ଦେଖନ୍ତୁ କ୍ୟାମେରାରେ କଏଦ୍‌-ଗଛ ପାଇଁ ତହସିଲ୍‌ ଅଫିସ୍‌ରେ ବୃଦ୍ଧାଙ୍କୁ ଖୁଲମଖୁଲା ମଗାଯାଉଛି ଲାଞ୍ଚ

Published By : Prameya-News7 Bureau | November 29, 2019 IST

ପଟ୍ଟାମୁଣ୍ଡାଇ ୨୯।୧୧  ପଟ୍ଟାମୁଣ୍ଡାଇରେ ତହସିଲ ଅପିସରେ ଚାଲିଛି ଦୁର୍ନୀତି । ଖୁଲମଖୁଲା ମଗାଯାଉଛି ଲାଞ୍ଚ । ବାତ୍ୟାରେ ଘର ଆଗରେ ପଡିଯାଇଥିବା ଏକ ଗଛ କାଟି ଦେବାରୁ ବେଶ ହଇରାଣ ହରକତ  ହେବାକୁ ପଡିଛି ଜଣେ ବୃଦ୍ଧାଙ୍କୁ । ଆଇନ  କାନୁନର ଭୟ ଦେଖାଇ ତାଙ୍କ ଠାରୁ ଅର୍ଥ ଆଦାୟ କରି ପକେଟ ଗରମ କରିବାକୁ ଚେଷ୍ଟା କରାଯାଇଛି । ଏହି ଘଟଣାର ଖୁଲାସା କରିବା ବେଳେ ଏବେ ବାଁରେଇ ହେଉଛନ୍ତି ସରକାରୀ କର୍ମଚାରୀ ।

wp:core-embed/youtube {"url":"https://www.youtube.com/watch?v=QV2eDjVwVLI\u0026t=378s","type":"video","providerNameSlug":"youtube","className":"wp-embed-aspect-16-9 wp-has-aspect-ratio"}
https://www.youtube.com/watch?v=QV2eDjVwVLI&t=378s
/wp:core-embed/youtube

କେମିତି ଚାଲିଛି ପଟ୍ଟାମୁଣ୍ଡାଇ ତହସିଲ ଅଫିସ ? କେମିତି ଲୋକଙ୍କ କାମ କରୁଛନ୍ତି ଆରଆଇ ?  ପଟ୍ଟାମୁଣ୍ଡାଇ ତହସିଲରେ ଖୁଲମଖୁଲା ମଗାଯାଉଛି ଲାଞ୍ଚ । ଲାଞ୍ଚ ପାଇଁ ଜଣେ ବୃଦ୍ଧାଙ୍କ ପଛରେ ପଡିଯାଇଛନ୍ତି ତହସିଲ କର୍ମଚାରୀ । ଘଟଣାଟି ହେଉଛି ଏମିତି।  ବୁଲବୁଲ୍ ବାତ୍ୟା ବେଳେ କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇ ନିମପୁର ଗାଁର ସୁନ୍ଦରୀ ଭୂୟାଁଙ୍କ ଘର ଆଗରେ ପଡିଯାଇଥିଲା ଏକ ଚାକୁଣ୍ଡା ଗଛ ।

{"id":191756,"sizeSlug":"large"}

ଘରୁ ବାହାରି ପାରିନଥିଲେ ତାଙ୍କ ପରିବାର ।  ସରକାରୀ ସ୍ଥାନରେ ଗଛଟି ଥିବାରୁ ଏହାକୁ କାଟିବାକୁ ବିଭିନ୍ନ ସରକାରୀ କାର୍ଯ୍ୟାଳୟର ଦ୍ବାରସ୍ଥ ହେଲେ ସୁନ୍ଦରୀ । ହେଲେ କେହି ଆସିଲେନି । ତେଣୁ ବାଧ୍ୟ ହୋଇ ଗଛଟିକୁ ଲୋକ ଲଗାଇ କାଟିଦେଲେ ସୁନ୍ଦରୀ ।  ତା ପରଠାରୁ ଆରମ୍ଭ ହୋଇଗଲା ସ୍ଥାନୀୟ ଆରଆଇ ବାବୁଲି ଦେଉରୀଙ୍କ ଜୁଲୁମ୍‌ ।  ଆଇନ କାନୁନ ଦେଖାଇ ବାରମ୍ବାର ଅଫିସକୁ ଡକାଇଲେ । ମାନସିକ ନିର୍ଯାତନା ଦେବା ସହ ଜରିମାନା ଲଗାଇବାକୁ ଧମକ ଦେଲେ ।

