Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗତ ୨୪ ଘଣ୍ଟାରେ କରୋନାରୁ ଆରୋଗ୍ୟ ହେଲେ ୨୦୧୦ ସଂକ୍ରମିତ
  • ||
  • ମୋଦୀ ସରକାରଙ୍କ ବଡ ନିଷ୍ପତ୍ତି: ଜାମ୍ମୁ-କାଶ୍ମୀରରେ ଯେ କେହି ବି ଜାଗା କିଣି ପାରିବେ, ବିଜ୍ଞପ୍ତି ଜାରି କଲା ଗୃହ ମନ୍ତ୍ରଣାଳୟ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ସଂକ୍ରମିତ, ୨୮୩୯୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||

ଷ୍ଟିଙ୍ଗ୍ ଅପରେସନ / ଆଧାର କାର୍ଡ ସେଣ୍ଟରରେ ଚାଲିଛି ଲୁଟ୍, ଶହେ ଟଙ୍କା ନଦେଲେ ହେଉନି କାମ

20/11/2019 at 6:10 PM

ଉଦଳା ୨୦।୧୧: କେନ୍ଦ୍ର ସରକାରଙ୍କ ପକ୍ଷରୁ ଜନସାଧାରଣଙ୍କ ନିମନ୍ତେ ଆଧାର କାର୍ଡ ପ୍ରତି କ୍ଷେତ୍ରରେ ବାଧ୍ୟତାମୂଳକ ହୋଇଛି । ଆଧାର କାର୍ଡ ନିମନ୍ତେ ବିଭିନ୍ନ ବ୍ୟାଙ୍କରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସେଣ୍ଟର ଖୋଲାଯିବା ସହିତ ମାଗଣାରେ ଆଧାର କାର୍ଡ ଫଟୋ ଉଠାଇବା ସହିତ ନୂତନ ଆଧାର କାର୍ଡ ପ୍ରସ୍ତୁତ କରାଯିବାର ନିୟମ ରହିଛି । ହେଲେ ଆଧାର କାର୍ଡ ପ୍ରସ୍ତୁତିରେ ଚାଲିଛି ଲୁଟ୍ । ନ୍ୟୁଜ୍ ୭ ଷ୍ଟିଙ୍ଗ୍ ଅପରେସନରେ ଏହା ଧରାପଡିଛି । 

ଯାହା କରିବେ ସେଥିପାଇଁ ଶହେ ଟଙ୍କା । ଶହେ ଟଙ୍କା ନ ଦେଲେ କାମ ହେବ ନାହିଁ । ଆପଣଙ୍କୁ ଏହି କଥାଟି ଛୋଟ ଲାଗୁଥାଇପାରେ । ହେଲେ କଥାଟି ଜାଣିଲେ ଆପଣ ବି ମୁଣ୍ଡରେ ହାତ ଦେବେ । କାହିଁକି ନା ଆଧାର କାର୍ଡ ପ୍ରସ୍ତୁତି ନିମନ୍ତେ ଆଦାୟ ହେଉଛି ଏହି ଟଙ୍କା । ତାହା ପୁଣି କେନ୍ଦ୍ର ସରକାରଙ୍କ ଦ୍ବାରା ନିୟୋଜିତ ସେଣ୍ଟର ଗୁଡିକରେ ।

ଉଦଳା ବ୍ୟାଙ୍କ ଅଫ୍ ଇଣ୍ଡିଆ ଏବଂ ଉଦଳା ବ୍ଲକରେ ଆଧାର କାର୍ଡ ଫଟୋ ଉଠାଇବା ସହିତ ଆଧାର କାର୍ଡ ସଂପର୍କିତ ସମସ୍ତ ସୁବିଧା ନିମନ୍ତେ ଦୁଇ ଗୋଟି ସେଣ୍ଟର ରହିଛି । ହେଲେ ସେଠାରେ ଚାଲିଛି ଲୁଟ୍ । ଖୋଲାଖୋଲି ଚାଲିଛି ଲୋକଙ୍କୁ ଶୋଷଣ । କେନ୍ଦ୍ର ସରକାରଙ୍କ ନିୟମ ଅନୁସାରେ ଆଧାରକାର୍ଡ ଏନରୋଲମେଣ୍ଟ ମାଗଣାରେ, ଛୋଟ ପିଲାଙ୍କ ବାୟୋମେଟ୍ରିକ୍ ଅପଡେଟ୍ ମାଗଣାରେ ହେବ । ହେଲେ ସେଥିରେ ପ୍ରତି ଆଧାର କାର୍ଡ ପିଛା ଆଦାୟ ହେଉଛି ଏକ ଶହ ଟଙ୍କା । ଏହା ସହିତ ଡେମୋଗ୍ରାଫିକ୍ ଅପଡେଟ୍, ବାୟୋମେଟ୍ରିକ୍ ଅପଡେଟ୍ ନିମନ୍ତେ ୫୦ ଟଙ୍କା ଲେଖାଏଁ ଦେୟ ଧାର୍ଯ୍ୟ ହୋଇଥିବା ବେଳେ ସେଥିରେ ମଧ୍ୟ ଏକ ଶହରୁ ଦେଢ ଶହ ପର୍ଯ୍ୟନ୍ତ ଟଙ୍କା ନେଇଛନ୍ତି ଆଧାର କାର୍ଡ ପ୍ରସ୍ତୁତିରେ ବସିଥିବା କର୍ମଚାରୀମାନେ ।

ଯାହା ନ୍ୟୁଜ୍ ଷ୍ଟିଙ୍ଗ୍ ଅପରେସନରେ ସାମ୍ନାକୁ ଆସିଛି । ଧରାପଡିଯାଇଛି ଆଧାର କାର୍ଡରେ ଚାଲିଥିବା ଲୁଟ୍ । ଉଦଳା ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ଏବଂ ବ୍ଲକରେ ଥିବା ଦୁଇ ଗୋଟି ଆଧାର ସେଣ୍ଟରରେ ଦିନକୁ ପ୍ରାୟ ଦୁଇ ଶହରୁ ଅଧିକ ଆଧାର କାର୍ଡ ସଂପର୍କୀତ କାର୍ଯ୍ୟ ହେଉଥିବା ବେଳେ ଖୋଲାଖୋଲି ଭାବେ ଦିନକୁ ପ୍ରାୟ ୨୦ ରୁ ୩୦ ହଜାର ଟଙ୍କା ଲୁଟି ନେଉଛନ୍ତି ଆଧାର ସେଣ୍ଟର କର୍ମଚାରୀ । ହିସାବକୁ ନେଲେ  ମାସକୁ ଲୁଟ୍ ହେଉଛି ୬ ଲକ୍ଷରୁ ଅଧିକ ଟଙ୍କା ।

ପ୍ରାୟ ଏକ ବର୍ଷରୁ ଅଧିକ ହେବ ଏହି ଆଧାର ସେଣ୍ଟର ଗୁଡିକ ଖୋଲାଯାଇଥିବା ବେଳେ କତେ ଟଙ୍କା ଲୁଟ୍ ହୋଇସାରିଲାଣି ତାହା ସ୍ପଷ୍ଟ ଜଣାପଡୁଛି । ଏପରିକି ଏକ ଶହ ଟଙ୍କା ନ ଦଲେ ଆଧାର ସଂପର୍କିତ କୌଣସି କାର୍ଯ୍ୟ ହେବ ନାହିଁ ବୋଲି ମଧ୍ୟ କୁହାଯାଉଛି । 

   Related Posts