଷ୍ଟର ଗର୍ଲ ପ୍ରିୟଙ୍କା ମୌର୍ଯ୍ୟ, କହିଲେ- ପାର୍ଟି ମୋର ଫାଇଦା ଉଠାଇଲା
  • ||
  • ଭାରତର ଷ୍ଟାର ଟେନିସ୍ ଖେଳାଳି ସାନିଆ ମିର୍ଜାଙ୍କ ଅବସର ଘୋଷଣା, ୨୦୨୨ ହେବ ଶେଷ ସିଜିନ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୮୨ ହଜାରରୁ ଅଧିକ କରୋନା ପଜିଟିଭ୍, ୪୪୧ ମୃତ
  • ||
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୯୪କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ୧୧ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୬୦୭ କୋଭିଡ୍ ପଜିଟିଭ୍, ୧୧୬୭୦୯୪ରେ ପହଞ୍ଚିଲା ସଂଖ୍ୟା
  • ||

ଷ୍ଟିଙ୍ଗ୍ ଅପରେସନ/ କେମିତି ଚାଲିଛି ବ୍ଲକ୍ ଶିକ୍ଷା ଅଧିକାରୀଙ୍କ କର୍ଯ୍ୟାଳୟ… ଦେଖନ୍ତୁ ଭିଡିଓ

18/09/2019 at 3:04 PM

କୃଷ୍ଣପ୍ରସାଦ (ଜିନୁକୁମାର ପଲେଇ) ୧୮|୯: ସରକାର ଶିକ୍ଷାର ଉନ୍ନତି ପାଇଁ କତେ କ’ଣ ପଦକ୍ଷପ ହାତକୁ ନେଉଛନ୍ତି । ହଲେ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ୍ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟ।ଳୟକୁ ଦେଖିଲେ ଏଠି ଶିକ୍ଷାର ଗତି କେଉଁ ଆଡକୁ ଆପଣମାନେ ତାହା ଜାଣିପାରିବେ । 

ଇଏ ହେଉଛି ବ୍ଲକ୍ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ । ବହୁଦିନ ଧରି ସରକାରୀ କର୍ମଚାରୀଙ୍କ ଦେଖିବାକୁ ମିଳୁନି । କାର୍ଯ୍ୟାଳୟରେ ବାୟୋମ୍ୟାଟ୍ରିକ ମଧ୍ୟ ଲାଗିଛି । ହେଲେ ଟିପ ଚିହ୍ନ ନଦେଲେ ମଧ୍ୟ ଆସୁଛି ଦରମା । ଦୁଇ ତିନି ଜଣଙ୍କୁ ଛାଡିଦେଲ କୌଣସି କର୍ମଚାରିଙ୍କୁ ଦେଖିବାକୁ ମିଳୁନି । ଜୁଆଡେ ଦେଖିବ ଖାଲି ଚେୟାର ହିଁ ଖାଲି ଚେୟାର ।

 ଦେଖନ୍ତୁ ବ୍ଲକ୍ ଶିକ୍ଷା ଅଧିକାରୀଙ୍କ ଅଫିସରେ ଲାଗିଥିବା ଘଣ୍ଟାକୁ। ଦିନ ୧୦ଟା ୪୦ମିନିଟ୍ ହେଲାଣି। ହଲେ ସରକାରୀ କର୍ମଚାରୀଙ୍କୁ ଦେଖିବାକୁ ମିଳୁନି । ଏ ସମସ୍ୟା ଆଜିର ନୁହଁ ଏପରି ଅନେକ ଦିନ ଧରିଚାଲିଛି ଏହି ଶିକ୍ଷା ଅଧୀକାରୀଙ୍କ କାର୍ଯ୍ୟାଳୟ ।

ଏହି କାର୍ଯ୍ୟାଳୟରେ ୧୬ ଜଣ କର୍ମଚାରୀଙ୍କ କାର୍ଯ୍ୟକରିବା ପାଇଁ ନର୍ଦ୍ଦେଶ ରହିଛି । ଦୁଇ ତିନିଜଣ କର୍ମଚାରୀରେ ଚାଲିଛି ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ । ସରକାରଙ୍କ ନିୟମ ଅନୁସାରେ ସକାଳ ୯ଟା ୩୦ରେ ପହଞ୍ଚିବା ହେଲେ ସରକାରଙ୍କ କଥାକୁ କିଏବା ମାନୁଛି । ବହୁ ସମୟ ଅପେକ୍ଷା ପରେ ଅତିରିକ୍ତ ବ୍ଲକ୍ ଶିକ୍ଷା ଅଧିକାରୀ ଅଫିସ ପହଚଁଥିଲେ ।

ଆମ କ୍ୟାମେରାକୁ ଦେଖି ହଡବଡ ହୋଇ ଯାଇଥିଲେ । ମୁଁ ଡ୍ୟୁଟିରେ ଅଛି ବୋଲି କହି ଚାଲିଯାଇଥିଲେ । ଯଦି ଖୋଦ୍ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟ।ଳୟରେ କର୍ମଚାରୀଙ୍କ ମରୁଡି ଦେଖାଯାଏ ତାହଲେ କୃଷ୍ଣପ୍ରସାଦର ଶିକ୍ଷା କେଉଁ ଆଡକୁ ଗତିକରିବ ତାହା ବାରିହୋଇ ପଡୁଛି ।  

   Related Posts