{"id":191757,"sizeSlug":"large"}

ବାଧ୍ୟ ହୋଇ ସୁନ୍ଦରୀ ନ୍ୟୁଜ୍‌ ସେଭେନ୍‌ର ଦ୍ବାରସ୍ଥ ହେବା ପରେ ଆମେ ଏନେଇ ତହସଲିଦାରଙ୍କୁ ଜଣାଇଥିଲୁ । ହେଲେ ଏହା ପରେ ସୁନ୍ଦରୀଙ୍କ ଉପରେ ବଢିଗଲା ଅଧିକ ଜୁଲୁମ । ତହସିଲ କାର୍ଯ୍ୟାଳୟର ସୁପରଭାଇଜର ଦୈତାରୀ ସେଠୀ ମାମଲା ରୁଜୁ କରିବେ ବୋଲି ଖୁଲମ ଖୁଲା ଧମକ ଦେଲେ ।

{"id":191759,"sizeSlug":"large"}

 କାଠର ଦାମ ସହ ଫାଇନ୍‌ ଦେବାକୁ କହି ଡରାଇଲେ । ମାମଲା ବିଗିଡିଯାଇଛି ବୋଲି କହି ଖର୍ଚ୍ଚପାଣି ମାଗିଲେ । ଏପରିକି ଅମିନ ପଠାଇ ଗଛ ମାପଚୂପ କରି ଜରିମାନା ଲଗାଇବାକୁ ଚେଷ୍ଟା କଲେ । ଅଫିସ ଭିତରେ କଥା ଛିଣ୍ଡିଥାନ୍ତା ସାମ୍ବାଦିକଙ୍କୁ କାହିଁକି କହିଲ ମାମଲା ବଢିଗଲା ବୋଲି କହିଲେ । ଏମିତିକି ଆରଆଇ ଦେହୁରୀଙ୍କୁ କାରନାମା ଶୁଣାଇ ଡରାଇବାକୁ ଚେଷ୍ଟା କଲେ । ଯାହା ନ୍ୟୁଜ୍‌ ସେଭେନ୍‌ କ୍ୟାମେରାରେ ରେକର୍ଡ ହୋଇଛି ।

{"id":191760,"sizeSlug":"large"}

ବାତ୍ୟା ପରେ ସରକାର ଘୋଷଣା କରିଥିଲେ ପଡିଥିବା ଗଛ ଲୋକେ ନିଜେ କାଟି ସଫା କରିନିଅନ୍ତୁ। ହେଲେ ଏଠି ସରକାରୀ ବାବୁ କିନ୍ତୁ କରୁଛନ୍ତି ଓଲଟା କାମ । ଘର ଉପରେ ପଡ଼ିଥିବା ଗଛ କାଟିଥିବା ଲୋକଙ୍କୁ ଧମକ ଚମକ ଦେଇ ପକେଟ ଗରମ କରିବାକୁ ଚାହୁଁଛନ୍ତି । ଖୁଲମଖୁଲା ମାଗୁଛନ୍ତି ଅର୍ଥ । ସେପଟେ ଘଟଣା ସ୍ଥଳକୁ ଅମିନ ଧରି ଯାଇଥିବା ଏବେକାର ଶାସନ ଆରଆଇ ପ୍ରମୋଦ କୁମାର ରାଉତରାୟ କହିଛନ୍ତି ଅମିନ କହିବାରୁ ସେ ଚାଲିଯାଇଥିଲେ । ଘଟଣାରେ ପଟ୍ଟାମୁଣ୍ଡାଇ ତହସିଲଦାରଙ୍କୁ ରିପୋର୍ଟ ମାଗିଛନ୍ତି ଅତିରିକ୍ତ ଜିଲ୍ଲାପାଳ । ଅଭିଯୋଗ ପ୍ରମାଣ ସତ ହେଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି  ।

{"id":191761,"sizeSlug":"large"}

ପଟ୍ଟାମୁଣ୍ଡାଇ ତହସିଲ ସହ ଏହା ଅଧିନରେ ଥିବା ପ୍ରାୟତଃ ସବୁ ଆରଆଇ ସର୍କଲରେ ଏମିତି ଖୁଲମଖୁଲା ଲାଞ୍ଚ କାରବାର ଚାଲେ ବୋଲି ଲୋକେ ଅଭିଯୋଗ କରିଛନ୍ତି । ଲାଞ୍ଚ ନଦେଲେ କୌଣସି ଫାଇଲ୍ କାମ ଆଗକୁ ବଢେନି ବୋଲି ସେମାନେ କହିବା ସହ ଏଭଳି ଦୁର୍ନୀତି ଖୋର କର୍ମଚାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.